‘ମି ଟୁ’ ନେଲା ଆକବରଙ୍କ ମନ୍ତ୍ରୀ ପଦ

ନୂଆଦିଲ୍ଲୀ: ଯୌନ ଉତ୍ପୀଡ଼ନ ମାମଲାରେ ଛନ୍ଦି ହୋଇଥିବା କେନ୍ଦ୍ର ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଏମ୍‌ଜେ ଆକବର ଶେଷରେ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ପଠାଇଦେଇଛନ୍ତି।

ଦେଶରେ ଆରମ୍ଭ ହୋଇଥିବା ମି ଟୁ ଅଭିଯାନ ଜରିଆରେ ୨୦ରୁ ଅଧିକ ମହିଳା ସାମ୍ବାଦିକ ଆକବରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ଆକବର ରାଜନୀତିରେ ପାଦ ଦେବା ପୂର୍ବରୁ ସାମ୍ବାଦିକ ଭାବେ କାର୍ଯ୍ୟ କରୁଥିଲେ।

ଏହି ସମୟରେ ତାଙ୍କ ଅଧୀନରେ କାର୍ଯ୍ୟ କରୁଥିବା କିଛି ମହିଳା ଆକବରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ।

ପ୍ରଥମେ ପ୍ରିୟା ରମାନି ନାମକ ସାମ୍ବାଦିକ ଆକବର ତାଙ୍କୁ ବାରମ୍ବାର ଯୌନ ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଥିଲେ। ଏହାପରେ ଆହୁରି ୧୬ରୁ ୧୭ ଜଣ ମହିଳା ସାମ୍ବାଦିକ ଆକବରଙ୍କ ନାଁରେ ସମାନ ଅଭିଯୋଗ ଆଣିଥିଲେ।

ଏହାକୁ ନେଇ ବିବାଦ ଉପୁଜିବାରୁ ବିଭିନ୍ନ ମହଲରେ ଆକବରଙ୍କ ଇସ୍ତଫା ଦାବି ହୋଇଥିଲା। ତେବେ ବାରମ୍ବାର ଇସ୍ତଫା ଦେବାକୁ ମନା କରୁଥିବା ଆକବର ଶେଷରେ ନିଜର ମନ୍ତ୍ରୀ ପଦ ଛାଡ଼ିଛନ୍ତି।

ଅନ୍ୟପକ୍ଷରେ ପ୍ରିୟା ଆଣିଥିବା ଅଭିଯୋଗକୁ ଅମୂଳକ କହୁଥିବା ଆକବର ତାଙ୍କ ବିରୋଧରେ ମାନହାନି ମାମଲା କରିଛନ୍ତି।



from Odisha Reporter
‘ମି ଟୁ’ ନେଲା ଆକବରଙ୍କ ମନ୍ତ୍ରୀ ପଦ ‘ମି ଟୁ’ ନେଲା ଆକବରଙ୍କ ମନ୍ତ୍ରୀ ପଦ Reviewed by SUBHENDU BARAL on October 17, 2018 Rating: 5

No comments:

Powered by Blogger.