ସୌଭାଗ୍ୟ ଯୋଜନା ଫେଲ ! ବିଦ୍ୟୁତ ସଂଯୋଗ ନଥାଇ ଆସୁଛି ବିଲ

ଢେଙ୍କାନାଳ ୨୮/୧୦ : ଫେଲ ମାରିଛି ସରକାରଙ୍କ ସୌଭାଗ୍ୟ ଯୋଜନା | ମାଗଣା ବିଦ୍ୟୁତକରଣ ଯାଜନାରେ ମଧ୍ୟ ଟଙ୍କା ଆଦାୟ କରିବାକୁ ପଛାଉନାହାନ୍ତି ଅସାଧୁ କର୍ମଚାରୀ | ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କାଟେଣୀ ପଂଚାୟତ ଶୁଣ୍ଡିକାଟେଣୀ ଗାଁରେ ଦେଖିବାକୁ ମିଳିଛି ବିଦ୍ୟୁତ ଜାଲିଆତି | ଘରକୁ ବିଦ୍ୟୁତ ସଞ୍ଜୋଡ଼ ଦିଆଯାଇନାହିଁ | କିନ୍ତୁ ମୋଟା ଅଙ୍କର ବିଜୁଳି ବିଲ ଆସୁଛି | ସୌଭାଗ୍ୟ ଯୋଜନାରେ ଏହି ଗାଁର ୪୫ ପରିବାର ସାମିଲ ହୋଇଥିଲେ | ବିନା ଟଙ୍କାରେ ଘରକୁ ବିଦ୍ୟୁତ ସଂଯୋଗ ହେବା କଥା | କିନ୍ତୁ ବିଦ୍ୟୁତ ସଂଯୋଗ ପାଇଁ ଟେଣ୍ଡର ନେଇଥିବା ଠିକା ସଂସ୍ଥା ବିଦ୍ୟୁତ ସଂଯୋଗ ପାଇଁ ପରିବାର ପିଛା ୫୦୦ ରୁ ୧୦୦୦ ଟଙ୍କା ନେଇ ଫେରାର ହୋଇଯାଇଛି | ଏପଟେ କିନ୍ତୁ ବିଦ୍ୟୁତ ବିଭାଗ ଲୋକଙ୍କ ହାତକୁ ଧରେଇଦେଇଛି ୨ ମାସର ବିଲ | ଏନେଇ ବର୍ତମାନ ଚିନ୍ତାରେ ଗ୍ରାମବାସୀ |



from News7 https://ift.tt/2O9hw1S
ସୌଭାଗ୍ୟ ଯୋଜନା ଫେଲ ! ବିଦ୍ୟୁତ ସଂଯୋଗ ନଥାଇ ଆସୁଛି ବିଲ ସୌଭାଗ୍ୟ ଯୋଜନା ଫେଲ ! ବିଦ୍ୟୁତ ସଂଯୋଗ ନଥାଇ ଆସୁଛି ବିଲ Reviewed by SUBHENDU BARAL on October 28, 2018 Rating: 5

No comments:

Powered by Blogger.