ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ । ଗରମ ସାଙ୍ଗକୁ ଅସମ୍ଭାଳ ଗୁଳୁଗୁଳି କରୁଛି ନାକେଦମ Kanak News
କନକ ବ୍ୟୁରୋ : ନାକେଦମ କରୁଛି ଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି । ରାଜ୍ୟରେ ଲଗାତାର ଗ୍ରୀଷ୍ମପ୍ରବାହ ଜାରି ରହିଛି । ବିଶେଷକରି ପଶ୍ଚିମ ଓଡ଼ିଶାରେ ତାତି ସବୁ ସୀମା ଲଂଘିଛି । ଉପକୂଳରେ ମଧ୍ୟ ଗୁଳୁଗୁଳି ଜନଜୀବନକୁ ଛଟପଟ କରୁଛି । ଶୁକ୍ରବାର ଝାରସୁଗୁଡ଼ା ରାଜ୍ୟର ସବୁଠାରୁ ଉତପ୍ତ ସହର ଥିଲା । କେବଳ ଝାରସୁଗୁଡ଼ା ନୁହେଁ, ରାଜ୍ୟର ୧୬ଟି ସହରର ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିଥିଲା ।
ଆଜି ମଧ୍ୟ ନିଆଁ ବର୍ଷା ହେବା ନେଇ ସତର୍କ କରାଇଛନ୍ତି ପାଣିପାଗ ବିଶେଷଜ୍ଞ । ବିଶେଷଜ୍ଞଙ୍କ କହିବା ଅନୁସାରେ, ବାଂଲାଦେଶ ନିକଟସ୍ଥ ଉତର-ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିଲା । ଏହା ଲଘୁଚାପରେ ପରିଣତ ହୋଇ ଦୁର୍ବଳ ହୋଇଯିବ । ଏହାର ପ୍ରଭାବରେ ଓଡ଼ିଶାରେ ଅହସ୍ୟ ଗରମ ଅନୁଭୂତ ହେଉଥିବା ପାଣିପାଗ ବିଶେଷଜ୍ଞ କହିଛନ୍ତି । ଆଜି ପାଇଁ ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୋନପୁର, ସୁନ୍ଦରଗଡ଼ ଓ କେନ୍ଦୁଝର ଆଦି ଜିଲ୍ଲା ଗୁଡ଼ିକ ପାଇଁ ଅଂଶୁଘାତଜନିତ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସମୟରେ ସିଧାସଳଖ ଖରାକୁ ନଯିବାକୁ ପରାମର୍ଶ ଦିଆଯାଇଛି । ଆଗକୁ ମଧ୍ୟ ଏହି ଗରମ ଜାରି ରହିବ । ଆଗାମୀ ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ସ୍ୱାଭାବିକ ଠାରୁ ୩ରୁ ୫ ଡିଗ୍ରୀ ଯାଏଁ ଅଧିକ ରହିବ । ଫଳରେ ରାଜ୍ୟରେ ଅସ୍ୱାସ୍ଥ୍ୟକର ପାଣିପାଗ ଲାଗି ରହିବ ବୋଲି ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଛନ୍ତି
The post ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ । ଗରମ ସାଙ୍ଗକୁ ଅସମ୍ଭାଳ ଗୁଳୁଗୁଳି କରୁଛି ନାକେଦମ first appeared on Kanak News.
from Kanak News https://ift.tt/OjF5bmu https://ift.tt/A3URsDy
No comments: