
ଭୁବନେଶ୍ୱର/ଢେଙ୍କାନାଳ: ଢେଙ୍କାନାଳ ସଦର ରେଞ୍ଜ ଅନ୍ତର୍ଗତ କମଳାଙ୍ଗ ଗାଁ ପାଖରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୭ଟି ହାତୀ ମୃତ୍ୟୁ ଘଟଣାରେ ଟ୍ୱିଟ୍ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି।
ସରକାରର ଗୋଟିଏ ହାତ କଣ କରୁଛି ଆଉ ଗୋଟେ ହାତ ଜାଣୁନି ବୋଲି କହିଛନ୍ତି ଧର୍ମେନ୍ଦ୍ର। ସେହିପରି ଜଙ୍ଗଲ ଓ ବିଜୁଳି ବିଭାଗ ମଧ୍ୟରେ ସାମାନ୍ୟତମ ଯୋଗ ସୂତ୍ର ନ ରହିବା ଯୋଗୁ ଓଡ଼ିଶାର ଅମୂଲ୍ୟ ସମ୍ପଦ ନଷ୍ଟ ହେଉଥିବା ଧର୍ମେନ୍ଦ୍ର ଟ୍ୱିଟ୍ କରିଛନ୍ତି।
ଦୁଃଖ ଓ ପରିତାପର ବିଷୟ ସରକାରର ଗୋଟିଏ ହାତ କଣ କରୁଛି ଆଉ ଗୋଟେ ହାତ ଜାଣୁନି । ଜଙ୍ଗଲ ବିଭାଗ ଆଉ ବିଜୁଳି ବିଭାଗ ଅଧିନରେ ସେଶୁ ଉଭୟଙ୍କ ମଧ୍ୟରେ ସାମାନ୍ୟତମ ଯୋଗ ସୂତ୍ର ନ ରହିବା ଓଡ଼ିଆର ଅମୁଲ୍ୟ ସମ୍ପଦ କୁ ନଷ୍ଟ କରୁଛି ।
— Dharmendra Pradhan (@dpradhanbjp) 27 October 2018
ବ୍ୟବସ୍ଥା ଚଳାଉଥିବା ଲୋକମାନେ ଏହାକୁ ଗୁରୁତ୍ୱର ସହ ନେଇ ଓଡ଼ିଶାର ସମ୍ପଦକୁ ବଞ୍ଚାଇବା ପାଇଁ ଚେଷ୍ଟା କରିବା ଉଚିତ୍ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।
ବିଦ୍ୟୁତ ଆଘାତରେ ପଶୁ ମୃତ୍ୟୁ ଓଡିଶାରେ ବହୁ ପୂର୍ବରୁ ବହୁ ଚର୍ଚ୍ଚିତ ପ୍ରସଙ୍ଗ ହୋଇଥିଲେ ମଧ୍ୟ, ପୁଣି ହାତୀ ମୃତ୍ୟୁ ଦୁଃଖ ଓ ପରିତାପର ବିଷୟ । ବ୍ୟବସ୍ଥା ଚଲାଉଥିବା ଲୋକ ମାନେ ଏହାକୁ ଗୁରୁତର ସହ ନେଇକି, ଯେପରି ଓଡିଶାର ଯେ ସମ୍ପଦ ତାକୁ ବଞ୍ଚାଇବା ପାଇଁ ଚେଷ୍ଟ କରିବେ ବୋଲି ମୋର ଆଶା ।
— Dharmendra Pradhan (@dpradhanbjp) 27 October 2018
from OTV Khabar https://ift.tt/2yGy38B
No comments: