
ବରଗଡ଼: ମହାବଳ ବାଘର ମୁଣ୍ଡ ବିହୀନ ଗଳିତ ମୃତଦେହ ଉଦ୍ଧାର। ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ଡେବ୍ରିଗଡ଼ ଅଭୟାରଣ୍ୟରୁ ମହାବଳ ବାଘର ମୃତଦେହ ଉଦ୍ଧାର କରାଯାଇଛି।
ଡେବ୍ରିଗଡ଼ ଅଭୟାରଣ୍ୟର ଖଜୁରିଆ ଏବଂ ଦାମୋଦର ପଡ଼ା ଗାଁ ନିକଟ ଜଙ୍ଗଲରୁ ପୋତା ଅବସ୍ଥାରେ ମହାବଳ ବାଘର ମୃତଦେହ ଉଦ୍ଧାର କରାଯାଇଛି।
ବନ୍ୟଜନ୍ତୁ ସଂରକ୍ଷଣ ବିଭାଗର ୩ଜଣିଆ ଟିମ୍ ମହାବଳକୁ ଉଦ୍ଧାର କରିଛନ୍ତି। ମୃତ ମହାବଳ ବାଘର ମୁଣ୍ଡ ନଥିବା ବେଳେ ଗୋଡ଼ର ନଖ ମଧ୍ୟ କଟା ଯାଇଥିବା ଜଣାପଡ଼ିଛି।
ଗତ ୩ ମାସ ତଳେ ବନ ବିଭାଗ ଏହି ଅଭୟାରଣ୍ୟରେ ମହାବଳ ବାଘକୁ ଚିହ୍ନଟ କରିଥିଲା ତେବେ କେଉଁ କାରଣ ପାଇଁ ଏବଂ କିପରି ବାଘର ମୃତ୍ୟୁ ହେଲା ସେ ନେଇ କୌଣସି ସୂଚନା ମିଳିପାରିନାହିଁ। ଅନ୍ୟପକ୍ଷରେ, ଏହି ଘଟଣାକୁ ନେଇ ତଦନ୍ତ ଚାଲିଥିବା ଜଣାପଡିଛି।
from OTV Khabar https://ift.tt/2yFcO72
ଜଙ୍ଗଲରୁ ମିଳିଲା ମୁଣ୍ଡ ବିହୀନ ମହାବଳ ବାଘର ମୃତଦେହ OTV KHABAR BUREAU
Reviewed by SUBHENDU BARAL
on
October 28, 2018
Rating:
No comments: