କନକ ବ୍ୟୁରୋ : ମହାପ୍ରଭୁଙ୍କ ଦର୍ଶନରେ ଅବହେଳା । ଦିନରେ କରିବେ ସନ୍ଧ୍ୟା ଦର୍ଶନ । ଅପରାହ୍ଣ ୫ଟାରୁ ଦର୍ଶନ ବନ୍ଦ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଏହି ସୂଚନା ଦେବା ପରେ ଭକ୍ତଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି । ବାହୁଡା ପ୍ରସ୍ତୁତି ପାଇଁ ସଅଳ ଦର୍ଶନ ବନ୍ଦ କରିବାକୁ ପଡୁଛି ବୋଲି ସେ କହିଛନ୍ତି । ପ୍ରତିବର୍ଷ ଆଡପ ମଣ୍ଡପରେ ସନ୍ଧ୍ୟାରେ ଠାକୁରଙ୍କ ଦର୍ଶନ କରିବାର ବିଦ୍ଧି ରହିଛି । କିନ୍ତୁ ସନ୍ଧ୍ୟା ଦର୍ଶନ ବନ୍ଦକୁ ଭକ୍ତ ମହଲ ବିକୃତ ପରମ୍ପରା ବୋଲଇ ଅଭିଯେଗ କରିଛନ୍ତି । ଦିନରେ ଦର୍ଶନକୁ କିଭଳି ସନ୍ଧ୍ୟା ଦର୍ଶନ କୁହାଯିବ ସେନେଇ ପ୍ରଶାସନଙ୍କୁ ଘେରିଛନ୍ତି ଶ୍ରଦ୍ଧାଳୁ । ଆସନ୍ତା ୨୭ ତାରିଖରେ ନବମୀ ସନ୍ଧ୍ୟାଦର୍ଶନ । ଏହି ଦିନରେ ମହାପ୍ରଭୁଙ୍କୁ ଦର୍ଶନ କଲେ ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି । ହେଲେ ସେହିଦିନ ସକାଳ ୭ଟାରୁ ୫ ଟା ପର୍ଯ୍ୟନ୍ତ ଦର୍ଶନ କରିହେବ ବୋଲି କହିଛନ୍ତି ଶ୍ରୀମନ୍ଦିର ପ୍ରଶାସନ । ଅପରାଣ୍ଡ ୫ଟା ପରେ ଦର୍ଶନ ବନ୍ଦ କରି ବାହୁଡା ପହଣ୍ଡି ପାଇଁ ପ୍ରସ୍ତୁତ ଆରମ୍ଭ ହେବ । ଯାହାକୁ ନେଇ ଚାରିଆଡୁ ବିରୋଧ ଦେଖିବାକୁ ମିଳିଛି ।
ସେପଟେ ବାହୁଡା ଯାତ୍ରା ପାଇଁ ଆଜି ତିନି ରଥର ଦକ୍ଷିଣ ମୋଡ ହେବ । ତିନିରଥକୁ ନାକଚଣା ଦ୍ୱାର ସମ୍ମୁଖ ଶରଧାବାଲିକୁ ନିଆଯିବ । ଆଜି ମଧ୍ୟାନ ୧୨ଟାରେ ଦକ୍ଷିଣ ମୋଡ ହେବ ବୋଲି ସ୍ଥିର କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ଶନିବାର ବୈଷୟିକ ଟିମ୍ ତିନି ରଥର ଯାଂଚ କରିଛନ୍ତି । ଆବଶ୍ୟକତା ଅନୁଯାୟୀ ରଥର ମରାମତି କାର୍ଯ୍ୟ ଶେଷ ହୋଇଛି ।
The post ଆଜି ଦକ୍ଷିଣ ମୋଡ ହେବ ତିନି ରଥ । ତିନିରଥକୁ ନାକଚଣା ଦ୍ୱାର ସମ୍ମୁଖ ଶରଧାବାଲିକୁ ନିଆଯିବ । first appeared on Kanak News.
from Kanak News https://ift.tt/bjE20TJ https://ift.tt/sOTPxod
No comments: