କନକ ବ୍ୟୁରୋ : ବିଳମ୍ବିତ ରାତିରେ ମହାରାଷ୍ଟ୍ରରେ ବଡ଼ ଧରଣର ବସ୍ ଦୁର୍ଘଟଣା । ବୁଲଢାଣା ଜିଲ୍ଲାର ସମୃଦ୍ଧି ଏକ୍ସପ୍ରେସ୍ ୱେରେ ଜଳିଗଲା ଏସି ବସ୍ । ଜୀବନ୍ତ ଜଳିଗଲେ ୨୫ ଜଣ ଯାତ୍ରୀ । ବସ୍ରେ ଡ୍ରାଇଭର ସମେତ ୩୩ ଜଣ ଯାତ୍ରୀ ଥିଲେ । ବସଟି ନାଗପୁରରୁ ମୁମ୍ବାଇ ଯାଉଥିବା ବେଳେ ଏକ୍ସପ୍ରେସ୍ ୱେରେ ଥିବା ଡିଭାଇଡରରେ ମାଡ଼ ହୋଇଥିଲା । ଫଳରେ ବସଟି ଜଳିଯାଇଥିଲା । ଏଥିରେ ୨୫ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ୮ ଜଣ ଗୁରୁତର ହୋଇଛନ୍ତି ।
ବସର ଡ୍ରାଇଭର ସୁରକ୍ଷିତ ଥିବା ଜଣାପଡ଼ିଛି । ଡ୍ରାଇଭରଙ୍କ କହିବା ଅନୁସାରେ ଦୁର୍ଘଟଣା ରାତି ପାଖାପାଖି ଗୋଟାଏ ୨୬ରେ ହୋଇଥିଲା । ବସର ଟାୟାର ଫାଟିଯିବାରୁ ଡିଭାଇଡରରେ ମାଡ ହୋଇଥିଲା ଓ ପରେ ବସରେ ନିଆଁ ଲାଗିଯାଇଥିଲା । ବସଟି ଓଲଟି ପଡ଼ିଥିବାରୁ ଲୋକଙ୍କୁ ବାହାରକୁ ଆଣିବାରେ ଅସୁବିଧା ହୋଇଥିଲା । କିଛି ଲୋକ କାରର କାଚ ଭାଙ୍ଗି ବାହାରକୁ ପଳାଇ ଆସିଥିଲେ । ଘଟଣା ପରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।
The post ଭୟଙ୍କର ଦୁର୍ଘଟଣା : ସମୃଦ୍ଧି ଏକ୍ସପ୍ରେସ୍ ୱେରେ ଜଳିଗଲା ବସ; ଜିଅନ୍ତା ଜଳିଗଲେ ୨୫ ଯାତ୍ରୀ, ଡ୍ରାଇଭରଙ୍କ କହିବା ଅନୁସାରେ… first appeared on Kanak News.
from Kanak News https://ift.tt/KLkiaeZ https://ift.tt/X64mnsv
No comments: