ମନ୍ତ୍ରୀଙ୍କ ବିବୃତ୍ତି ପରେ ବି ଥମୁନି ଆନ୍ଦୋଳନ, ବିଭିନ୍ନ ଜିଲ୍ଲାରେ ବିଜେପିର ବନ୍ଦ ଡାକରା Satyendu Shekher Mishra

ଭୁବନେଶ୍ୱର: ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡକୁ ନେଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି । ଦିନକୁ ଦିନ ଜୋର ଧରୁଛି ପ୍ରତିବାଦର ସ୍ୱର । ବିଭିନ୍ନ ଜିଲ୍ଲାରେ ଆନ୍ଦୋଳନ ଜାରି ରଖିଛି ବିଜେପି । ଆଜିି ବୌଦ୍ଧ ଜିଲ୍ଲା ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବୌଦ୍ଧ ଜିଲ୍ଲାକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ ନେଇ ଡାକରା ଦେଇଛି ବିଜେପି ।

ହେଲେ ବନ୍ଦରୁ ବାଦ ପଡିବ ଅତ୍ୟାବଶ୍ୟକ ସେବା ତଥା ଆମ୍ବୁଲାନ୍ସ ଏବଂ ଜରୁରୀକାଳିନ ସେବା । ସେହିପରି ସକାଳ ୬ଟାରୁ କେନ୍ଦ୍ରାପଡା, ବାଲେଶ୍ୱର, ଜଗତସିଂହପୁର ଜିଲ୍ଲାରେ ମଧ୍ୟ ୧୨ ଘଣ୍ଟିଆ ବନ୍ଦ ପାଳନ କରିବ ବିଜେପି । ଭଦ୍ରକ ଜିଲ୍ଲାରେ ମଧ୍ୟ ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦେଇଛି ଦଳ । ଏପଟେ କଟକ ଏବଂ ରାଉରକେଲା ଏସ୍‌ପି ଅଫିସ ମଧ୍ୟ ବିଜେପି କର୍ମୀ ଓ ନେତା ଘେରାଉ କରିବା ନେଇ କାର୍ଯ୍ୟକ୍ରମ ରହିଛି ।

ସେପଟେ ଶୁକ୍ରବାର ମମିତା ହତ୍ୟା ମାମଲାରେ ବଲାଙ୍ଗିର ଏସ୍‌ପିଙ୍କୁ ଭେଟିଛନ୍ତି କେନ୍ଦ୍ରୀୟ ବିଜେପି ଟିମ୍ । ଏସ୍‌ପିଙ୍କୁ ଭେଟିବା ପରେ ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ସଭାନେତ୍ରୀ କହିଛନ୍ତି, ମନ୍ତ୍ରୀ ବାରମ୍ବାର ସେଠାକୁ ଆସୁଥିଲେ, ଅଭିଯୁକ୍ତ ସହ ତାଙ୍କର ଘନିଷ୍ଠତା ଥିଲା । ତେଣୁ ନୈତିକତା ଦୃଷ୍ଟିରୁ ମନ୍ତ୍ରୀ ଇସ୍ତଫା ଦେବା ଉଚିତ ।

ଏହାସହ ସେ ଆହୁରି କହିଛନ୍ତି, ‘ଆମେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରୁଛୁ, ତାଙ୍କୁ ବହିଷ୍କାର କରନ୍ତୁ । ଏମିତିକି ମିଡିଆ ସଂସ୍ଥା ନାଁରେ ମନ୍ତ୍ରୀଙ୍କ ମାନହାନୀ ମାମଲାକୁ ସମାଲୋଚନା କରି ମନ୍ତ୍ରୀ ତାଙ୍କ ପଦର କିପରି ଅପବ୍ୟବହାର କରୁଛନ୍ତି ଏହା ଜ୍ୱଳନ୍ତ ଉଦାହରଣ ବୋଲି କହିଛନ୍ତି  ଭି. ଶ୍ରୀନିବାସନ । ସେ ପଦର ଅବ୍ୟବହାର କରି ମିଡିଆ ହାଉସ୍‌କୁ ଧମକ ଦେଉଛନ୍ତି ବୋଲି ଭି. ଶ୍ରୀନିବାସନ୍‌ କହିଛନ୍ତି ।

ଏହା ପୂର୍ବରୁ ମମିତା ମେହେରଙ୍କ ପରିବାରକୁ ଭେଟିଥିଲା କେନ୍ଦ୍ରୀୟ ବିଜେପି ଟିମ୍ । ବଲାଙ୍ଗିର ଜିଲ୍ଲା କଣ୍ଟାବାଂଝି ଝରଣୀ ଗାଁକୁ ଯାଇ ମମିତାଙ୍କ ବାପା-ମାଆଙ୍କ ସହ ପ୍ରାୟ ଏକ ଘଣ୍ଟା ଆଲୋଚନା କରିଥିଲେ ବିଜେପି ମହିଳା ମୋର୍ଚ୍ଚା । ରାଷ୍ଟ୍ରୀୟ ସଭାନେତ୍ରୀ ଭି.ଶ୍ରୀନିବାସନଙ୍କ ନେତୃତ୍ୱରେ ଆସିଥିବା ତିନି ଜଣିଆ ଟିମ୍ ଟିକିନିଖି ତଥ୍ୟ ସଂଗ୍ରହ କରି ଏହି ଟିମ୍ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କୁ ଏକ ବିସ୍ତୃତ ରିପୋର୍ଟ ଦେବ । ଦୋଷୀକୁ କଠୋର ଦଣ୍ଡ ଦେବାକୁ ଏହି ଟିମ୍ ଦାବି କରିଛି ।

ତେବେ ମମିତା ହତ୍ୟା ମାମଲାର ପ୍ରାୟ ୨୧ ଦିନ ପରେ ତଥା ଗତ ଶୁକ୍ରବାର ସନ୍ଧ୍ୟାରେ ମନ୍ତ୍ରୀ ଏକ ପ୍ରେସ୍‌ ବିବୃତ୍ତି ଜରିଆରେ ନିଜର ମତ ରଖିଛନ୍ତି । ଆଉ ତାଙ୍କର ବିବୃତ୍ତିକୁ ରାଜ୍ୟ ବିଜେପି ନିନ୍ଦା କରିଛି । ଦଳର ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଏକ ସାମ୍ବାଦିକ ସମ୍ମିଳନୀ କରି ସିଧାସଳଖ ଟାର୍ଗେଟ କରିବା ସହ କହିଛନ୍ତି ମନ୍ତ୍ରୀଙ୍କ ବିବୃତିରେ, ତଦନ୍ତକୁ ବାଟବଣା କରି ଲୋକଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରାଯାଉଛି । ମନ୍ତ୍ରୀଙ୍କ ବିରୋଧରେ ଯେଉଁ ସବୁ ଅଭିଯୋଗ ଆସିଛି, ସେହି କଥାକୁ ନବୁଲାଇ ନିର୍ଦ୍ଧିଷ୍ଟ ଉତ୍ତର ଦେବା ସହ ୪ଟି ପ୍ରଶ୍ନର ପଚାରିଛନ୍ତି ଲେଖାଶ୍ରୀ । କହିଛନ୍ତି, ମମିତାଙ୍କ ପାଖରେ କେଉଁ ଭିଡିଓ ରହିଥିଲା, ତାହା ମନ୍ତ୍ରୀ ନିଜେ ସ୍ପଷ୍ଟ କରନ୍ତୁ । ରାୟପୁରରେ ମମିତା-ଗୋବିନ୍ଦ ସହ ଯେଉଁ ମିଟିଂ କଥା ଉଠୁଛି, ସେ ବିଷୟରେ ସ୍ପଷ୍ଟ କରନ୍ତୁ ।

ଏହାସହ ଗୋବିନ୍ଦ ଫେରାର ନେଇ ବିଭାଗୀୟ ମନ୍ତ୍ରୀ ଭାବେ ମଧ୍ୟ ସ୍ପଷ୍ଟୀକରଣ ରଖନ୍ତୁ ବୋଲି କହିଛନ୍ତି ଲେଖାଶ୍ରୀ । ହତ୍ୟାରେ ଦୁଃଖିତ କହିଲେ କିନ୍ତୁ ପରିବାରକୁ ଭେଟିବାକୁ ଥରେ ବି ଗଲେନି ମନ୍ତ୍ରୀ । ଏଥିରୁ ସେ କେତେ ଦୁଃଖୀ ସ୍ପଷ୍ଟ ଭାବେ ଜଣାପଡୁଛି ବୋଲି କହି ସମାଲୋଚନା କରିଛନ୍ତି ଲେଖାଶ୍ରୀ । 



from Latest Odisha News, Breaking News Today | Top Updates on Corona - OTV News https://ift.tt/3CxqeRI
ମନ୍ତ୍ରୀଙ୍କ ବିବୃତ୍ତି ପରେ ବି ଥମୁନି ଆନ୍ଦୋଳନ, ବିଭିନ୍ନ ଜିଲ୍ଲାରେ ବିଜେପିର ବନ୍ଦ ଡାକରା Satyendu Shekher Mishra ମନ୍ତ୍ରୀଙ୍କ ବିବୃତ୍ତି ପରେ ବି ଥମୁନି ଆନ୍ଦୋଳନ, ବିଭିନ୍ନ ଜିଲ୍ଲାରେ ବିଜେପିର ବନ୍ଦ ଡାକରା Satyendu Shekher Mishra Reviewed by SUBHENDU BARAL on October 29, 2021 Rating: 5

No comments:

Powered by Blogger.