ନୂଆ ସଂସଦ ଭବନକୁ ନେଇ ତେଜୁଛି ବିବାଦ । ସୁପ୍ରିମକୋର୍ଟରେ ଆଜି ହୋଇପାରେ ଶୁଣାଣି Kanak News

କନକ ବ୍ୟୁରୋ: ନୂଆ ସଂସଦ ଭବନ କିଏ ଉଦଘାଟନ କରିବା ଉଚିତ ରାଷ୍ଟ୍ରପତି ନା ପ୍ରଧାନମନ୍ତ୍ରୀ । ଏହାକୁ ନେଇ ରାଜନୈତିକ ବିବାଦ ଦେଖାଦେଇଥିବା ବେଳେ ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । ଆଜି ଏହି ମାମଲାର ଶୁଣାଣି ହେବାର ସୂଚନା ରହିଛି ।

ନୂଆ ସଂସଦ ଭବନ ରାଷ୍ଟ୍ରପତିଙ୍କ ଦ୍ୱାରା ଉଦ୍ଘାଟନ କରାଇବା ପାଇଁ ଲୋକସଭା ସଚିବାଳୟ ଏବଂ କେନ୍ଦ୍ର ସରକାଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି ନିବେଦନ କରି ସୁପ୍ରିମ୍ କୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଥିଲା । ଆଡଭୋକେଟ୍ ସି.ଆର ଜୟ ସୁକିନ୍ ଫାଇଲ୍ କରିଥିବା ଏହି ଆବେଦନରେ କୁହାଯାଇଛି ଯେ ଉଦଘାଟନ ଉତ୍ସବରେ ରାଷ୍ଟ୍ରପତିଙ୍କୁ ଅନ୍ତର୍ଭୁକ୍ତ ନ କରାଇ କେନ୍ଦ୍ର ସରକାର ଭାରତର ସମ୍ବିଧାନ ଉଲଂଘନ କରିଛନ୍ତି । ସଂସଦ ହେଉଛି ଭାରତର ସର୍ବୋଚ୍ଚ ଆଇନ ପ୍ରଣୟନକାରୀ ସଂସ୍ଥା । ରାଷ୍ଟ୍ରପତି ଏବଂ ଦୁଇ ଗୃହ ଲୋକସଭା ଓ ରାଜ୍ୟସଭାକୁ ନେଇ ସଂସଦ ଗଠିତ । ସଂସଦ ବା ଲୋକସଭା ଭାଙ୍ଗିବାର କ୍ଷମତା ରାଷ୍ଟ୍ରପତିଙ୍କର ଅଛି ବୋଲି ଉକ୍ତ ପିଟିସନ୍ରେ ଉଲ୍ଲେଖ କରାଯାଇଛି । ମେ ୨୮ ତାରିଖ ଦିନ ପ୍ରଧାନମନ୍ତ୍ରୀ ମୋଦୀ ୪ ତାଲାବିଶିଷ୍ଟ ନୂଆ ସଂସଦ ଭବନର ଉଦ୍ଘାଟନ କରିବେ । ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ଆମନ୍ତ୍ରଣକ୍ରମେ ମୋଦୀ ଉଦଘାଟନ କରିବାକୁ ଯାଉଛନ୍ତି । ପ୍ରଧାନମନ୍ତ୍ରୀ ସରକାରର ମୁଖ୍ୟ ହୋଇଥିବା ବେଳେ ରାଷ୍ଟ୍ରପତି ଦେଶର ମୁଖ୍ୟ ଅଟନ୍ତି । ତେଣୁ, ରାଷ୍ଟ୍ରପତି ନୂତନ ସଂସଦ ଭବନ ଉଦ୍ଘାଟନ କରିବା ଉଚିତ ବୋଲି ବିରୋଧୀ ଦଳମାନେ ଯୁକ୍ତି ବାଢ଼ିଛନ୍ତି ।

The post ନୂଆ ସଂସଦ ଭବନକୁ ନେଇ ତେଜୁଛି ବିବାଦ । ସୁପ୍ରିମକୋର୍ଟରେ ଆଜି ହୋଇପାରେ ଶୁଣାଣି first appeared on Kanak News.



from Kanak News https://ift.tt/y8Fg6NG https://ift.tt/f9LtdbI
ନୂଆ ସଂସଦ ଭବନକୁ ନେଇ ତେଜୁଛି ବିବାଦ । ସୁପ୍ରିମକୋର୍ଟରେ ଆଜି ହୋଇପାରେ ଶୁଣାଣି Kanak News ନୂଆ ସଂସଦ ଭବନକୁ ନେଇ ତେଜୁଛି ବିବାଦ । ସୁପ୍ରିମକୋର୍ଟରେ ଆଜି ହୋଇପାରେ ଶୁଣାଣି Kanak News Reviewed by SUBHENDU BARAL on May 25, 2023 Rating: 5

No comments:

Powered by Blogger.