ଆଉ ମୂଲ ଲାଗିବେନି ମେଧାବୀ ଛାତ୍ରୀ କର୍ମା ମୁଦୁଲି : କନକ ନ୍ୟୁଜରେ ଖବର ପ୍ରସାରଣ ପରେ ପହଞ୍ଚିଲା ପ୍ରଶାସନ; ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫାଣ୍ଡିରୁ ମିଳିବ ସହାୟତା Kanak News

କନକ ବ୍ୟୁରୋ : ଆଉ ମୂଲ ଲାଗିବେନି ବଣ୍ଡା ମେଧାବୀ ଛାତ୍ରୀ କର୍ମା ମୁଦୁଲି । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ପହଞ୍ଚିଲା ମାଲକାନଗିରି ଜିଲ୍ଲା ପ୍ରଶାସନ । ଜିଲ୍ଲା ମଙ୍ଗଳଳ ଅଧିକାରୀ ପ୍ରଫୁଲ୍ଲ କୁମାର ଭୁଜବଳ ଓ ଖଇରପୁଟ ବ୍ଲକ ସମ୍ପ୍ରସାରଣ ଅଧିକାରୀ କର୍ମା ରହୁଥିବା ଠିକା କ୍ୟାମ୍ପରେ ପହଞ୍ଚିଥିଲେ । କର୍ମା ଯୁକ୍ତ ବାଣିଜ୍ୟରେ ଜିଲ୍ଲା ଟପ୍ପର ହେବା ପରେ କ’ଣ ସବୁ ସରକାରୀ ସହାୟତା ପାଇଛନ୍ତି ସେନେଇ ପଚାରି ବୁଝିଛନ୍ତି ।

ଏହା ସହ ମୁଦୁଲିପଡ଼ା ପତେଇଗୁଡ଼ାରେ ରହୁଥିବା ତାଙ୍କ ବାପାମାଆ ପେନସନ ପାଉଛନ୍ତି କି ନାହିଁ ଏବଂ କେଉଁ ପରିସ୍ଥିତିରେ କର୍ମା ଦିନ ମଜୁରିଆ ହେବାକୁ ବାଧ୍ୟ ହୋଇଛନ୍ତି ଏସବୁ ପଚାରି ବୁଝିଛନ୍ତି । ଛାତ୍ରୀଙ୍କ ସମସ୍ତ ପଢା ଖର୍ଚ୍ଚ ବହନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ କର୍ମାଙ୍କୁ ଆର୍ଥିକ ସହାୟତା ପ୍ରଦାନ ଲାଗି ବ୍ୟବସ୍ଥା କରାଯିବ । ଭୁବନେଶ୍ୱରରେ ହଷ୍ଟେଲରେ ରହି ପାଠ ପଢ଼ିବାକୁ କର୍ମାଙ୍କୁ ଅତିକମରେ ମାସିକ ୩ ହଜାର ଟଙ୍କା ଆବଶ୍ୟକ ପଡ଼ୁଛି ।  ତେଣୁ ସେ ଖରାଛୁଟିରେ ଘରକୁ ଆସି ମୂଲ ଲାଗି କିଛି ଅର୍ଥ ରୋଜଗାର କରୁଥିବା ପ୍ରଶାସନିକ ଅଧିକାରୀ କହିଛନ୍ତି । ସେପଟେ ରେଭେନ୍ସା ବିଶ୍ୱବିଦ୍ୟାଳୟର ପୂର୍ବତନ କୂଳସଚିବ ତଥା ସମ୍ବଲପୁର ବିଶ୍ୱବିଦ୍ୟାଳୟର ଡିନ୍ ପ୍ରଫେସର ମଳୟ ମହାନ୍ତି କର୍ମା ମୁଦୁଲିଙ୍କର ପାଠପଢ଼ା ଖର୍ଚ୍ଚ ବହନ କରିବେ ବୋଲି ତାଙ୍କୁ ଫୋନ କରି ପ୍ରତିଶ୍ରୁତି ଦେଇଛନ୍ତି ।

ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ୍‌ ବଣ୍ଡାଘାଟିର ପଡ଼େଇଗୁଡ଼ାରେ କର୍ମା ମୁଦୁଲିଙ୍କ ଘର । ବୁଦା ଓ ଶୁକ୍ରୁ ମୁଦୁଲିଙ୍କ ୪ପୁଅଝିଅଙ୍କ ମଧ୍ୟ‌ରୁ କର୍ମା ଦ୍ବିତୀୟ ସନ୍ତାନ। ଅର୍ଥାଭାବରୁ ଗୋଟିଏ ପୁଅ ଓ ଝିଅକୁ ଅଧିକ ପଢ଼ାଇ ପାରିନଥିଲେ ବାପା । କିନ୍ତୁ, କର୍ମାଙ୍କ ପାଠପଢ଼ା ପ୍ରତି ରହିଥିବା ଆଗ୍ରହ ଏବଂ ନିଷ୍ଠା ଯୋଗୁ ମନା କରିପାରିନଥିଲେ । ଖଇରପୁଟ ବ୍ଲକ୍‌ ବଡବେଲ୍ ସରକାରୀ ଏସ୍‌ଏସ୍‌ଡି ବାଳିକା ଉଚ୍ଚବିଦ୍ୟାଳୟରେ ନାମ ଲେଖାଇଥିଲେ । ମାଟ୍ରିକ୍‌ ପରେ ଗୋବିନ୍ଦପାଲ୍ଲୀ ସରକାରୀ ଏସ୍‌ଏସ୍‌ଡି ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ଦୁଇ ବାଣିଜ୍ୟରେ କର୍ମା ନାମ ଲେଖିଥିଲେ । ପରିବାରର ପରିସ୍ଥିତି ଓ ସୀମିତ ସାଧନ ସତ୍ତ୍ବେ ପାଠପଢ଼ାରୁ ଆଦୌ ଧ୍ୟାନ ହଟିନଥିଲା। ଯାହାଫଳରେ, ବଣ୍ଡା ଜନଜାତିଙ୍କ ପାଇଁ ଉଦାହରଣ ଭାବେ ଉଭା ହୋଇ ଗତବର୍ଷ ୪୯୬ , ୮୨.୬୬ ପ୍ରତିଶତ ନମ୍ବର ରଖି ଯୁକ୍ତ୨ ଜିଲ୍ଲା ଟପ୍ପର ହେବାର ଉପଲବ୍ଧି ହାସଲ କଲେ ।

ବଡ଼ ସଫଳତା ସତ୍ତ୍ବେ ଆଗକୁ ପାଠ ପଢ଼ି‌ବା ତାଙ୍କ ପକ୍ଷେ ଆଦୌ ସମ୍ଭବ ନଥିଲା । ଏତିକି ବେଳେ ଗୋଟିଏ ଟ୍ରଷ୍ଟ ଆର୍ଶୀବାଦ ହୋଇ ଆର୍ଥିକ ସହାୟତା ଯୋଗାଇ ଦେଇଥିଲା । ଯାହାଫଳରେ, ଭୁବନେଶ୍ବର ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ପାଠ ପଢ଼ିବାର ସ୍ବପ୍ନ ପୂରଣ ହୋଇଛି । ପ୍ରତି ମାସରେ ଛାତ୍ରୀନିବାସ ବାବଦ ଖର୍ଚ୍ଚ ହଜାରେ ଟଙ୍କା ଉକ୍ତ ଟ୍ରଷ୍ଟ ପକ୍ଷରୁ ଯୋଗାଇ ଦେଉଛି।  ଏଥିପାଇଁ ଟ୍ରଷ୍ଟ କର୍ତ୍ତୃପକ୍ଷଙ୍କୁ ‌ଫୋନ୍‌ କରି ହଷ୍ଟେଲ ଖର୍ଚ୍ଚ ଜମା କରିବାକୁ କହିବାକୁ ପଡ଼ୁଛି । ସେହିପରି, ହଷ୍ଟେଲରେ ଦିନରେ ଦୁଇବେଳା ଖାଇବାକୁ ଦିଆଯାଉଛି । ବାକି ଖାଦ୍ୟ ନିମନ୍ତେ ନିଜକୁ ଟଙ୍କା ଯୋଗାଡ଼ କରିବାକୁ ପଡ଼ୁଥିବା କର୍ମା କହିଛନ୍ତି ।

The post ଆଉ ମୂଲ ଲାଗିବେନି ମେଧାବୀ ଛାତ୍ରୀ କର୍ମା ମୁଦୁଲି : କନକ ନ୍ୟୁଜରେ ଖବର ପ୍ରସାରଣ ପରେ ପହଞ୍ଚିଲା ପ୍ରଶାସନ; ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫାଣ୍ଡିରୁ ମିଳିବ ସହାୟତା first appeared on Kanak News.



from Kanak News https://ift.tt/hyn3ogu https://ift.tt/WBNit41
ଆଉ ମୂଲ ଲାଗିବେନି ମେଧାବୀ ଛାତ୍ରୀ କର୍ମା ମୁଦୁଲି : କନକ ନ୍ୟୁଜରେ ଖବର ପ୍ରସାରଣ ପରେ ପହଞ୍ଚିଲା ପ୍ରଶାସନ; ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫାଣ୍ଡିରୁ ମିଳିବ ସହାୟତା Kanak News ଆଉ ମୂଲ ଲାଗିବେନି ମେଧାବୀ ଛାତ୍ରୀ କର୍ମା ମୁଦୁଲି : କନକ ନ୍ୟୁଜରେ ଖବର ପ୍ରସାରଣ ପରେ ପହଞ୍ଚିଲା ପ୍ରଶାସନ; ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫାଣ୍ଡିରୁ ମିଳିବ ସହାୟତା Kanak News Reviewed by SUBHENDU BARAL on May 30, 2023 Rating: 5

No comments:

Powered by Blogger.