ଆୟୁଷ୍ମାନ ଭାରତକୁ ନେଇ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ୍ OTV KHABAR BUREAU

ଭୁବନେଶ୍ୱର: ଉତ୍ତର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୯ ନମ୍ବର୍‌ ୱାର୍ଡର ମଣ୍ଡପ ବସ୍ତିରେ ଜନସମ୍ପର୍କ ପଦଯାତ୍ରା କରିଛି ବିଜେଡି। ଏହି ପଦଯାତ୍ରାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ୍‌ ହୋଇ ଗରିବଙ୍କ ପାଇଁ ରାଜ୍ୟ ସରକାର କାମ କରୁଥିବା କହିଛନ୍ତି। ଏଥିସହିତ ତାଙ୍କ ସରକାର ଗୃହ, ଖାଦ୍ୟ ସୁରକ୍ଷା, ସାମାଜିକ ନିରାପତ୍ତା ଓ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦେଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହି ଅବସରରେ ଆୟୁଷ୍ମାନ ଯୋଜନା ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ନବୀନ। ଆୟୁଷ୍ମାନ ଯୋଜନାଠୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବହୁତ ଭଲ ବୋଲି ସେ କହିଛନ୍ତି।

ଏଥିରେ BPL, APL ସମେତ ରାଜ୍ୟ ବାହାରେ ଥିବା ଓଡ଼ିଆଙ୍କୁ ସୁବିଧା ମିଳିବ। କିନ୍ତୁ ଆୟୁଷ୍ମାନ ଯୋଜନାରେ କେବଳ BPLଙ୍କୁ ସୁବିଧା ମିଳିବ। ରୋଗ, ଦୁର୍ଘଟଣା କ’ଣ BPL କାର୍ଡ ଦେଖି ଆସେ ବୋଲି କଟାକ୍ଷ କରିଛନ୍ତି ମୁଖ୍ୟମନ୍ତ୍ରୀ।

 



from OTV Khabar https://ift.tt/2SzQ3dk
ଆୟୁଷ୍ମାନ ଭାରତକୁ ନେଇ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ୍ OTV KHABAR BUREAU ଆୟୁଷ୍ମାନ ଭାରତକୁ ନେଇ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ୍ OTV KHABAR BUREAU Reviewed by SUBHENDU BARAL on October 31, 2018 Rating: 5

No comments:

Powered by Blogger.