ସ୍ୱଳ୍ପବୃଷ୍ଟି ଯୋଗୁଁ ଦେବଗଡ ଜିଲ୍ଲାର ତିନୋଟିଯାକ ବ୍ଲକର ବିଭିନ୍ନ ଗ୍ରାମରେ ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି । ରିଆମାଳ ବ୍ଲକରେ ଚକଡାପୋକ ଉପଦ୍ରବ ଅଣାୟତ ହୋଇପଡିଥିବା ବେଳେ ସରକାରୀ କିଟନାଶକ ଔଷଧ ଚାଷୀମାନଙ୍କୁ ଧୋକାଦେଇଛି । ବ୍ଲକର ବିଭିନ୍ନ ଗ୍ରାମରେ ଚକଡାପୋକ ଲାଗି ଶହଶହ ହେକ୍ଟର ଚାଷଜମିରେ ମାରାତ୍ମକ ଚକଡା ପୋକ ଲାଗି ଧାନଫସଲ ନଷ୍ଟ ହେବାରେ ଲାଗିଛି ।
ସୂଚନା ଅନୁଯୟୀ, ଝାଳବୁହା ପରିଶ୍ରମ ସାଙ୍ଗକୁ ଆବଶ୍ୟକ ଯତ୍ନ ଓ ସାର ପ୍ରୟୋଗ ଯୋଗୁଁ ଚଳିତ ବର୍ଷ ରିଆମାଳ ବ୍ଲକର ବିଭିନ୍ନ ଗ୍ରାମରେ ଭଲ ଫସଲ ହୋଇଥିଲା । ଜିଲ୍ଲାର ଭାତହାଣ୍ଡି କୁହାଯାଉଥିବା ଟିଙ୍କବିର ଗ୍ରାମ ଓ ଆଖପାଖ ଅଂଚଳରେ ମଧ୍ୟ ଭଲ ଫସଲ ହୋଇଥିବାରୁ ଚାଷୀ ମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି ହୋଇଥିଲା । ସେହିପରି ଋଣକରି ଧାନ ଚାଷ କରିଥିବା ଚାଷୀ ମାନେ ମଧ୍ୟ ଆସ୍ୱସ୍ତ ହେବାସହ ସୁବିଧାରେ ଋଣ ପରିଶୋଧ କରି ଋଣମୁକ୍ତ ହେବାକୁ ଆଶା ବାନ୍ଧିଥିଲେ । ମାତ୍ର ଅମଳହେବା ପୂର୍ବରୁ ସମ୍ପୃକ୍ତ ଅଞ୍ଚଳର ଶହଶହ ହେକ୍ଟର ଚାଷଜମିରେ ଚକଡାପୋକ ଲାଗିଥିଲା । ସମ୍ପୃକ୍ତ ଅଂଚଳର ଚାଷୀ ମାନଙ୍କ ନିମନ୍ତେ ଚିନ୍ତାର କାରଣ ହୋଇପଡିଥିବା ବେଳେ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା କୀଟନାଶକ ପୋକ ଉପରେ କୌଣସି ପ୍ରଭାବ ପକାଉନଥିବାରୁ ଏହା ସେମନଙ୍କର ଚିନ୍ତାକୁ ଦ୍ୱିଗୁଣିତ କରିଦେଇଛି । କୀଟନାଶକ ବ୍ୟବହାର ପରେ ମଧ୍ୟ ପୋକ ନିୟନ୍ତ୍ରଣ ହେଉନଥିବାରୁ ଏହି କୀଟନାଶକ ଔଷଧ କନଲି ବୋଲି ଅଭିଯୋଗ କରିଛନ୍ତି ।
ଅଂଚଳ ର ଚାଷୀମାନେ ଏ ସମ୍ପର୍କରେ ଜିଲ୍ଲାପାଳ ,ବିଡିଓ ଏବଂ ଦେବଗଡ କୃଷି ଉପନିର୍ଦ୍ଦେଶକଙ୍କୁ ଲିଖିତ ଅଭିଯୋଗ କରିବାସହ ଏହାର ପ୍ରତିକାର ଦାବୀ କରିଥିଲେ । ଏହାପରେ ଜିଲ୍ଲା ପ୍ରଶାସନ ଏବଂ କୃଷି ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇବାସହ ବିଭାଗୀୟ ଅଧିକାରୀ ମାନେ ସମ୍ପୃକ୍ତ ଅଂଚଳ ପରିଦର୍ଶନ କରି ଚକଡାପୋକ ନିୟନ୍ତ୍ରଣ ନିମନ୍ତେ ସରକାରଙ୍କ ପକ୍ଷରୁ ମିଳୁଥିବା କୀଟନାଶକ ଔଷଧ ପ୍ରୟୋଗ ପାଇଁ ଚାଷୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଏପରିକି କଷିି ବିଭାଗ କର୍ତ୍ତୃପକ୍ଷ ଦେବଗଡ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକଙ୍କ ସହ ସମ୍ପୃକ୍ତ ଅଂଚଳ ଗସ୍ତକରି କୀଟନାଶକ ଔଷଧ ପ୍ରୟୋଗର ପ୍ରାଣାଳୀ ସମ୍ପର୍କରେ ତାଲିମ ମଧ୍ୟ ଦେଇଥିଲେ । ମାତ୍ର ଚାଷୀ ମାନେ ଏହି କୀଟନାଶକ ଔଷଧ ପ୍ରୟୋଗ କରିବାପରେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଫଳରେ ପ୍ରଭାବିତ ଚାଷୀ ମାନେ ହତାଶ ହୋଇପଡିବାସହ କୌଣସି ଉପାୟ ନପାଇ ମୁଣ୍ଡରେ ହାତଦେଇ ବସିଥିବା ଦେଖିବାକୁ ମିଳୁଛି । ଏଣୁ ସରକାର ସମ୍ପୃକ୍ତ ଅଂଚଳର ପରିସ୍ଥିତି ଅନୁଧ୍ୟାନ କରି ପ୍ରଭାବିତ ଚାଷୀମାନଙ୍କୁ ସହାୟତା ପ୍ରଦାନ କରିବାସହ ସେମାନଙ୍କର ଋଣଛାଡ ପାଇଁ ଚାଷୀ ମାନେ ଦାବୀ କରିଛନ୍ତି ।
from Kanak News https://ift.tt/2OguYkp https://ift.tt/2yHvGSQ
ଚାଷୀଙ୍କୁ ଧୋକାଦେଲା ସରକାରୀ କୀଟନାଶକ ଔଷଧ ! ନଷ୍ଟହେଲା ଶହଶହ ହେକ୍ଟର ଚାଷଜମି । Kanak News
Reviewed by SUBHENDU BARAL
on
October 31, 2018
Rating:
No comments: