ଚନ୍ଦ୍ରର ଆହୁରି ନିକଟତର ହେବ ଚନ୍ଦ୍ରଯାନ-୩ : ଆଜି କରାଯିବ ତୃତୀୟ କକ୍ଷପଥ ହ୍ରାସ Kanak News

କନକ ବ୍ୟୁରୋ : ଆଜି ଚନ୍ଦ୍ରର ଆହୁରି ନିକଟତର ହେବ ଚନ୍ଦ୍ରଯାନ-୩ । ଆଜି ଚନ୍ଦ୍ରଯାନ-୩ର ତୃତୀୟ କକ୍ଷପଥ ହ୍ରାସ ପ୍ରକ୍ରିୟା କରାଯିବ । ଏହା ପରେ ଆହୁରି ଥରେ ଚନ୍ଦ୍ରଯାନର କକ୍ଷପଥକୁ ବଦଳାଯିବ । ଏହା ଚନ୍ଦ୍ରର ସବୁଠୁ ଅଧିକ ନିଟକତର ହେବ । ବର୍ତମାନ ଚନ୍ଦ୍ରଯାନ-୩ ଚନ୍ଦ୍ରଠାରୁ ସବୁଠୁ କମ୍ ୧୭୪ କିମି ଓ ସବୁଠୁ ଅଧିକ ୧୪୩୭ କିମି ଦୂରରେ ଅଣ୍ଡାକାର ପଥରେ ଘୂରୁଛି ।

ଆସନ୍ତା ୧୭ ତାରିଖରେ ଚନ୍ଦ୍ରଯାନ-୩ରେ ଥିବା ପ୍ରୋପୁଲସନ୍ ମୋଡ୍ୟୁଲରୁ ଲ୍ୟାଣ୍ଡର ଓ ରୋଭର ଅଲଗା ହେବ । ଲ୍ୟାଣ୍ଡରରେ ରହିଥିବା ସଫ୍ଟୱେର ସହାୟତାରେ ଏହା ଚନ୍ଦ୍ରର ଆହୁରି ନିକଟତର ହେବ । ଏହି ସମୟରେ ଲ୍ୟାଣ୍ଡର ଚନ୍ଦ୍ରଠାରୁ ସର୍ବାଧିକ ୧୦୦ ଓ ସର୍ବନିମ୍ନ ୩୦ କିମି ଦୂରରେ ପରିକ୍ରମା କରିବ । ନିର୍ଦ୍ଧାରିତ ଯୋଜନା ଅନୁସାରେ ସବୁ ଠିକଠାକ୍ ଚାଲିଲେ ଅଗଷ୍ଟ ୨୩ ତାରିଖ ଅପରାହ୍ଣ ୫ଟା ୪୭ରେ ଲ୍ୟାଣ୍ଡର ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିବ ।

The post ଚନ୍ଦ୍ରର ଆହୁରି ନିକଟତର ହେବ ଚନ୍ଦ୍ରଯାନ-୩ : ଆଜି କରାଯିବ ତୃତୀୟ କକ୍ଷପଥ ହ୍ରାସ first appeared on Kanak News.



from Kanak News https://ift.tt/pKsuXhV https://ift.tt/xlJA3rf
ଚନ୍ଦ୍ରର ଆହୁରି ନିକଟତର ହେବ ଚନ୍ଦ୍ରଯାନ-୩ : ଆଜି କରାଯିବ ତୃତୀୟ କକ୍ଷପଥ ହ୍ରାସ Kanak News ଚନ୍ଦ୍ରର ଆହୁରି ନିକଟତର ହେବ ଚନ୍ଦ୍ରଯାନ-୩ : ଆଜି କରାଯିବ ତୃତୀୟ କକ୍ଷପଥ ହ୍ରାସ Kanak News Reviewed by SUBHENDU BARAL on August 13, 2023 Rating: 5

No comments:

Powered by Blogger.