ଓଡ଼ିଆ ଅଧିକାରୀଙ୍କୁ ଆନ୍ଧ୍ର ମନ୍ତ୍ରୀଙ୍କ ଧମକ ଘଟଣା, କାର୍ଯ୍ୟାନୁଷ୍ଠାନ ପାଇଁ ଗଜପତି ଏସ୍‌ପିଙ୍କ ନିକଟରେ ଏତଲା ଦାଏର

ଗଜପତି, ୦୨/୧୦: ଆନ୍ଧ୍ର ପ୍ରଦେଶ ସୀମା ବିବାଦରେ ଗତ ୯ ତାରିଖରେ ଓଡ଼ିଶା ମାଟିରେ ଠିଆ ହୋଇ ଓଡ଼ିଶାର ପ୍ରଶାସନିକ ଅଧିକାରୀଙ୍କୁ ଧମକ ଦିଆଯାଇଥିଲା । ଏହି ଘଟଣାର ପାଖାପାଖି ଗୋଟିଏ ମାସ ବିତିବାକୁ ଯାଉଛି । ହେଲେ ଗଜପତି ଜିଲ୍ଲା ପ୍ରଶାସନ କିମ୍ବା ଓଡିଶା ସରକାର ପଦକ୍ଷେପ ନେଇନାହାନ୍ତି । କିନ୍ତୁ ଆନ୍ଧ୍ର ପୋଲିସ ଓଡ଼ିଶାର ପଞ୍ଚାୟତ ପ୍ରତିନିଧିଙ୍କ ବିରୋଧରେ ମାମଲା ରୁଜୁ କରିଛି । ଏହାର ପ୍ରତିବାଦରେ ଓଡ଼ିଶା ନାଗରିକ ମହାମଞ୍ଚର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀଙ୍କ ନେତୃତ୍ୱରେ ରାଜ୍ୟ ସ୍ତରୀୟ  ବିଭିନ୍ନ ସାମାଜିକ ସଂଗଠନର କର୍ମକର୍ତ୍ତା ଓ ନେତୃବୃନ୍ଦ ଗଜପତି ଜିଲ୍ଲା ଗସ୍ତରେ ଆସି ପାରଳାଖେମୁଣ୍ଡିର ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରିଛନ୍ତି ।

ଗଙ୍ଗାବାଡ ପଞ୍ଚାୟତର ସୀମାବର୍ତ୍ତି ଗାଁ ଗସ୍ତକରି ଲୋକଙ୍କ ସହ ଆଲୋଚନା କରିବା ପରେ ଆନ୍ଧ୍ର ମନ୍ତ୍ରୀଙ୍କ ବିରୋଧରେ ଗଜପତି ଏସପିଙ୍କ ନିକଟରେ ଏତଲା ଦାୟର କରାଯାଇଛି ।  ଆନ୍ଧ୍ର ସରକାରଙ୍କ ମନ୍ତ୍ରୀ ଓଡ଼ିଆ ପ୍ରଶାସନିକ ଅଧିକାରୀଙ୍କୁ କରିଥିବା ବ୍ୟବହାର ସଙ୍ଘୀୟ ବ୍ୟବସ୍ଥାରେ ଗ୍ରହଣୀୟ ନୁହେଁ । ତୁରନ୍ତ ଆନ୍ଧ୍ରପ୍ରଦେଶ ମନ୍ତ୍ରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେମାନେ ଦାବି କରିଛନ୍ତି ।



from Prameya News7 https://ift.tt/3mnENjX
ଓଡ଼ିଆ ଅଧିକାରୀଙ୍କୁ ଆନ୍ଧ୍ର ମନ୍ତ୍ରୀଙ୍କ ଧମକ ଘଟଣା, କାର୍ଯ୍ୟାନୁଷ୍ଠାନ ପାଇଁ ଗଜପତି ଏସ୍‌ପିଙ୍କ ନିକଟରେ ଏତଲା ଦାଏର ଓଡ଼ିଆ ଅଧିକାରୀଙ୍କୁ ଆନ୍ଧ୍ର ମନ୍ତ୍ରୀଙ୍କ ଧମକ ଘଟଣା, କାର୍ଯ୍ୟାନୁଷ୍ଠାନ ପାଇଁ ଗଜପତି ଏସ୍‌ପିଙ୍କ ନିକଟରେ ଏତଲା ଦାଏର Reviewed by SUBHENDU BARAL on October 02, 2021 Rating: 5

No comments:

Powered by Blogger.