୯୪ ବର୍ଷୀୟ ଜେଜେମା ଦେଶ ପାଇଁ ଆଣିଲେ ସ୍ୱର୍ଣ୍ଣ Pramod Behera

ଭାରତର ଅନେକ ମହିଳା ଆଥଲେଟ୍ ଏବଂ କ୍ରୀଡ଼ାବିତ୍ମାନେ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଦେଶ ପାଇଁ ପୁରସ୍କାର ଆଣିଛନ୍ତି। କମ ବୟସରେ ହିଁ ସାନିଆ ମିର୍ଜାଙ୍କ ଠାରୁ ଭବାନୀ ଦେବୀ, ପିଭି ସିନ୍ଧୁ ଏବଂ ମିରାବାଇ ଚାନୁ ସେମାନଙ୍କର ନାମ କରିଥିଲେ। ଏହି ମହିଳା ଆଥ୍‌ଲେଟ୍‌ମାନେ ଅନେକ କ୍ରୀଡା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ଏବଂ ଅନେକ ପଦକ ଜିତିଥିଲେ ଏବଂ ସାରା ବିଶ୍ୱରେ ଭାରତର ପତାକା ଲହରେଇ ଥିଲେ।

ନିକଟରେ ଭାରତ ଏମିତି ଜଣେ ମହିଳା ଆଥଲେଟ୍‌ଙ୍କ ବିଜୟର ଉତ୍ସବ ପାଳନ କରିଛି ​​ଯିଏ ବୟସ ସୀମା ଅତିକ୍ରମ କରି ଦେଶର ନାମକୁ ଉଜ୍ଜ୍ୱଳ କରିଛନ୍ତି। ସୁଟର ଦାଦୀଙ୍କ ପରେ, ଏବେ ଆଥ୍‌ଲେଟ୍ ଦାଦୀ ଚର୍ଚ୍ଚାରେ ଅଛନ୍ତି। ଫିନ୍‌ଲ୍ୟାଣ୍ଡ୍‌ରେ ଆୟୋଜିତ ବିଶ୍ୱ ମାଷ୍ଟର୍ସ ଆଥ୍‌ଲେଟିକ୍ସ ଚାମ୍ପିଅନ୍‌ସିପ୍‌ରେ ୯୪ ବର୍ଷୀୟ ସ୍ପ୍ରିଣ୍ଟର ଭଗବାନୀ ଦେବୀ ଡାଗର ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ତେବେ ଆସନ୍ତୁ ସ୍ୱର୍ଣ୍ଣ ପଦକ ଜିତିଥିବା ଆଥ୍‌ଲେଟ୍ ଦାଦୀ ଭଗବାନୀ ଦେବୀ ଡାଗରଙ୍କ ବିଷୟରେ ଜାଣିବା।

କିଏ ଏହି ଭଗବାନୀ ଦେବୀ:

ନିକଟରେ ଫିନ୍‌ଲ୍ୟାଣ୍ଡର ଟାମ୍ପରେ ରେ ଅନୁଷ୍ଠିତ ବିଶ୍ୱ ମାଷ୍ଟର୍ସ ଆଥ୍‌ଲେଟିକ୍ସ ଚାମ୍ପିଅନ୍‌ସିପ୍‌ରେ ୧୦୦ ମିଟର ଦୌଡ଼ରେ ଭାଗବାନୀ ଦେବୀ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେ ମାତ୍ର ୨୪.୭୪ ସେକେଣ୍ଡରେ ୧୦୦ ମିଟର ଦୌଡ ପୂରଣ କରି ଏକ ଜାତୀୟ ରେକର୍ଡ ସ୍ଥାପନ କରିଥିଲେ।

ବିଶେଷ କଥା ହେଉଛି ଭଗବାନୀ ଦେବୀଙ୍କ ବୟସ ୯୪ ବର୍ଷ ହୋଇଥିଲେ ବି ସେ ଏହି ଚାମ୍ପିଅନ୍‌ସିପ୍‌ରେ ଗୋଟିଏ ସ୍ୱର୍ଣ୍ଣ ଜିତିବା ସହିତ ସେ ଦୁଇଟି ବ୍ରୋଞ୍ଜ୍‌ ପଦକ ମଧ୍ୟ ଜିତିଛନ୍ତି। ଦୌଡ଼ରେ ଚମତ୍କାର ପ୍ରଦର୍ଶନ କରିଥିବା ଭଗବାନୀ ଦେବୀ ମଧ୍ୟ ଚାମ୍ପିଅନ୍‌ସିପ୍‌ରେ ସଟ୍‌ ଥ୍ରୋ ଏବଂ ଡିସ୍କସ୍ ଥ୍ରୋରେ ଅଂଶଗ୍ରହଣ କରି ବ୍ରୋଞ୍ଜ୍‌ ପଦକ ଜିତିଛନ୍ତି।

କିପରି ହେଲେ ଆଥଲେଟ୍‌:

ହରିୟାଣାର ଭଗବାନୀ ଦେବୀ ଆଥ୍‌ଲେଟ୍ ହେବାର କାହାଣୀ ଅତ୍ୟନ୍ତ କୌତୁହଳପୂର୍ଣ୍ଣ। ଭଗବାନୀ ଦେବୀଙ୍କ ନାତି ବିକାଶ ଡାଗର ଜଣେ ଆନ୍ତର୍ଜାତୀୟ ପାରା ଆଥ୍‌ଲେଟ୍ ଏବଂ ରାଜୀବ ଗାନ୍ଧୀ କ୍ରୀଡ଼ା ପୁରସ୍କାର ପାଇଛନ୍ତି। ବିକାଶ ଡାଗରଙ୍କ ଜେଜେମା ମଧ୍ୟ ଜଣେ ସାଧାରଣ ଗୃହିଣୀ, ଯାହାଙ୍କ ଜୀବନ ସ୍ୱାମୀଙ୍କ ମୃତ୍ୟୁ ପରେ ପୁଅ ଏବଂ ପରିବାରର ଯତ୍ନ ନେବାରେ ଅତିବାହିତ ହୋଇଥିଲା। ସେ କ୍ଷେତରେ ମଧ୍ୟ କାମ କରୁଥିଲେ।

ଭଗବାନୀ ଦେବୀଙ୍କ ତାଲିମ:

ତାଙ୍କ ନାତି ତାଙ୍କୁ କ୍ରୀଡା ପ୍ରତି ପ୍ରେରଣା ଦେଇଥିଲେ ଏବଂ ତାଙ୍କୁ ଆନ୍ତର୍ଜାତୀୟ ସ୍ତରର ପ୍ରତିଯୋଗିତାରେ ଯୋଗଦେବାକୁ ତାଲିମ ଦେଇଥିଲେ। ଗତ ଏକ ବର୍ଷ ଧରି ଫିନ୍‌ଲ୍ୟାଣ୍ଡ୍‌ରେ ଅନୁଷ୍ଠିତ ହେବାକୁ ଥିବା ଚାମ୍ପିଅନସିପ୍ ପାଇଁ ଭଗବାନୀ ଦେବୀ ପ୍ରସ୍ତୁତ ହେଉଥିଲେ। ସେ ସକାଳ ୫ ଟାରେ ଉଠି ଦୌଡିବାକୁ ଯାଉଥିଲେ, ପୁଣି ସନ୍ଧ୍ୟାରେ ସେ ଦୌଡ ଅଭ୍ୟାସ କରୁଥିଲେ।

ଭଗବାନୀ ଦେବୀଙ୍କ ସଫଳତା:

ଚଳିତ ବର୍ଷ ଏପ୍ରିଲରେ ଭଗବାନୀ ଦେବୀ ଦିଲ୍ଲୀ ଷ୍ଟେଟ୍‌ରେ ୩ଟି ସ୍ୱର୍ଣ୍ଣ ପଦକ ସହିତ ଚେନ୍ନାଇ ନ୍ୟାସ୍‌ନାଲ୍‌ରେ ୩ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହା ପରେ ଇଂଲଣ୍ଡ ଚାମ୍ପିଅନ୍‌ସିପ୍‌ରେ ୧ ସ୍ୱର୍ଣ୍ଣ ଏବଂ ୨ ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି। ଭଗବାନୀ ଦେବୀଙ୍କ ପରିବାରରେ ପୁଅ ହାୱା ସିଂ ଡାଗର, ବୋହୂ ସୁନୀତା, ନାତି ବିକାଶ, ବିନୀତ, ନୀତୁ ଡାଗର ଏବଂ ଅଣ ନାତୁଣୀ ନିକୁଞ୍ଜ ଏବଂ ବିଶ୍ୱେନ୍ଦ୍ର ଅଛନ୍ତି।



from Latest Odisha News, Breaking News Today | Top Updates on Corona - OTV News https://ift.tt/3TJLNix
୯୪ ବର୍ଷୀୟ ଜେଜେମା ଦେଶ ପାଇଁ ଆଣିଲେ ସ୍ୱର୍ଣ୍ଣ Pramod Behera ୯୪ ବର୍ଷୀୟ ଜେଜେମା ଦେଶ ପାଇଁ ଆଣିଲେ ସ୍ୱର୍ଣ୍ଣ Pramod Behera Reviewed by SUBHENDU BARAL on July 15, 2022 Rating: 5

No comments:

Powered by Blogger.