ଅନାସ୍ଥା ପ୍ରସ୍ତାବକୁ ନେଇ ସଂସଦରେ ମହାବିତର୍କ : ଆଜି ଗୃହରେ ଉତ୍ତର ରଖିବେ ପ୍ରଧାନମନ୍ତ୍ରୀ; ମଣିପୁର ମହିଳା ନିର୍ଯାତନା ପ୍ରସଙ୍ଗରେ ବିରୋଧୀ ଆଣିଛନ୍ତି ଅନାସ୍ଥା ପ୍ରସ୍ତାବ Kanak News

କନକ ବ୍ୟୁରୋ : ଆଜି ଗୃହରେ ବିବୃତି ରଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଅନାସ୍ଥା ପ୍ରସ୍ତାବକୁ ନେଇ ସଂସଦରେ ଦୁଇ ଦିନ ହେବ ବିତର୍କ ଚାଲିଛି । ଆଜି ତୃତୀୟ ଦିନରେ ପ୍ରଧାନମନ୍ତ୍ରୀ ବିବୃତି ରଖିବେ ବୋଲି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ସ୍ପଷ୍ଟ କରିଛନ୍ତି । ତେଣୁ ଲୋକସଭାରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଣ କହିବେ ତା’ଉପରେ ସମସ୍ତଙ୍କ ନଜର ରହିଛି । ମଣିପୁରରେ ଦୁଇ ମହିଳାଙ୍କୁ ନିର୍ଯାତନା ଘଟଣାରେ ବିରୋଧୀ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ।

ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗରେ ସଂସଦରେ ଉତ୍ତର ରଖନ୍ତୁ ବୋଲି ବିରୋଧୀ ଦାବି କରିଥିଲେ । ହେଲେ ମୋଦୀ କେବଳ ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସଂସଦ ବାହାରେ ଘଟଣାକୁ ନିନ୍ଦା କରିବା ସହିତ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ । ତେବେ ହିଂସା ମେ ମାସରେ ହୋଇଥିବା ବେଳେ ମୋଦୀ ମୌସୁମୀ ଅଧିବେଶନ ଯାଏ ନିଜର ମନ୍ତବ୍ୟ ରଖିବାକୁ କାହିଁକି ସମୟ ନେଲେ, କାହିଁକି ନିଜେ ହିଂସା ସ୍ଥଳ ପରିଦର୍ଶନ କଲେନି ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି ।

ସେପଟେ, କଂଗ୍ରେସ ନେତା ରାହୁଲ ଗାନ୍ଧି  ଲୋକସଭାରେ ଅନାସ୍ଥା ଉପରେ ତାଙ୍କ ଭାଷଣ ରଖିଛନ୍ତି । ୩୦ ମିନିଟ୍‌ର ଭା‌ଷଣରେ ସରକାରଙ୍କ ଉପରେ ତୀବ୍ର ଆକ୍ରମଣ କରି ରାହୁଲ କହିଛନ୍ତି, ସେନା ହିଁ ମଣିପୁରରେ ଶାନ୍ତି ଫେରାଇ ଆଣିପାରିବ । କିନ୍ତୁ ସରକାର ସେନା ମୁତୟନ କରୁନାହାନ୍ତି। ଆପଣ ଲୋକଙ୍କ ସ୍ବରକୁ ହତ୍ୟା‌ କରିଛନ୍ତି, ଯାହାର ଅର୍ଥ ହେଉଛି ଆପଣ ମଣିପୁରରେ ଭାରତ ମାତାଙ୍କର ହତ୍ୟା କରିଛନ୍ତି। ମୋ ମା’ ଏଠାରେ ବସିଛନ୍ତି। ଅନ୍ୟ ଜଣେ ମା’ ଭାରତ ମାତାଙ୍କୁ ଆପଣ ମଣିପୁରରେ ହତ୍ୟା କରିଛନ୍ତି ।

ଆପଣ ସବୁଠି କିରୋସିନ ଢାଳିଛନ୍ତି ଏବଂ ମଣିପୁରରେ ନିଆଁ ଲଗାଇ ଦେଇଛନ୍ତି । ହରିୟାଣାରେ ମଧ୍ୟ ଆପଣ ଏହି ସମାନ କାମ କରିବାକୁ ଚାହାନ୍ତି । ରାହୁଲ କହିଛନ୍ତି, ପ୍ରଧାନମନ୍ତ୍ରୀ କେବଳ ଅମିତ ଶାହ ଏବଂ ଗୌତମ ଆଦାନୀଙ୍କ କଥା ଶୁଣୁଛନ୍ତି । ‌ଯେମିତି ରାବଣ କେବଳ ୨ ଜଣଙ୍କ କଥା ଶୁଣୁଥିଲା ମୋଦୀ ସେମିତି କରୁଛନ୍ତି ବୋଲି ରାହୁଲ କହିଛନ୍ତି ।

The post ଅନାସ୍ଥା ପ୍ରସ୍ତାବକୁ ନେଇ ସଂସଦରେ ମହାବିତର୍କ : ଆଜି ଗୃହରେ ଉତ୍ତର ରଖିବେ ପ୍ରଧାନମନ୍ତ୍ରୀ; ମଣିପୁର ମହିଳା ନିର୍ଯାତନା ପ୍ରସଙ୍ଗରେ ବିରୋଧୀ ଆଣିଛନ୍ତି ଅନାସ୍ଥା ପ୍ରସ୍ତାବ first appeared on Kanak News.



from Kanak News https://ift.tt/T9cxSaG https://ift.tt/2rRbc7E
ଅନାସ୍ଥା ପ୍ରସ୍ତାବକୁ ନେଇ ସଂସଦରେ ମହାବିତର୍କ : ଆଜି ଗୃହରେ ଉତ୍ତର ରଖିବେ ପ୍ରଧାନମନ୍ତ୍ରୀ; ମଣିପୁର ମହିଳା ନିର୍ଯାତନା ପ୍ରସଙ୍ଗରେ ବିରୋଧୀ ଆଣିଛନ୍ତି ଅନାସ୍ଥା ପ୍ରସ୍ତାବ Kanak News ଅନାସ୍ଥା ପ୍ରସ୍ତାବକୁ ନେଇ ସଂସଦରେ ମହାବିତର୍କ : ଆଜି ଗୃହରେ ଉତ୍ତର ରଖିବେ ପ୍ରଧାନମନ୍ତ୍ରୀ; ମଣିପୁର ମହିଳା ନିର୍ଯାତନା ପ୍ରସଙ୍ଗରେ ବିରୋଧୀ ଆଣିଛନ୍ତି ଅନାସ୍ଥା ପ୍ରସ୍ତାବ Kanak News Reviewed by SUBHENDU BARAL on August 09, 2023 Rating: 5

No comments:

Powered by Blogger.