ଆପଣଙ୍କର ପସନ୍ଦ କି କିଟ୍‌କାଟ୍‌, ମଞ୍ଚ୍‌ ? ଗ୍ରାହକଙ୍କୁ ନେସ୍‌ଲେ ଠକିଛି ୧୦୦ କୋଟି

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): କିଟ୍‌କାଟ୍, ମଞ୍ଚ୍, ମିଲ୍କି ବାର୍, କ୍ରଞ୍ଚ, ଟୋଲ୍‌ ହାଉସ୍… ଏହି ସବୁ ଚକୋଲେଟ୍ ଆପଣଙ୍କର ପସନ୍ଦ କି? ମାଗି ନୁଡୁଲ୍ସରେ ଟମାଟୋ କେଚ୍‌ଅପ୍ସ ବି ଆପଣଙ୍କର ପସନ୍ଦ? ଆଉ ନେସ୍‌କାଫେର କଫି ? ଏହି ସବୁ ଉତ୍ପାଦ ଗୋଟିଏ କମ୍ପାନୀର। ଆଜିର ସମୟରେ ଏହି ସବୁ ଖାଉଟି ସାମଗ୍ରୀ ମଧ୍ୟବିତ୍ତ ପରିବାରମାନଙ୍କରେ ପ୍ରାୟତଃ ଦେଖିବାକୁ ମିଳିବ।

ତେବେ ପଢ଼ନ୍ତୁ ଆପଣ ପସନ୍ଦ କରୁଥିବା ସ୍ୱିଜରଲାଣ୍ଡ୍ ଭିତ୍ତିକ ଏହି କମ୍ପାନୀ(ନେସ୍‌ଲେ) କେମିତି ଦେଇଛି ଧୋକା।

ନିକଟରେ ଶୁଣିଥିବେ, ଦେଶରେ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ଲାଗୁ ହେବା ପରେ ସରକାର ଘୋଷଣା କରିଥିଲେ ଯେଉଁ ସବୁ କମ୍ପାନୀ ଜିଏସ୍‌ଟିରୁ ଅଧିକ ଲାଭ ପାଇବେ ତାହାକୁ ସିଧାସଳଖ ଖାଉଟୀଙ୍କୁ ହସ୍ତାନ୍ତର କରିବେ। ଦରଦାମ୍‌ ହ୍ରାସ କରି ଜିଏସ୍‌ଟିର ସୁବିଧା ଲୋକଙ୍କୁ ଦେବେ।

ଏହି ଧାରାରେ ମଝିରେ ଜିଏସ୍‌ଟି ପରିଷଦ ପ୍ରାୟ ୧୬୮ପ୍ରକାର ସାମଗ୍ରୀରୁ ଜିଏସ୍‌ଟି ହ୍ରାସ କରିଥିଲା। ତେଣୁ ଦରଦାମ୍‌ ହ୍ରାସ ପାଇବା କଥା। ଏହି ୧୬୮ ପ୍ରକାରର ସାମଗ୍ରୀ ମଧ୍ୟରେ ନେସ୍‌ଲେର ଉତ୍ପାଦ ମଧ୍ୟ ରହିଛି। କିନ୍ତୁ ୧୦ ଟଙ୍କିଆ କିଟ୍‌କାଟ୍ ୯ ଟଙ୍କା ହୋଇଛି କି ? କ୍ରଞ୍ଜ୍‌ ଆଉ ମଞ୍ଚ୍‌ ର ଦାମ୍ କମ୍ ହୋଇଛି କି? ନା, ହୋଇ ନାହିଁ।

ଦାମ୍‌ କମ୍ କରିବାର ଥିଲେ ମଧ୍ୟ ନେସ୍‌ଲେ ଦାମ୍ କମ୍ କରି ନାହିଁ। ଦାମ୍‌ କମ ନକରି ଏହାର ଭରପୂର ଫାଇଦା ଉଠାଇଛି। ଆଉ ଖୁବ୍‌ କମ୍ ଦିନ ମଧ୍ୟରେ ପ୍ରାୟ ୧୦୦ କୋଟି ଟଙ୍କା ଅତିରିକ୍ତ ଲାଭ କରିଛି ଯାହାକି ଲୋକଙ୍କୁ ହସ୍ତାନ୍ତର କରିବାର ଥିଲା।

ଡାଇରେକ୍ଟର ଜେନେରାଲ୍ ଅଫ୍ ଆଣ୍ଟି ପ୍ରଫିଟିୟରିଂ(ଡିଜିଏପି) ତଦନ୍ତ କରି ଏ ସମ୍ପର୍କରେ ସୁରାକ୍‌ ପାଇଛି। ନ୍ୟାଶନାଲ୍‌ ଆଣ୍ଟି ପ୍ରଫିଟିୟରିଂ ଅଥରିଟି(ଏନ୍‌ଏଏ)କୁ ରିପୋର୍ଟ ମଧ୍ୟ ଦେଇଛି।

ତେବେ ନେସ୍‌ଲେ ପକ୍ଷରୁ ଏହାକୁ ନେଇ କୌଣସି ସନ୍ତୋଷଜନକ ଉତ୍ତର ଦିଆଯାଇ ନାହିଁ।



from Odisha Reporter
ଆପଣଙ୍କର ପସନ୍ଦ କି କିଟ୍‌କାଟ୍‌, ମଞ୍ଚ୍‌ ? ଗ୍ରାହକଙ୍କୁ ନେସ୍‌ଲେ ଠକିଛି ୧୦୦ କୋଟି ଆପଣଙ୍କର ପସନ୍ଦ କି କିଟ୍‌କାଟ୍‌, ମଞ୍ଚ୍‌ ? ଗ୍ରାହକଙ୍କୁ ନେସ୍‌ଲେ ଠକିଛି ୧୦୦ କୋଟି Reviewed by SUBHENDU BARAL on October 23, 2018 Rating: 5

No comments:

Powered by Blogger.