ଦୁର୍ଗାଷ୍ଟମୀରେ ନିଜ ୪ବର୍ଷର ଶିଶୁକୁ ବଳି ଦେଲେ ତାନ୍ତ୍ରିକ ଦମ୍ପତ୍ତି

ବିହାର ୧୮/୧୦: ଅନ୍ଧବିଶ୍ବାସକୁ ଯଦି ଆସ୍ଥା ମିଳିଯାଏ ତେବେ ଅନେକ ହୃଦୟବିଦାରକ ଘଟଣା ସାମନାକୁ ଆସେ।  ଏପରି ଏକ ଜଘନ୍ୟ ଘଟଣା ଘଟିଛି ବିହାରର ବାଙ୍କା ଜିଲ୍ଲା ଅନ୍ତର୍ଗତ ନକ୍ସଲ୍ ପ୍ରଭାବିତ ବେଲହର ଥାନାର ଟେଙ୍ଗରା ଗ୍ରାମରେ। ଗୋଟିଏ ତାନ୍ତ୍ରିକ ଦମ୍ପତ୍ତି ଦୁର୍ଗାପୂଜା ଅବସରରେ ବାମାଚାର ତନ୍ତ୍ର  ପୂଜାରେ ସିଦ୍ଧି ପାଇଁ ନିଜ ୪ବର୍ଷର ପୁଅର ମୁଣ୍ଡରେ କଣ୍ଟା ବାଡ଼େଇ ତାକୁ ବଳି ଦେଇଛନ୍ତି।

ସୂଚନା ଅନୁସାରେ ତାନ୍ତ୍ରିକ ଯୋଗେନ୍ଦ୍ର ପଣ୍ଡିତ ଏବଂ ତାଙ୍କ ସ୍ତ୍ରୀ ମୁନିୟା ଦେବୀ ଗତ କିଛି ବର୍ଷରୁ ତନ୍ତ୍ର ବିଦ୍ୟା ସାଧନ କରୁଥିଲେ। ଏଥିପାଇଁ ସେମାନେ କିଛି ଦିନହେଲା ବାହାରେ ରହୁଥିଲେ। ହେଲେ ଗତ ମଂଗଳବାର ରାତିରେ ଅତି ଅମାନୁଷିକ ଭାବରେ ସେମାନେ ତାଙ୍କ ୪ବର୍ଷର ପୁଅ ଗୁଲିୟା କୁମାରଙ୍କ ମୁଣ୍ଡରେ କଣ୍ଟା ବାଡ଼େଇ ବଳି ଦେଇ ଦେଇଛନ୍ତି।

ବୁଧବାର ସକାଳେ ବାଳକର ମୃତ୍ୟୃ ଖବର ପ୍ରଘଟ ହେବା ପରେ ତାଙ୍କ ଘର ନିକଟରେ ଆଖପାଖ ଲୋକଙ୍କର ଭିଡ଼ ଜମିଥିଲା। କିଛି ଲୋକ ପୋଲିସକୁ ଏହି ବିଷୟରେ ସୂଚନା ଦେଇ ଦେଇଥିଲେ। ଏହା ପରେ ସ୍ବାମୀ ସ୍ତ୍ରୀ ପୁଅର ଶବକୁ ଏକ ବୁଦାରେ ପକାଇ ସେଠାରୁ ଫେରାର ହୋଇଯାଇଥିଲେ।


ଗ୍ରାମବାସୀଙ୍କ କହିବା ମୁତାବକ ତାନ୍ତ୍ରିକ ଯୋଗେଶ ପଣ୍ଡିତ ପାଖାପାଖି ୧୦-୧୫ବର୍ଷରୁ ତନ୍ତ୍ର ସାଧନା କରି ଆସୁଥିଲା। ଲୋକଙ୍କୁ ଝଡ଼ା ଫୁଙ୍କା ଏବଂ ତାନ୍ତ୍ରିକ ଚିକିତ୍ସା କରିବା ନିମନ୍ତେ ସେ ଅଧିକାଂଶ ସମୟରେ ବିହାରର ବିଭିନ୍ନ ସ୍ଥାନ ସହ ଦିଲ୍ଲୀ,ଝାଡ଼ଖଣ୍ଡ ଏବଂ ଉତ୍ତର ପ୍ରଦେଶ ଯାଉଥିଲା। ଅନ୍ଧବିଶ୍ବାସୀ ଲୋକମାନେ ତାକୁ ଝଡ଼ାଫୁଙ୍କା ପାଇଁ ଡାକୁଥିଲେ।

ତାନ୍ତ୍ରିକର ପ୍ରଥମ ପତ୍ନୀଙ୍କ ୫ବର୍ଷ ପୂର୍ବରୁ ମୃତ୍ୟୁ ହୋଇଯାଇଛି। ପ୍ରଥମ ପତ୍ନୀଙ୍କ ୪ଟି ସନ୍ତାନ ଅଛନ୍ତି। ଏହି ସନ୍ତାନମାନଙ୍କ ମଧ୍ୟରୁ ପୁଅ ରାମରତନ ପଣ୍ଡିତ,ରାମବିଳାସ ପଣ୍ଡିତ ଏବଂ ବୋହୂ ଖୁସବୁ ଦେବୀ ଗାଁରେ ରୁହନ୍ତି। ପାଖ ଗାଁରେ ରହୁଥିବା ବିବାହିତା ମହିଳା ମୁନିୟା ଦେବୀ ତନ୍ତ୍ର ଶିଖିବା ପାଇଁ ତାନ୍ତ୍ରିକ ଯୋଗେଶ ପଣ୍ଡିତଙ୍କ ପାଖକୁ ସବୁବେଳେ ଆସୁଥିଲେ। ଧୀରେ ଧୀରେ ସେମାନେ ପରସ୍ପରର ନିକଟତର ହେଲେ ଏବଂ ବାହା ହୋଇଗଲେ। ସ୍ଥାନୀୟ ଲୋକଙ୍କ କହିବାନୁସାରେ ୫ବର୍ଷ ପୂର୍ବେ କୂଅରୁ ମିଳିଥିବା ମୁଣ୍ଡବିହୀନ ଶବ ତାନ୍ତ୍ରିକର ପ୍ରଥମ ପତ୍ନୀର ଥିଲା। ସେହି ଘଟଣା ପରେ ତାନ୍ତ୍ରିକ ନିଜ ଦ୍ବିତୀୟ ପତ୍ନୀ ସହ ଗାଁ ଛାଡ଼ି ପଳାଇଥିଲା। ପାଖାପାଖି ଦୁଇ ମାସ ପରେ ସେମାନେ ଫେରିଥିଲେ।

ଚାରି ବର୍ଷ ପୂର୍ବେ ସେମନଙ୍କର ଗୋଟିଏ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ପୁଅର ନାଁ ସେମାନେ ଗୁଲିୟା ରଖିଥିଲେ। ତାନ୍ତ୍ରିକର ପୁଅ ରାମରତନର କହିବା ଅନୁସାରେ ଗୁଲିୟା ତାଙ୍କ ସହ ରହୁଥିଲା। ମଙ୍ଗଳବାର ବାପା ତାଙ୍କ ସାନ ଭାଇ ରାମବିଳାସଙ୍କୁ ଗୁଲିୟା ନିମନ୍ତେ ବିସ୍କୁଟ ଆଣିବା ପାଇଁ ପଠାଇଥିଲେ। ବିସ୍କୁଟ ଆଣି ଦେବାର କିଛି ସମୟ ପରେ ଗୁଲିୟା ଗାୟବ ହୋଇଯାଇଥିଲା। କୁହାଯାଉଛି ଯେ ତାକୁ ସ୍ନାନ କରାଗଲା ପରେ ନୂଆ ବସ୍ତ୍ର ପିନ୍ଧା ଯାଇଥିଲା। ଏହା ପରେ ଦୀପ , ଧୁପ ଜଳାଇ ପୂଜାର୍ଚ୍ଚନା କରାଯାଇଥିଲା।

ଖାସ୍ କଥା ହେଉଛି ଏହା ଯେ ପୋଲିସ୍ ଏହି ମାମଲାକୁ ରଫାଦଫା କରିବାରେ ଉଦ୍ୟମ କରୁଛି।



from News7 https://ift.tt/2Cp2eDV
ଦୁର୍ଗାଷ୍ଟମୀରେ ନିଜ ୪ବର୍ଷର ଶିଶୁକୁ ବଳି ଦେଲେ ତାନ୍ତ୍ରିକ ଦମ୍ପତ୍ତି ଦୁର୍ଗାଷ୍ଟମୀରେ ନିଜ ୪ବର୍ଷର ଶିଶୁକୁ ବଳି ଦେଲେ ତାନ୍ତ୍ରିକ ଦମ୍ପତ୍ତି Reviewed by SUBHENDU BARAL on October 18, 2018 Rating: 5

No comments:

Powered by Blogger.