ବିମାନ ଯାତ୍ରା ବେଳେ ଦୁର୍ଘଟଣାରୁ ବର୍ତ୍ତିଗଲେ ଡୋନାଲ୍ଡ ଟ୍ରମ୍ପଙ୍କ ପତ୍ନୀ

lll

ୱାଶିଂଟନ୍‌: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ ଗତକାଲି ଏକ ଦୁର୍ଘଟଣାର ଶିକାର ହେବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ମେଲାନିଆ ଏକ ବିମାନ ଯୋଗେ ଫିଲାଡେଲଫିଆ ଯାଉଥିଲେ। ତେବେ ବାଟରେ ବିମାନର କ୍ୟାବିନ୍‌ରୁ ଧୂଆଁ ବାହାରୁ ଥିବା ଦେଖିବାକୁ ମିଳିଥିଲା। ଏହା ଦେଖିବା ପରେ ବିମାନଟି ଜଏଣ୍ଟ ବେସ୍ ଏଣ୍ଡ୍ର୍ୟୁଜ୍‌କୁ ଫେରି ଆସିଥିଲା। ସୂଚନାଯୋଗ୍ୟ, ହ୍ୱାଇଟ୍ ହାଉସ୍ ୱାଶିଂଟନ ବାହାରକୁ ଯାତ୍ରା କରିବା ପାଇଁ ବାୟୁସେନାର ଏହି ବିମାନକୁ ବ୍ୟବହାର କରେ।

ବିମାନରେ ବସିଥିବା ଦୁଇ ଜଣ ସାମ୍ବାଦିକ ଏହି ସୂଚନା ଦେଇଛନ୍ତି। ସେମାନେ କହିଛନ୍ତି ଯେ ଅଧିକ ଧୂଆଁ ବାହାରି ଥିଲେ ସେମାନଙ୍କୁ ମୁହଁରେ ଓଦା କପଡ଼ା ଦେବାକୁ ପଡ଼ି ଥାଆନ୍ତା। ତେବେ ବିମାନଟି ଫେରି ଆସି ଅବତରଣ କରିବା ବେଳକୁ ଧୂଆଁ ବାହାରିବା ବନ୍ଦ ହୋଇଗଲେ।

ମେଲାନିଆ ଫିଲାଡେଲଫିଆ ହସ୍‌ପିଟାଲ୍‌ର ନିରୀକ୍ଷଣ କରିବାକୁ ଯାଉଥିଲେ।



from Odisha Reporter
ବିମାନ ଯାତ୍ରା ବେଳେ ଦୁର୍ଘଟଣାରୁ ବର୍ତ୍ତିଗଲେ ଡୋନାଲ୍ଡ ଟ୍ରମ୍ପଙ୍କ ପତ୍ନୀ ବିମାନ ଯାତ୍ରା ବେଳେ ଦୁର୍ଘଟଣାରୁ ବର୍ତ୍ତିଗଲେ ଡୋନାଲ୍ଡ ଟ୍ରମ୍ପଙ୍କ ପତ୍ନୀ Reviewed by SUBHENDU BARAL on October 18, 2018 Rating: 5

No comments:

Powered by Blogger.