ବିରାଟଙ୍କ ଅନୁରୋଧ ମାନିଲା ବିସିସିଆଇ : ବିଦେଶକୁ ଖେଳିବାକୁ ଯିବା ସମୟରେ ପୁରା ସମୟ ପତ୍ନୀଙ୍କୁ ପାଖରେ ରଖିପାରିବେ ଖେଳାଳୀ
ନୂଆଦିଲ୍ଲୀ ୧୭।୧୦: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ବିରାଟ କୋହଲିଙ୍କ ଅନୁରୋଧକୁ ମାନିନେଇଛି । ଦୁଇ ସପ୍ତାହ ବଦଳରେ ପୁରା ବିଦେଶ ଗସ୍ତ ସମୟରେ ପତ୍ନୀଙ୍କୁ ସାଙ୍ଗରେ ରହିବା ଲାଗି ଅନୁମତି ଦେବାପାଇଁ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ବିସିସିଆଇକୁ ଅନୁରୋଧ କରିଥିଲେ । ତେବେ ବିସିସିଆଇ ସେଥିରେ କିଛି ସଂଶୋଧନ କରି ନିଷ୍ପତ୍ତି ନେଇଛି । ବିସିସିଆଇର ପ୍ରଶାସକ ସମିତି (ସିଓଏ)ର ନିଷ୍ପତ୍ତି ଅନୁସାରେ କ୍ରିକେଟ୍ ଖେଳାଳୀଙ୍କ ପତ୍ନୀ ଏବଂ ପ୍ରେମିକା ଗସ୍ତ ସମୟ ଆରମ୍ଭ ହେବାର ୧୦ଦିନ ପରେ ତାଙ୍କ ସହ ରହିପାରିବେ ।
ବିଦେଶରେ କ୍ରିକେଟ୍ ଖେଳିବାକୁ ଯାଇଥିବା ଖେଳାଳୀମାନଙ୍କୁ ମାତ୍ର ଦୁଇ ସପ୍ତାହ ପତ୍ନୀଙ୍କୁ ସାଙ୍ଗରେ ରଖିବାର ଅନୁମତି ଥିଲା । କାରଣ ପରିବାରଠାରୁ ଦୂରେଇ ରହିଲେ ଖେଳାଳୀମାନେ ଖେଳ ଉପରେ ବେଶୀ ଧ୍ୟାନ ଦେଇପାରିବେ ଏଭଳି ନିଷ୍ପତ୍ତି ନିଆଯାଇଥିଲା ।
ସିଓଏ କହିଛି ଯେ, ବିଦେଶ ଗସ୍ତରେ ଖେଳାଳୀମାନଙ୍କ ସହ ସେମାନଙ୍କ ପତ୍ନୀ ଅଥବା ପ୍ରେମିକା ରହିଲେ କିଛି ଅସୁବିଧା ହେବନାହିଁ । ଗସ୍ତ ଆରମ୍ଭ ହେବାର ୧୦ଦିନ ପରେ ହିଁ ପତ୍ନୀ ଅଥବା ପ୍ରେମିକାମାନେ ଖେଳାଳୀମାନଙ୍କ ସହ ରହିପାରିବେ । ବିଦେଶ ଗସ୍ତ ସମୟରେ ଲମ୍ବା ସମୟ ଧରି ଖେଳାଳୀମାନେ ଘରଠାରୁ ଦୂରରେ ରୁହନ୍ତି । ଯଦି ସେହି ସମୟରେ ତାଙ୍କ ସହ ପତ୍ନୀ ଅଥବା ପ୍ରେମିକା ରହିବେ ତେବେ ଖେଳାଳୀମାନଙ୍କ ଉପରେ ସକରାତ୍ମକ ପ୍ରଭାବ ପଡିବ । ଏ ସଂପର୍କରେ ସିଓଏ ହାଇଦ୍ରାବାଦରେ ଖେଳାଯାଉଥିବା ଦ୍ବିତୀୟ ଟେଷ୍ଟର ଆରମ୍ଭ ପୂର୍ବରୁ ବିରାଟ କୋହଲି, କୋଚ୍ ରବି ଶାସ୍ତ୍ରୀ ଏବଂ ରୋହିତ ଶର୍ମାଙ୍କ ସହ ଆଲୋଚନା କରିଥିଲା ।

ସେହି ବର୍ଷ ଇଂଲଣ୍ଡ ଅଷ୍ଟ୍ରେଲିଆକୁ ୩-୨ରେ ହରାଇଥିଲା । ଅଷ୍ଟ୍ରେଲିଆର ଖରାପ ପ୍ରଦର୍ଶନ ପାଇଁ ଖେଳାଳୀଙ୍କ ସହ ତାଙ୍କ ପତ୍ନୀ ଅଥବା ପ୍ରେମିକା ରହିବାକୁ ଦାୟୀ କରାଗଲା। ଯଦିଓ ୨୦୧୭/୧୮ରେ ଅଷ୍ଟ୍ରେଲିଆ ୪-୦ରେ ସିରିଜ୍ ଜିତିଥିଲା ।

from News7 https://ift.tt/2NIf8yY


No comments: