ଭୁବନେଶ୍ୱର, ୦୩|୧: ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ । ଆଉ ମାତ୍ର କିଛି ସମୟକୁ ଅପେକ୍ଷା । ହାତରେ ମାତ୍ର ୧ ଘଣ୍ଟା । ଅର୍ଥାତ ସକାଳ ୮ଟାରେ ଆରମ୍ଭ ହୋଇଯିବ ଭୋଟ ଗଣତି । କିଏ ହେବେ ପିପିଲି ବିଧାୟକ । ଆସିବ ରାୟ । ପିପିଲି ଉପନିର୍ବାଚନ ଫଳକୁ ସାରା ରାଜ୍ୟବାସୀଙ୍କ ଅପେକ୍ଷା । ପିପିଲିରେ ବାଜି ମାରିବ କିଏ । ପିପିପି ଗଡ଼ରେ ଶଙ୍ଖ ନାଦ ହେବ, ନା ପଦ୍ମ ଫୁଟିବ ନା ହାତର ଚାଲିବ ରାଜ୍ ? ଆଉ କିଛି ଘଣ୍ଟା ପରେ ସ୍ପଷ୍ଟ ହୋଇଯିବ ପିପିଲି ଉପନିର୍ବାଚନର ଫଳାଫଳ ।
ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ସମେତ ମୋଟ୍ ୧୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ଏଥିପାଇଁ ସୁରକ୍ଷା ବଳୟ ଭିତରେ ରହିଛି ଇଭିଏମ୍ । ୮ଟାରେ ଗଣତି ଆରମ୍ଭ ହେବ ।
ରବିବାର ସକାଳ ୮ଟାରେ ଆରମ୍ଭ ହେବ ପିପିଲି ଉପନିର୍ବାଚନର ଭୋଟ ଗଣତି । ସଂପୂର୍ଣ୍ଣ କୋଭିଡ୍ କଟକଣା ଭିତରେ ହେବ ଭୋଟ୍ ଗଣତି। ଏଥିପାଇଁ ଭୋଟଗଣତି କେନ୍ଦ୍ରରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯିବା ସହିତ ଏସବୁ ଉପରେ ସିସିଟିଭି ନଜର ରଖିଛି । ତିନିଟି ହଲରେ ଗଣତି ହେବ ଏବଂ ପ୍ରତି ରାଉଣ୍ଡରେ ୭ଟି ଟେବୁଲ ରହିବ । ଦୁଇଟି ହଲରେ ଇଭିଏମ୍ ମେସିନ ଓ ଗୋଟିଏ ହଲରେ ଭିଭିପାଟ୍ କାଉଣ୍ଟିଂ କରାଯିବ । ପ୍ରଥମେ ସକାଳ ୮ଟାରୁ ପୋଷ୍ଟାଲ ବାଲାଟ୍ କାଉଣ୍ଟିଂ ଆରମ୍ଭ ହେବ । ସାଢେ ୮ଟାରୁ ଇଭିଏମ୍ ଗଣତି ଆରମ୍ଭ ହେବ । ଏଥିପାଇଁ ମୋଟି ୬୨ ଜଣ କର୍ମଚାରୀ କାଉଣ୍ଟିଂରେ ସାମିଲ ହେବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ସୂଚନା ଦେଇଛନ୍ତି ।
from Prameya News7 https://ift.tt/3isOwnM
No comments: