କନକ ବ୍ୟୁରୋ : ଫାଇଭ-ଟି ସଚିବଙ୍କୁ କାଳି ମାଡ କରିଥିବା ଭାସ୍କରର ସାହୁଙ୍କୁ ଛାଡିଦେଲା ପୁଲିସ । ଭି.କେ. ପାଣ୍ଡିଆନଙ୍କ ନିର୍ଦ୍ଦେଶ କ୍ରମେ ସ୍ୱାମୀଙ୍କୁ ପୁଲିସ ଛାଡିଦେଇଥିବା କହିଲେ ପତ୍ନୀ ପ୍ରିୟଙ୍କା ମାନସିଂହ । ଗତକାଲି ସତ୍ୟବାଦୀରେ ସଚିବଙ୍କ ଉପରେ କାଳିମାଡ଼ ପରେ ଭାସ୍କର ସାହୁଙ୍କୁ ଗିରଫ କାରିଥିଲା ପୁଲିସ ।
ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ କଲେଜ ପରିସରରେ ଆୟୋଜିତ ସଭାରେ ମହିଳାଙ୍କ ସହ ହାତ ମିଳାଉଥିବା ବେଳେ ସତ୍ୟବାଦୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କଣାସ ବ୍ଲକ ବଡ଼ାଲ ପଞ୍ଚାୟତ ହରିପୁର ଗାଁର ଭାସ୍କର ସାହୁ ଉଭୟଙ୍କୁ କାଳିମାଡ଼ କରିଛନ୍ତି । ଗତ ପଞ୍ଚାୟତ ନିର୍ବାଚନରେ ଭାସ୍କର ବଡ଼ାଲ ପଞ୍ଚାୟତ ସମିତି ସଭ୍ୟ ଭାବେ ପ୍ରତିଦ୍ବନ୍ଦ୍ବିତା କରିଥିଲେ । ୫-ଟି ସଚିବ ଆଜି ପୂର୍ବାହ୍ଣରେ ନିମାପଡ଼ା, କାକଟପୁରରେ କାର୍ଯ୍ୟକ୍ରମ ସାରି ଅପରାହ୍ଣରେ ଜିଲ୍ଲାର ଶେଷ କାର୍ଯ୍ୟକ୍ରମ ଭାବେ ୟୁଜିଏସ୍ କଲେଜ ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଭିଡ଼ ଭିତରୁ ଭାସ୍କର ତାଙ୍କ ଉପରକୁ ଏକ ପିଚକାରୀରେ କାଳିମାଡ଼ କରିଥିଲେ ।
କାଳି ସିଧାସଳଖ ୫-ଟି ସଚିବ ଓ ଜିଲ୍ଲାପାଳଙ୍କ ମୁହଁରେ ପଡ଼ିଥିଲା । କାଳି ପଡ଼ିବା ପରେ କିନ୍ତୁ ୫-ଟି ସଚିବ ଓ ଜିଲ୍ଲାପାଳ ପଳାଇ ନ ଯାଇ ଅତ୍ୟନ୍ତ ସ୍ବାଭାବିକ ଆଚରଣ ପ୍ରଦର୍ଶନ କରିଥିଲେ । ଏପରିକି ପୂର୍ବବତ୍ ମହିଳାଙ୍କ ପାଖକୁ ଯାଇ ହାତ ମିଳାଇବା ସହ ସେମାନଙ୍କ ଅଭିଯୋଗ ଶୁଣିଥିଲେ । ଏହି ସମୟରେ କିଛି ମହିଳା ତାଙ୍କ ମୁହଁରୁ କାଳି ପୋଛିଦେବା ସହ ହାତରେ ରାକ୍ଷୀ ବାନ୍ଧିଥିଲେ । କାର୍ଯ୍ୟକ୍ରମ ସରିବା ପରେ ୫-ଟି ସଚିବ ଭୁବନେଶ୍ବର ଫେରି ଯାଇଥିଲେ ।
The post ସତ୍ୟବାଦୀରେ ଫାଇଭ-ଟି ସଚିବଙ୍କୁ କାଳିମାଡ ଘଟଣା : ଭାସ୍କରର ସାହୁଙ୍କୁ ଛାଡିଦେଲା ପୁଲିସ first appeared on Kanak News.
from Kanak News https://ift.tt/WMEvQpL https://ift.tt/IhSy8nm
No comments: