ଥାଇରଏଡ୍‌ ରୋଗରେ ସନ୍ତୁଳି ହେଉଛନ୍ତି କି ? ଜାଣନ୍ତୁ ଏହାର ଘରୋଇ ଉପଚାର

ଥାଇରଏଡ୍‌ ହେଉଛି ଏକ ମାରାତ୍ମକ ରୋଗ। ଏକ ସର୍ଭେ ରିପୋର୍ଟ ଅନୁଯାୟୀ ଭାରତର ୩ ଜଣରୁ ଜଣେ କୌଣସି ନା କୌଣସି ଥାଇରଏଡ୍‌ ରୋଗରେ ପୀଡ଼ିତ। ଥାଇରଏଡ୍‌ରେ ପୀଡ଼ିତ ରୋଗୀଙ୍କର ଅସ୍ୱଭାବିକଭାବେ ଓଜନ କମିବା ସହ ହର୍ମୋନର ଅସନ୍ତୁଳନ ହୋଇଥାଏ। ଥାଇରଏଡ୍‌ ହେଉଛି ଦୁଇ ପ୍ରକାରର। ଗୋଟିଏ ହେଲା ହାଇପୋଥାଇରଏଡଜିମ୍ ଏବଂ ଅନ୍ୟଟି ମାଇକୋଡେମା କୋମା। ଶୋଷ ଲାଗିବା, ଚିନ୍ତା ଲାଗିବା, ଶରୀର ଦୁର୍ବଳ ଲାଗିବା ଆଦି ଥାଇରଏଡ୍‌ ରୋଗର ଲକ୍ଷଣ। ତେବେ ପ୍ରାକୃତିକ ଉପାୟରେ ଏହି ରୋଗର ନିରାକରଣ ସମ୍ଭବ। ଆସନ୍ତୁ ଜାଣିବା ଘରୋଇ ଉପଚାରରେ କେମିତି ଏହି ରୋଗରୁ ମୁକ୍ତି ମିଳିପାରିବ।

ଅଦା: ଅଦାରେ ପୋଟାସିୟମ ଏବଂ ମାଗ୍ନେସିୟମ ଭଳି ଉପାଦାନ ରହିଛି। ସେହିପରି ଅଦାର ଆଉ ଏକ ବିଶେଷତ୍ୱ ହେଉଛି ଏଥିରେ ଆଣ୍ଟିଅକ୍ସିଡ଼ାଣ୍ଟ ଗୁଣ ରହିଛି। ଯାହା ଥାଇରଏଡ୍ ସମସ୍ୟାରୁ ମୁକ୍ତି ଦେଇଥାଏ।

କ୍ଷୀର ଏବଂ ଦହି: କ୍ଷୀର ଏବଂ ଦହିରେ କ୍ୟାଲ୍‌ସିୟମ, ମିନେରାଲ୍ସର ତତ୍ୱ ରହିଛି। ଯାହା ଥାଇରଏଡ୍‌କୁ ବଢ଼ିବାରୁ ରୋକିଥାଏ।

ଅଶ୍ୱଗନ୍ଧା: ଅଶ୍ୱଗନ୍ଧା ହେଉଛି ଏକ ପ୍ରାକୃତିକ ଔଷଧ। ଯାହା ଥାଇରଏଡ୍‌କୁ ନିୟନ୍ତ୍ରଣ ରଖିବାରେ କ୍ଷମତା ରଖେ।

ମୁଲେଠି: ମୁଲେଠି ଥାଇରଏଡ୍‌ ଗ୍ରନ୍ଥିକୁ ସନ୍ତୁଳିତ କରିଥାଏ । ଶରୀରରେ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ ମୁଲେଠି।



from Odisha Reporter
ଥାଇରଏଡ୍‌ ରୋଗରେ ସନ୍ତୁଳି ହେଉଛନ୍ତି କି ? ଜାଣନ୍ତୁ ଏହାର ଘରୋଇ ଉପଚାର ଥାଇରଏଡ୍‌ ରୋଗରେ ସନ୍ତୁଳି ହେଉଛନ୍ତି କି ? ଜାଣନ୍ତୁ ଏହାର ଘରୋଇ ଉପଚାର Reviewed by SUBHENDU BARAL on October 18, 2018 Rating: 5

No comments:

Powered by Blogger.