ଗଡଗ-ମୁନ୍ଦରଗୀ ରାସ୍ତାରେ ଗଡଗ ସହରଠାରୁ ୧୦ କିଲୋମିଟର ଦୂରରେ ଥିବା କପ୍ପାଟାଗୁଡ୍ଡା ପାଦଦେଶରେ ରହିଛି ଏକ ଛୋଟ ଗାଁ, ଜାହାର ନାଁ ପାପନାଶୀ। ଏହି ଗାଁର ବାସିନ୍ଦା ସେମାନଙ୍କ ସ୍ୱାସ୍ଥ୍ୟକୁ ଖୁବ୍ ଗୁରୁତର ସହ ନିଅନ୍ତି। ଚାଷୀମାନେ ଦିନର କଠିନ ପରିଶ୍ରମ କରିବା ପୂର୍ବରୁ ନିଜ ନିଜ କ୍ଷେତରେ ଯୋଗର ଦିନଚର୍ଯ୍ୟା ସଂପୂର୍ଣ୍ଣ କରନ୍ତି। ଅନ୍ୟ ଗ୍ରାମବାସୀମାନେ ଦିନକୁ ଦୁଇଥର ଆସନ ଅଭ୍ୟାସ କରିବା ନେଇ ନିଶ୍ଚିତ କରି ନେଇଛନ୍ତି। ପ୍ରାୟ ୨ ହଜାର ଜନସଂଖ୍ୟା ବିଶିଷ୍ଟ ଏହି ଗାଁ ନିଜକୁ 'ଯୋଗ ଗ୍ରାମ' ଟ୍ୟାଗ୍ ଦେଇଛି।
ଏଠାକାର ୮୦ ପ୍ରତିଶତ ଗ୍ରାମବାସୀ, ଯେଉଁମାନେ ଔଷଧୀୟ ଉଦ୍ଭିଦ ବିଷୟରେ ମଧ୍ୟ ଭଲଭାବେ ଜାଣନ୍ତି, ସେମାନେ ନିୟମିତ ଭାବରେ ଯୋଗ କରନ୍ତି। ପାପନାଶୀ ବାସିନ୍ଦା ବିଭିନ୍ନ ରୋଗର ଚିକିତ୍ସା ପାଇଁ ଆୟୁର୍ବେଦିକ ଉଦ୍ଭିଦ ବ୍ୟବହାର କରନ୍ତି। ସେମାନେ ପାହାଡ ନିକଟରେ ରୁହନ୍ତି ଏବଂ ଅନେକ ପ୍ରାକୃତିକ ଉପଚାର ଜାଣନ୍ତି।
ଏଠାରେ ଯୋଗ କ୍ଲାସ୍ ପ୍ରଥମେ ଫେବୃଆରୀ ୨୦୨୦ରେ ଆୟୁର୍ବେଦିକ ଚିକିତ୍ସକ ଅଶୋକ ମଟ୍ଟିକଟ୍ଟିଙ୍କ ଦ୍ୱାରା ଆରମ୍ଭ ହୋଇଥିଲା। ସେହି ବର୍ଷ ମାର୍ଚ୍ଚରେ କୋଭିଡ୍ ତାଲାବନ୍ଦ ଯୋଗୁଁ ଏଥିରେ ବାଧା ହୋଇଥିଲା। କିନ୍ତୁ ସମସ୍ତ କୋଭିଡ୍ ନିୟମ ମାନି ଡାକ୍ତର ଗ୍ରାମବାସୀଙ୍କୁ ସେମାନଙ୍କ ଚାଷ ଜମିରେ ଯୋଗ ଅଭ୍ୟାସ ଜାରି ରଖିଲେ। ତାଲାବନ୍ଦ ପରେ ମଧ୍ୟ ଗ୍ରାମବାସୀ ଡାକ୍ତରଙ୍କ ଅଧୀନରେ ମାଗଣା ତାଲିମ ଜାରି ରଖିଥିଲେ। ଦୁଇ ବର୍ଷ ପୂର୍ବେ ମଟ୍ଟିକଟ୍ଟି ପ୍ରଥମେ କିଛି ଛୋଟ ପିଲା, ମହିଳା ଏବଂ ବରିଷ୍ଠ ନାଗରିକଙ୍କୁ ତାଲିମ ଦେବା ଆରମ୍ଭ କରିଥିଲେ।
ଏହି ଧାରା ଜାରି ରହିବାରୁ ଖୁବ୍ ଶୀଘ୍ର ଅନ୍ୟ ଗ୍ରାମବାସୀମାନେ ଏଥିରେ ଯୋଗ ଦେଇଥିଲେ। ଯୋଗ ଶିଖିବା ଏବଂ ଅନ୍ୟ ଗ୍ରାମବାସୀଙ୍କୁ ଶିକ୍ଷା ଦେବା ପାଇଁ ଜଣେ ଶିକ୍ଷକ ସୁଧା ପାଟିଲ ଡାକ୍ତରଙ୍କ ନିକଟକୁ ଯାଇଥିଲେ। ତାଙ୍କୁ ଆୟୁଷ ବିଭାଗ ଦ୍ୱାରା ଯୋଗ ଶିକ୍ଷକ ଭାବରେ ମଧ୍ୟ ନିଯୁକ୍ତ କରାଯାଇଥିଲା। ତାଙ୍କୁ ସପ୍ତାହରେ ଗୋଟିଏ କ୍ଲାସ୍ ନେବାକୁ କୁହାଯାଇଥିଲା। କିନ୍ତୁ ଗ୍ରାମବାସୀଙ୍କ ଆଗ୍ରହ ଯୋଗୁଁ ସୁଧା ଦିନକୁ ଦୁଇଥର ଯୋଗ ଶିକ୍ଷା ଦେବା ଆରମ୍ଭ କରିଥିଲେ।
ପ୍ରଥମେ ତାଙ୍କ ପାଇଁ ଗୋଟିଏ ସ୍ଥାନରେ ଏକାଠି ହୋଇ ଯୋଗ ଶିଖିବା କଷ୍ଟକର ଥିଲା। ବର୍ତ୍ତମାନ ସେ କୃଷକ, ଗ୍ରାମବାସୀ, ଯାତ୍ରୀମାନଙ୍କୁ ଏକାଠି କରି କ୍ଷେତ, ପ୍ରମୁଖ ରାସ୍ତା ଏବଂ ଘରେ ଯୋଗ କରଉଛନ୍ତି। ଯୋଗ ଶିଖୁଥିବା ୧୨ ରୁ ୧୮ ବର୍ଷ ବୟସର ଅଧିକାଂଶ ପିଲା ବର୍ତ୍ତମାନ ଗ୍ରାମବାସୀଙ୍କୁ ବିଭିନ୍ନ ଆସନ ଶିକ୍ଷା ଦେଉଛନ୍ତି। ପିଲାମାନେ କୁହନ୍ତି ଯେ ଯେତେବେଳେ ସେମାନେ ଯୋଗ ଶିକ୍ଷା ଆରମ୍ଭ କରିଥିଲେ ସେମାନେ ଖୁବ ଭଲ ଏବଂ ସକ୍ରିୟ ଅନୁଭବ କରିଥିଲେ।
ପ୍ରଥମେ କିଛି ବାପାମାଆ କହିଥିଲେ ଯେ ସେମାନଙ୍କ ପାଖରେ ସମୟ ନାହିଁ ଏବଂ ଅନ୍ୟାନ୍ୟ କାରଣ ମଧ୍ୟ ଦର୍ଶାଇଥିଲେ। କିନ୍ତୁ ଯେତେବେଳେ ପିଲାମାନେ ସେମାନଙ୍କୁ ସପ୍ତାହରେ ଦୁଇଥର ଯୋଗ କରିବାକୁ ବାଧ୍ୟ କଲେ, ସେମାନେ ରାଜି ହେଲେ ଏବଂ ବର୍ତ୍ତମାନ ସେମାଣେ ଏହାର ଆଦତରେ ପଡିଗଲେଣି।
ଜଣେ ଗ୍ରାମବାସୀ କୁହନ୍ତି ଯେ “ଆମେ ପୂର୍ବରୁ ଯୋଗ ଶିଖିବାକୁ ଚାହୁଁଥିଲୁ… କିନ୍ତୁ ଗଡଗକୁ ଯିବାକୁ ପଡୁଥିଲା ଏବଂ ସକାଳ ୫.୩୦ ରେ କ୍ଲାସ୍ ଆରମ୍ଭ ହେଉଥିଲା। ଯେତେବେଳେ ଆମ ଗାଁରେ ମାଗଣା ଯୋଗ କ୍ଲାସ୍ ବିଷୟରେ ଶୁଣିଲୁ, ଆମେ ଏହାର ଫାଇଦା ନେବାକୁ ସ୍ଥିର କଲୁ। ଆମେ ନିୟମିତ ଭାବେ ଯୋଗ କରୁଛି ଏବଂ ଆମେ ଗର୍ବିତ ଯେ ପଡୋଶୀ ଗ୍ରାମବାସୀ ଏବଂ ଅନ୍ୟମାନେ ପାପନାଶୀକୁ 'ଯୋଗ ହଲ୍ଲୀ' ବା 'ଯୋଗ ଗ୍ରାମ' ବୋଲି କହୁଛନ୍ତି।”
ଆଜି ବି କୋଭିଡର ପ୍ରଭାବ ଯାଇନି। କିନ୍ତୁ ପାପନାଶୀ ଗ୍ରାମବାସୀ ମହାମାରୀଙ୍କୁ ଚାଲେଞ୍ଜ୍ କରିଛନ୍ତି। ଦୈନିକ ଯୋଗ କାରଣରୁ ସେମାନେ ମହାମାରୀର ଏହି ତିନି ଲହରକୁ ଦୂରେଇ ରଖିଛନ୍ତି। ଏହି ମହାମାରୀକୁ ମୁକାବିଲା କରି ସେମାନେ ସୁସ୍ଥ ଥିବା ଯୋଗ ପ୍ରତି ସେମାନଙ୍କ ଆତ୍ମବିଶ୍ୱାସ ବଢିଯାଇଛି।
from Latest Odisha News, Breaking News Today | Top Updates on Corona - OTV News https://ift.tt/H58MS2e
No comments: