କନକ ବ୍ୟୁରୋ : କର୍ଣ୍ଣାଟକରେ ଲଜ୍ଜାଜନକ ପରାଜୟ ପରେ ମୁଖ୍ୟମନ୍ତ୍ରୀ ବସଭରାଜ ବୋମ୍ମଇ ତାଙ୍କ ଇସ୍ତଫାପତ୍ର ରାଜ୍ୟପାଳ ଥାୱରଚନ୍ଦ ଗେହଲୋଟଙ୍କୁ ପ୍ରଦାନ କରିଛନ୍ତି । ରାଜ୍ୟପାଳଙ୍କୁ ଭେଟିବା ପରେ ବୋମ୍ମଇ କହିଛନ୍ତି, ରାଜ୍ୟପାଳ ତାଙ୍କ ଇସ୍ତଫାପତ୍ର ସ୍ୱୀକାର କରିଛନ୍ତି । ଆମେ ଲୋକଙ୍କ ନିଷ୍ପତିକୁ ସମ୍ମାନର ସ୍ୱାଗତ କରୁଛୁ । ଆମକୁ ଏଥର ୩୬ ପ୍ରତିଶତରୁ ଅଧିକ ଭୋଟ୍ ମିଳିବା ସତ୍ୱେ ଆମେ କମ୍ ଆସନ ଜିତିଲୁ । କାହିଁକି ହାରିଲୁ, ତା’ର ସମୀକ୍ଷା କରିବୁ । କିନ୍ତୁ ପରାଜୟ ସବୁବେଳେ ପରାଜୟ ।
ଆଗାମୀ ଦିନରେ ଏଥିରେ ଆମେ ନିଶ୍ଚିତ ସୁଧାର ଆଣିବୁ ବୋଲି ବୋମ୍ମଇ କହିଛନ୍ତି । ସୂଚନା ଅନୁସାରେ, ବୋମ୍ମଇ ଚଳିତଥର ଶିଗାଁଓରୁ ନିର୍ବାଚନ ଲଢ଼ିଥିଲେ । ଏହି ଆସନରୁ ସେ ୩୯ହଜାର ୯୭୮ ଭୋଟ୍ ବ୍ୟବଧାନରେ ବିଜୟ ମଧ୍ୟ ହାସଲ କରିଛନ୍ତି । କିନ୍ତୁ ତାଙ୍କର ଏକାଧିକ ମନ୍ତ୍ରୀ ହାରିଯାଇଛନ୍ତି । ଖୋଦ୍ ବୋମ୍ମଇ ଦଳର ଏହି ପରାଜୟ ପାଇଁ ନିଜକୁ ଦାୟୀ କରିଛନ୍ତି । ତେବେ ଆଗାମୀ ଲୋକସଭା ନିର୍ବାଚନରେ ଦଳ ନିଶ୍ଚିତ ବିଜୟ ଟ୍ରାକକୁ ଫେରିବ ବୋଲି ବୋମ୍ମଇ ଦାବି କରିଛନ୍ତି ।
The post ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ଦେଲେ ବସଭରାଜ ବୋମ୍ମଇ : କହିଲେ, କାହିଁକି ହାରିଲୁ, କରାଯିବ ସମୀକ୍ଷା first appeared on Kanak News.
from Kanak News https://ift.tt/daW5mZP https://ift.tt/bamPkzN
No comments: