ଟ୍ରାକ୍ ମରାମତି ପରେ ଗଡ଼ିଲା ଟ୍ରେନ୍ । ରାତିରେ ପ୍ରଥମେ ମାଲବାହୀ ଟ୍ରେନ୍ ପରେ ସକାଳେ ଗଡ଼ିଲା ଯାତ୍ରୀବାହି ଟ୍ରେନ୍ Kanak News
କନକ ବ୍ୟୁରୋ : ବାହାନଗା ଟ୍ରେନ ଦୁର୍ଘଟଣା ପରେ କ୍ଷତିଗ୍ରସ୍ତ ହୋଇଥିବା ରେଳଲାଇନକୁ ମରାମତି କରାଯାଇଛି । ଟ୍ରାକ୍ ମରାମତି ପରେ ଗଡ଼ିଲା ଟ୍ରେନ୍ । ରାତିରେ ପ୍ରଥମେ ମାଲବାହୀ ଟ୍ରେନ୍ ଗଡ଼ିବା ପରେ ସକାଳେ ଗଡ଼ିଛି ଯାତ୍ରୀବାହି ଟ୍ରେନ୍ । ଗତକାଲି ରାତି ପ୍ରାୟ ୧୦ ଟା ପରେ ଉଭୟ ଅପ୍ ଏବଂ ଡାଉନରେ ପରକ୍ଷାମୂଳକ ଭାବେ ମାଲଗାଡି ଚଳାଚଳ ଆରମ୍ଭ ହୋଇଥିଲା । ଦୁର୍ଘଟଣାସ୍ଥଳରେ ଧ୍ୱଂଶବିଧ୍ୱଂଶ ଅବସ୍ଥାରେ ପଡିରହିଥିବା ବଗିଗୁଡିକୁ ଟ୍ରାକରୁ ହଟାଇ ଦିଆଯାଇଛି । ଦୁର୍ଘଟଣା ପରେ ଶନିବାରଠୁ ଘଟଣାସ୍ଥଳରେ ରହି ସମସ୍ତ କାର୍ଯ୍ୟର ତଦାରଖ କରିଛନ୍ତି ରେଳ ମନ୍ତ୍ରୀ ଅଶ୍ୱୀନୀ ବୈଷ୍ଣବ । ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରତିକ୍ରିୟା ଦେଇ ଭାବବିହ୍ୱଳ ହୋଇ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଏବେ ବି ସରିନି ଉତରଦାୟିତ୍ୱ ।
ସେପଟେ, ଟ୍ରେନ ଦୁର୍ଘଟଣାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଛି ରେଳବାଇ ବୋର୍ଡ । ଗଣମାଧ୍ୟମକୁ ଗତକାଲି ଏହି ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଭୁବନେଶ୍ୱର ଏମ୍ସ, କଟକ ବଡ ମେଡିକାଲ, ବାଲେଶ୍ୱର, ଭଦ୍ରକ ଓ ସୋର ଡାକ୍ତରଖାନାରେ ଆହତଙ୍କ ଚିକିତ୍ସା ଚାଲିଛି । ଶୁକ୍ରବାର ଘଟିଥିବା ଏହି ଭୟଙ୍କର ଟ୍ରେନ ଦୁର୍ଘଟଣାରେ ୨୭୫ ଜଣ ପ୍ରାଣ ହରାଇଛନ୍ତି । ଏବେ ବି ଏହି ରୁଟରେ ଚଳାଚଳ ସ୍ୱାଭାବିକ ହୋଇପାରିନାହିଁ ।
The post ଟ୍ରାକ୍ ମରାମତି ପରେ ଗଡ଼ିଲା ଟ୍ରେନ୍ । ରାତିରେ ପ୍ରଥମେ ମାଲବାହୀ ଟ୍ରେନ୍ ପରେ ସକାଳେ ଗଡ଼ିଲା ଯାତ୍ରୀବାହି ଟ୍ରେନ୍ first appeared on Kanak News.
from Kanak News https://ift.tt/yKFP06E https://ift.tt/jNPeZBV
No comments: