ଲକ୍ଷ୍ମୀପୁର ଖିରି ୦୩।୧୦: ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖିରିରେ କୃଷକଙ୍କ ଉପରେ କାର ଚଢିବା ଘଟଣାରେ ଯୋଗୀ ସରକାର ଏବେ ବିରୋଧୀଙ୍କ ଟାର୍ଗେଟ୍ରେ। ସମସ୍ତେ ଏହି ଘଟଣାକୁ କଡା ଶବ୍ଦରେ ନିନ୍ଦା କରିଛନ୍ତି। ଏହି ଦୁର୍ଭାଗ୍ୟପୂର୍ଣ୍ଣ ଘଟଣାରେ ୮ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୪ ଜଣ କୃଷକ ଥିବା ବେଳେ ୪ ଜଣ ଗାଡିରେ ଥିବା ଲୋକ ସାମିଲ୍ ଥିବା କୁହାଯାଉଛି। ଅନ୍ୟପଟେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଓ କଂଗ୍ରେସ ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ ସୋମବାର ଲକ୍ଷ୍ମୀପୁର ଖିରି ଯିବେ। ଏହି ଘଟଣାରେ ଯୋଗୀ ସରକାର ବ୍ୟାକଫୁଟ୍ରେ ରହିଛନ୍ତି।
ଅନ୍ୟପଟେ ଆମ୍ ଆଦମୀ ପାର୍ଟିର ନେତା ସଞ୍ଜୟ ସିଂହ କହିଛନ୍ତି ଯେ, କ୍ଷମତା ନିଶାରେ ଚୂର ଏମିତି ଅହଙ୍କାରୀ ସରକାର ସେ ଆଜି ପର୍ଯ୍ୟନ୍ତ ଦେଖି ନାହାନ୍ତି। କ୍ଷମତା ନିଶାରେ ମଦମସ୍ତ ଏମିତି ସରକାର କଣ ଆପଣ କେବେ ଦେଖିଛନ୍ତି। ଆଉ କେତେ ଜଣ ଚାଷୀଙ୍କ ମୁଣ୍ଡ ନେବେ ମୋଦୀ ଜୀ ? ହତ୍ୟାକାରୀଙ୍କୁ ଗିରଫ କରି, ସିବିଆଇ ତଦନ୍ତ କରାଅ ଏବଂ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ସଞ୍ଜୟ ସିଂହ ଦାବି କରିଛନ୍ତି।
ଏହା ମଧ୍ୟରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଆସନ୍ତାକାଲି ଲକ୍ଷ୍ମୀପୁର ଯିବାକୁ ନିଷ୍ପତ୍ତି ନେଇଛନ୍ତି। ଉତ୍ତର ପ୍ରଦେଶରେ କୃଷକଙ୍କ ସହ ଯାହା ଘଟିଛି ତାହା ଅକ୍ଷମଣୀୟ। ମୁଁ ମଧ୍ୟ ଜଣେ କୃଷକ। କୃଷକଙ୍କ ଯନ୍ତ୍ରଣା ବୁଝି ପାରୁଛି। ଅପରପକ୍ଷେ ଘଟଣାର ସୂଚନା ମିଳିବା ମାତ୍ରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁରରୁ ଲକ୍ଷ୍ନୌ ଫେରି ଆସିଛନ୍ତି।
ଅଭିଯୋଗ ଅନୁଯାୟୀ, ତିକୁନିଆରେ ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ କାରକେଡକୁ କଳା ପତାକା ଦେଖାଉଥିବା କୃଷକଙ୍କ ଉପରେ କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ପୁଅ କାର ଚଢାଇ ଦେଇଛନ୍ତି। ଏଥିରେ ଚାରି ଜଣ କୃଷକଙ୍କ ମୃତ୍ୟୁ ଘଟିଛି। ଉତ୍ତେଜିତ କୃଷକ ଗାଡି ଉପରେ ଆକ୍ରମଣ କରି ନିଆଁ ଲଗାଇ ଦେଇଛନ୍ତି। ଡ୍ରାଇଭରଙ୍କୁ ପିଟି ପିଟି ହତ୍ୟା କରିଛନ୍ତି। ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ର କୌଣସି ପ୍ରକାରେ ଗାଡିରୁ ଖସି ଜୀବନ ବଞ୍ଚାଇବାରେ ସଫଳ ହୋଇଥିବା କୁହାଯାଉଛି।
from Prameya News7 https://ift.tt/3osG8s6
No comments: