କନକ ବ୍ୟୁରୋ : ବଲିଉଡ୍ ଗାୟକ ସୌରିନ ଭଟ୍ଟ ପାଇଁ ବଢିଲା ଅଡ଼ୁଆ । ମାଜିଷ୍ଟ୍ରେଟଙ୍କ ନିକଟରେ ଯୁବତୀଙ୍କ ଧାରା ୧୬୪ରେ ବୟାନ ରେକର୍ଡ କରାଯାଇଛି । ସୋମବାର ମହିଳା ଥାନାରେ ସୌରିନ ଭଟ୍ଟଙ୍କ ନାମରେ କଟକ ମହିଳା ଥାନାରେ ଅଭିଯୋଗ କରିଥିଲେ ଜଗତପୁର ଅଞ୍ଚଳର ଯୁବତୀ । ଦୀର୍ଘ ବର୍ଷ ଧରି ପ୍ରେମ ସମ୍ପର୍କରେ ରହିବା ପରେ ପ୍ରତାରଣା ଓ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗରେ ଉଲ୍ଲେଖ କରିଥିଲେ ।
ଅନ୍ୟପଟେ ଅଭିଯୋଗକୁ ଗ୍ରହଣ କରି ମାମଲା ରୁଜୁ କରିଥିଲା ପୋଲିସ ଏହା ପରେ ଅଭିଯୋଗ କାରିଣୀ ଯୁବତୀଙ୍କ ଡାକ୍ତରୀ ମଇନା କରାଯାଇଥିଲା । ହେଲେ ସୌରିନଙ୍କ ସହ ପୋଲିସ ଯେତେବେଳେ ଯୋଗାଯୋଗ କରିଥିଲା ସେତେବେଳେ ତାଙ୍କ ମୋବାଇଲ ସୁଇଚ ଅଫ ଆସିଥିଲା । ସୌରୀନଙ୍କ ସହ ଯୁବତୀ ଜଣକ ଯେଉଁ ସ୍ଥାନକୁ ଯାଇଛନ୍ତି ତାହାର ତଦନ୍ତ କରାଯାଉଛି । ଯେହେତୁ ସୌରିନଙ୍କ ନାମରେ ଆଇପିସିର ୩୭୬ ,୪୯୩, ୩୪୧ ,୫୦୬ ,୪୧୭ ଦଫା ଲାଗିଛି । ତେଣୁ ତାଙ୍କୁ ଗିରଫ ମଧ୍ୟ କରାଯାଇ ପାରେ ବୋଲି କହିଛନ୍ତି ଜୋନ୍ ୨ ଏ .ସି .ପି ଅମିତାଭ ମହାପାତ୍ର । ଏହା ସହ ମହିଳା ଥାନାରେ ନିଜେ ଆସି ନିଜ ପକ୍ଷ ରଖିବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି ଏ .ସି .ପି ।
The post ବଢିଲା କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ଅଡୁଆ : ଧାରା ୧୬୪ରେ ପୀଡିତାଙ୍କ ବୟାନ ରେକର୍ଡ first appeared on Kanak News.
from Kanak News https://ift.tt/Trdanqv https://ift.tt/46w3j2s
No comments: