ତିତଲି କ୍ଷତି ଦେଖିବ କେନ୍ଦ୍ରୀୟ ଟିମ୍ । ଅନୁଧ୍ୟାନ ପରେ କେନ୍ଦ୍ରରୁ ମିଳିବ ସହାୟତା ରାଶି । Kanak News

କନକ ବ୍ୟୁରୋ: ଆସନ୍ତାକାଲି ଓଡ଼ିଶା ଆସିବେ ୮ ଜଣିଆ କେନ୍ଦ୍ରୀୟ ଟିମ୍ । କେନ୍ଦ୍ର ଆନ୍ତଃ ମନ୍ତ୍ରଣାଳୟର ଏହି ଟିମ୍ କାଲି ଭୁବନେଶ୍ୱରରେ ପହଁଚିବା ପରେ ତିତଲି ପ୍ରଭାବିତ ଅଞ୍ଚଳ ଗସ୍ତ କରିବେ ବୋଲି ସୁଚନା ମିଳିଛି । ତେବେ ଆସନ୍ତା କାଲିଠାରୁ ଦୁଇ ଦିନ ଧରି ପ୍ରଭାବିତ ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଯୁଗ୍ମ ଏସଆରସି ପ୍ରଭାତ ମହାପାତ୍ର ସୂଚନା ଦେଇଛନ୍ତି । ପୂର୍ବରୁ ତିତଲି କ୍ଷୟକ୍ଷତିର ଚୂଡ଼ାନ୍ତ ରିପୋର୍ଟ କେନ୍ଦ୍ର ସରାକରଙ୍କୁ ପଠାଯିବ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ କହିଥିଲେ ।
ତେବେ ସରକାରୀ ତଥ୍ୟ ଅନୁସାରେ ତିତଲି ପ୍ରଭାବରେ ରାଜ୍ୟରେ ପାଖାପାଖି ୭୭ ଜଣ ପ୍ରାଣ ହରାଇଥିବା ବେଳେ ୨୭୭୦ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି । ପୂର୍ବରୁ ତିତଲି ପ୍ରଭାବିତଙ୍କ ପାଇଁ ଅନେକ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯେଉଁଥିଣେ ଗଜପତି, ଗଞ୍ଜାମ ଓ ରାୟଗଡ଼ା ଭଳି ଜିଲ୍ଳାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ରିପୋର୍ଟରୁ ଜଣାପଡ଼ିଥିଲା ।

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଥିବା ଏହି କେନ୍ଦ୍ରୀୟ ଟିମ୍ ତିତଲି ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି କ୍ଷୟକ୍ଷତିର ଆକଳନ କରିବେ । ଏବଂ ଏହାପରେ ଜିଲ୍ଲା ପ୍ରଶାସନ ସହିତ ତିତଲିକୁ ନେଇ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏହାସହ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି ସୂଚନା ମିଳିଛି ।



from Kanak News https://ift.tt/2zeVSUn https://ift.tt/2OPpMsq
ତିତଲି କ୍ଷତି ଦେଖିବ କେନ୍ଦ୍ରୀୟ ଟିମ୍ । ଅନୁଧ୍ୟାନ ପରେ କେନ୍ଦ୍ରରୁ ମିଳିବ ସହାୟତା ରାଶି । Kanak News ତିତଲି କ୍ଷତି ଦେଖିବ କେନ୍ଦ୍ରୀୟ ଟିମ୍ । ଅନୁଧ୍ୟାନ ପରେ କେନ୍ଦ୍ରରୁ ମିଳିବ ସହାୟତା ରାଶି । Kanak News Reviewed by SUBHENDU BARAL on October 31, 2018 Rating: 5

No comments:

Powered by Blogger.