
ଭୁବନେଶ୍ୱର: ସମାଲୋଚନା ପରେ ବଦଳିଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ନିୟମ। ଯୋଜନାର ସଂସୋଧନ କଲେ ସରକାର। ନିୟମାବଳୀ ଅଧିକରୁ ଅଧିକ ଲୋକଙ୍କୁ ସୁବିଧା ଦେବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି।
ପୂର୍ବରୁ କେବଳ ରାଜ୍ୟ ଭିତରେ ଓଡ଼ିଶାବାସୀଙ୍କୁ ଚିକିତ୍ସା ସୁବିଧା ଦେବାକୁ ବ୍ୟବସ୍ଥା ଥିବାବେଳେ, ଏବେ ରାଜ୍ୟ ବାହାରେ ଦେଶ ଭିତରେ ଚିକିତ୍ସା ସୁବିଧା ଯୋଗାଇଦେବାକୁ ସରକାର ବ୍ୟବସ୍ଥା କରିଛନ୍ତି। ଏଥିପାଇଁ ରାଜ୍ୟ ବାହାରେ ଘରୋଇ ଓ ସରକାରୀ ହସ୍ପିଟାଲକୁ ରାଜ୍ୟ ସରକାର ଯୋଡ଼ିଛନ୍ତି। ରାଜ୍ୟ ବାହାରେ ରହୁଥିବା ଓଡ଼ିଶାବାସୀ ନିଜ ନିଜ ଅଞ୍ଚଳରେ ଚିକିତ୍ସା ସୁବିଧା ପାଇପାରିବେ।
ଏହାଛଡ଼ା କିଡନୀ, କ୍ୟାନସର୍ ଓ ହାର୍ଟ ରୋଗରେ ପୀଡ଼ିତ ରୋଗୀଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ପରିବାରର ରୋଜଗାର ବାର୍ଷିକ ୩ ଲକ୍ଷ ଟଙ୍କା ହୋଇଥିଲେ ବି ଯୋଜନାରେ ସାମିଲ ହୋଇପାରିବେ।
ଆଗରୁ ଆୟ ସୀମା ୧ ଲକ୍ଷ ଟଙ୍କା ରଖାଯାଇଥିଲା। ସେହିପରି ରାଜ୍ୟ ବାହାରେ ଚିକିତ୍ସା ପାଇଁ ରୋଗୀଙ୍କ ପରିବହନ ବାବଦରେ ୨୦୦୦ ଟଙ୍କା ଦେବାକୁ ଏଥିରେ ବ୍ୟବସ୍ଥା ରହିଛି। ଏହି ଟଙ୍କା ସିଧାସଳଖ ବ୍ୟାଙ୍କ ଆକାଉଣ୍ଟକୁ ପଠାଇବାର ବ୍ୟବସ୍ଥା ହୋଇଛି। କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନାରେ ୧୩୪୩ଟି ରୋଗର ଚିକିତ୍ସା ପାଇଁ ବ୍ୟବସ୍ଥା ଥିବାବେଳେ ରାଜ୍ୟ ସରକାର ୪ ହଜାର ୩୬ଟି ରୋଗକୁ ସାମିଲ୍ କରାଯାଇଛି।
from OTV Khabar https://ift.tt/2O9JD12
Reviewed by SUBHENDU BARAL
on
October 27, 2018
Rating:
No comments: