ନିର୍ମାଣାଧୀନ ବ୍ୟାରେଜକୁ ନେଇ ଗ୍ରାମବାସୀଙ୍କ ଅଭିଯୋଗ : ବ୍ୟାରେଜ ନିର୍ମାଣ ବେଳେ ନିୟମ ମାନୁନି ଠିକାସଂସ୍ଥା Kanak News
କନକ ବ୍ୟୁରୋ : ବ୍ୟାରେଜ ନିର୍ମାଣ ବେଳେ ଠିକା ସଂସ୍ଥା ନୀତି ନିୟମ ମାନୁନଥିବା ଅଭିଯୋଗ । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଞ୍ଚଳରେ ନିର୍ମାଣଧୀନ ବ୍ୟାରେଜକୁ ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହାପରେ ଜିଲ୍ଲାପାଳ ଉପକିଲ୍ଲାପାଳ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଭେଡେନ ନଦୀ ଉପରେ ବ୍ୟାରେଜ ସହ ବ୍ରିଜ ନିର୍ମାଣ ପାଇଁ କୁଚିଣ୍ଡା ତହସିଲ ଅଧିନ ଚାରୋଟି ଜାଗା ଚିହ୍ନଟ ପରେ କାମ ଆରମ୍ଭ କରିଥିଲା ଠିକା ସଂସ୍ଥା । ଏଥିପାଇଁ ପ୍ରାୟ ଦେଢ ଶହ କୋଟିର କାମ ନେଇଛି ରାଏଗଡର ଆର.ଏସ.ଏ କମ୍ପାନୀ ।
ତେବେ ପ୍ରାଥମିକ ପର୍ଯ୍ୟାୟରେ ଜନକଡିହି ଠାରେ କାମ ଆରମ୍ଭ କରିଛି । ହେଲେ ସରକାରୀ ନିୟମକୁ ସମ୍ପୂର୍ଣ୍ଣ ଅଣଦେଖା କରୁଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଅନ୍ୟପଟେ ସୂଚନା ଅଧିକାର ଆଇନ ଦ୍ୱାରା ମଗାଯାଇଥିବା ରିପୋର୍ଟ ଅନୁଯାୟୀ ସମସ୍ତ ସାତୋଟି ନିୟମର ଖୋଲାଖୋଲି ଉଲ୍ଲଙ୍ଘନ କରିଛି ନିର୍ମାଣକାରୀ ସଂସ୍ଥା । ବେଆଇନ ଭାବେ କ୍ରସର ବସାଇ ହଜାର ହଜାର ଟନ ଗେଟି ଜମା କରି ରଖିଛି ସଂସ୍ଥା । ସେହିଭଳି ବାଲିର ଗଦା କୃତିମ ପାହାଡର ଭ୍ରମ ସୃଷ୍ଟି ହେଉଛି । ସମ୍ବଲପୁର ଜିଲ୍ଲାପାଳ କୁଚିଣ୍ଡା ଉପଜିଲ୍ଲାପାଳଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଉପଜିଲ୍ଲାପାଳ ଦୁଇ ଜଣ ବିଡିଓ , ଦୁଇଜଣ ତହସିଲଦାରଙ୍କୁ ନେଇ ତଦନ୍ତ କରିବେ ।
The post ନିର୍ମାଣାଧୀନ ବ୍ୟାରେଜକୁ ନେଇ ଗ୍ରାମବାସୀଙ୍କ ଅଭିଯୋଗ : ବ୍ୟାରେଜ ନିର୍ମାଣ ବେଳେ ନିୟମ ମାନୁନି ଠିକାସଂସ୍ଥା first appeared on Kanak News.
from Kanak News https://ift.tt/8Sk5BhC https://ift.tt/5tDElmp
No comments: