‘ସୁନ୍ଦରୀ’କୁ ନେଇ ହିଂସା ଘଟଣା: ଜେଲ୍‌ ଗଲେ ବିଜେପି ନେତା OTV KHABAR BUREAU

ଅନୁଗୁଳ: ବାଘୁଣୀ ‘ସୁନ୍ଦରୀ’କୁ ନେଇ ଅନୁଗୁଳ ଜିଲ୍ଲା କଞ୍ଜରାରେ ହିଂସା ଘଟଣାରେ ଅନୁଗୁଳ ଜିଲ୍ଲା ବିଜେପି ସଭାପତି ଭାଗିରଥୀ ପ୍ରଧାନଙ୍କୁ ପୁଲିସ୍‌ ଗିରଫ କରିଛି। ଗିରଫ ପରେ ତାଙ୍କୁ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା। ତେବେ ଜାମିନ୍‌ ନାମଞ୍ଜୁର ହେବାରୁ ଭାଗିରଥୀଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି।

ଭୁବନେଶ୍ୱର ଉପକଣ୍ଠ ମେଣ୍ଢାଶାଳରୁ ବିଳମ୍ବିତ ରାତିରେ ପୁଲିସ୍‌ ଗିରଫ କରିଥିଲା। ଫଳରେ ଗିରଫ ସଂଖ୍ୟା ୨୯କୁ ବୃଦ୍ଧି ପାଇଛି।

ଗତ ୨୧ ତାରିଖରେ ସୁନ୍ଦରୀ ଆକ୍ରମଣରେ ଟାଇଁସି ଗାଁର ତ୍ରିନାଥ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ଏହା ପରେ ସୃଷ୍ଟି ହୋଇଥିବା ଗଣ୍ଡଗୋଳ, ପୁଲିସ୍‌କୁ ଆକ୍ରମଣ ଓ ପୁଲିସ୍‌ ଗାଡ଼ି ଭଙ୍ଗାରୁଜା ହୋଇଥିଲା। ଏହି ଘଟଣାରେ ଭାଗିରଥୀଙ୍କ ସଂପୃକ୍ତି ନେଇ ପୁଲିସ୍‌ ତାଙ୍କୁ ଗିରଫ କରିଛି ବୋଲି ସୂଚନା ମିଳିଛି।

ଗତ ସେପ୍ଟେମ୍ବର ୧୨ ତାରିଖରେ ହାତୀବାରି ଗାଁର ଜଣେ ମହିଳାଙ୍କ ମୃତ୍ୟୁ ପରେ ହାତୀବାରି ବିଟ୍ ହାଉସ ଓ ଟିକରପଡ଼ା ରେଞ୍ଜ କାର୍ଯ୍ୟାଳୟରେ ପୋଡ଼ାଜଳା ଓ ଭଙ୍ଗାରୁଜା ଘଟଣାରେ ମଧ୍ୟ ଭାଗିରଥୀଙ୍କର ସମ୍ପୃକ୍ତି ଥିବା କୁହାଯାଉଛି।



from OTV Khabar https://ift.tt/2yCm1gk
‘ସୁନ୍ଦରୀ’କୁ ନେଇ ହିଂସା ଘଟଣା: ଜେଲ୍‌ ଗଲେ ବିଜେପି ନେତା OTV KHABAR BUREAU ‘ସୁନ୍ଦରୀ’କୁ ନେଇ ହିଂସା ଘଟଣା: ଜେଲ୍‌ ଗଲେ ବିଜେପି ନେତା OTV KHABAR BUREAU Reviewed by SUBHENDU BARAL on October 28, 2018 Rating: 5

No comments:

Powered by Blogger.