ଢେଙ୍କାନାଳ ୨୮/୧୦ : ଢେଙ୍କାନାଳରେ ଗତକାଲି ବିଦ୍ୟୁତ ତାର ଲାଗି ୭ ଟି ହାତୀ ମୃତ୍ୟୁ ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ | ଏଥିସହ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ୭ଦିନ ଭିତରେ ତଦନ୍ତ ସାରି ରିପୋର୍ଟ ଦେବାକୁ ନିର୍ଦେଶ ଦେଇଛନ୍ତି ନବୀନ | ଏନେଇ ଗୋଟିଏ ଟିମ ଗଠନ କରାଯାଇଛି | ଘଟଣାସ୍ଥଳରେ ଏହି ଟିମ ଆଜି ପହଂଚି ତଦନ୍ତ କରିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ ଏନେଇ ସୂଚନା ଦେଇଛନ୍ତି | କିଭଳି ପରିସ୍ଥିତିରେ ହାତୀଙ୍କର ମୃତ୍ୟୁ ଘଟିଛି ଏବଂ ଏଥିପାଇଁ ପ୍ରକୃତ ଦୋଷୀ କିଏ ତାର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିବ କ୍ରାଇମବ୍ରାଞ୍ଚ |
from News7 https://ift.tt/2O7XiW9
ଢେଙ୍କାନାଳ ହାତୀ ମୃତ୍ୟୁ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
Reviewed by SUBHENDU BARAL
on
October 28, 2018
Rating:
No comments: