ଶିଶୁଙ୍କୁ ଯୌନ ନିର୍ଯାତନା ଦେଇଥିବା ବ୍ୟକ୍ତିଙ୍କୁ ୧୦ ବର୍ଷ ଜେଲ

ମୁମ୍ବାଇ: ଦୁଇଟି ପୃଥକ ପୃଥକ ଘଟଣାରେ ସ୍ୱତନ୍ତ୍ର ପୋକ୍‌ସୋ କୋର୍ଟ ଶିଶୁଙ୍କୁ ଯୌନ ନିର୍ଯାତନା ଦେଇଥିବା ୨ ଜଣ ବ୍ୟକ୍ତିଙ୍କୁ ୧୦ ବର୍ଷ ଲେଖାଏ ଜେଲ୍‌ଦଣ୍ଡରେ ଦଣ୍ଡିତ କରିଛନ୍ତି।

୨୦୧୫ ଡିସେମମ୍ବରରେ ଜଣେ ୨୪ ବର୍ଷୀୟ ଯୁବକ ତାଙ୍କ ପଡ଼ୋଶୀ ଘରେ ରହୁଥିବା ଦୁଇ ଜଣ ଶିଶୁଙ୍କୁ କଣ୍ଢେଇ ଦେବାକୁ ଡାକି ସେମାନଙ୍କୁ ଯୌନ ନିର୍ଯାତନା ଦେଇଥିଲେ। ନିର୍ଯାତିତ ହେଇଥିବା ଜଣେ ଶିଶୁର ବୟସ ୫ ବର୍ଷ ହୋଇଥିବା ବେଳେ ଆଉ ଜଣଙ୍କ ବୟସ ୪.୫ ବର୍ଷ।

ସ୍ୱତନ୍ତ୍ର ସରକାରୀ ଓକିଲ ପଙ୍କଜ ଚୌହାନ କହିଛନ୍ତି, ଅଭିଯୁକ୍ତଙ୍କୁ ଆଇପିସିର ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ଅପରାଧରେ ଦୋଷୀ ସାବ୍ୟସ୍ତ କରାଯାଇଛି। ଏଥିସହ ପୋକ୍‌ସୋ ଆଇନ୍‌ ଅନୁଯାୟୀ ମଧ୍ୟ ମାମଲାର ବିଚାର କରାଯାଇଥିଲା।

ଦ୍ୱିତୀୟ ଘଟଣାରେ ଆଉ ଜଣେ ୨୪ ବର୍ଷୀୟ ନୃତ୍ୟ ଶିକ୍ଷକଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେ ଜଣେ ୯ ବର୍ଷର ବାଳକଙ୍କୁ ନାଚ ଶିଖାଇବା ନାଁରେ ଯୌନ ଶୋଷଣ କରିଥିଲେ। ଏହା ୨୦୧୫ରେ ଘଟିଥିଲେ ହେଁ ୨୦୧୬ ଜାନୁଆରୀରେ ଘଟଣା ସାମ୍ନାକୁ ଆସିଥିଲା।



from Odisha Reporter
ଶିଶୁଙ୍କୁ ଯୌନ ନିର୍ଯାତନା ଦେଇଥିବା ବ୍ୟକ୍ତିଙ୍କୁ ୧୦ ବର୍ଷ ଜେଲ ଶିଶୁଙ୍କୁ ଯୌନ ନିର୍ଯାତନା ଦେଇଥିବା ବ୍ୟକ୍ତିଙ୍କୁ ୧୦ ବର୍ଷ ଜେଲ Reviewed by SUBHENDU BARAL on October 17, 2018 Rating: 5

No comments:

Powered by Blogger.