ବୁଦା ଭିତରୁ ମହିଳାଙ୍କ ଉଲଗ୍ନ ମୃତ ଦେହ ଉଦ୍ଧାର, ଧର୍ଷଣ ପରେ ହତ୍ୟା କରାଯାଇଥିବା ସନ୍ଦେହ

ସୁନ୍ଦରଗଡ଼, ୦୨/୧୦: ସବଡେଗା ଡମକୁଡ଼ା ନଦୀ କୂଳରେ ଥିବା ଏକ ବୁଦା ମୂଳରୁ ପୋଲିସ ମହିଳାଙ୍କ ଉଲଗ୍ନ ଅବସ୍ଥାରେ ମୃତଦେହ ଉଦ୍ଧାର କରିଛି । ଘଟଣା ବିଷୟରେ ଶୁଣି ଆଖ ପାଖ ଲୋକ ମାନେ ଦେଖିବାକୁ ଯାଇ ମହିଳାକୁ ଚିହ୍ନି ଥିଲେ । ମହିଳା ଜଣକ ସବଡେଗା ଟୁଙ୍ଗୁରିପଡାର କମଲା କମାର ବୋଲି ଜଣାପଡିଛି । କମଳାଙ୍କ ବୟସ ୪୫ ବର୍ଷ ।

କେତେକ ମହିଳା ସକାଳ ୧୨ ଟା ସମୟରେ ନଦୀରେ ଗାଧାଉ ଥିବାବେଳେ ସବଡେଗାର ଏକ ଯୁବକ ସ୍କୁଟିରେ କମଲାଙ୍କୁ ବସାଇ ନଦୀକୂଳକୁ ଆଣିଥିଲେ । ଯୁବକ ସ୍କୁଟି ଛିଡା କଲାବେଳକୁ କମଲା ସ୍କୁଟିରୁ ଓଲ୍ଲାଇ ଦଉଡ଼ି ପଳାଇଲା ବେଳକୁ ଯୁବକ ତାଙ୍କ ପଛରେ ଦୌଡ଼ୁଥିବାର କେତେକ ମହିଳା ଦେଖିଥଲେ । ମହିଳାଙ୍କୁ ସେହି ଯୁବକ ଧର୍ଷଣ କରି ହତ୍ୟା କରିଥିବାର ସନ୍ଦେହ କରାଯାଉଛି । ସନ୍ଧ୍ୟା ୬ଟା ସମୟରେ ସାଇଣ୍ଟିଫିକ ଦଳ ଓ ତଲସରା ପୋଲିସ ପହଞ୍ଚି ଶବକୁ ବୁଦା ମୂଳରୁ ବାହାର କରି  ତଦନ୍ତ କରୁଛି । ମୁହଁରେ ଅନେକ କ୍ଷତ ବିକ୍ଷତ ଚିହ୍ନ ଦେଖିବାକୁ ମିଳିଥିଲା । ଖବରପାଇ ତାଙ୍କର ଦୁଇ ପୁଅ ଦୁଇ ଝିଅ ଘଟଣା ସ୍ଥଳରେ ପହଞ୍ଚିଥିଲେ । ମୃତଦେହ ବ୍ୟବଛେଦ କରିବାକୁ ପୋଲିସ ସୁନ୍ଦରଗଡ ଡାକ୍ତରଖାନାକୁ ପଠାଇଥିବା ବେଳେ ପୋଲିସ ଘଟଣାର ଅଧିକ ତଦନ୍ତ ଚଲାଇଥିବା ଜଣାପଡ଼ିଛି ।



from Prameya News7 https://ift.tt/3BbRLYg
ବୁଦା ଭିତରୁ ମହିଳାଙ୍କ ଉଲଗ୍ନ ମୃତ ଦେହ ଉଦ୍ଧାର, ଧର୍ଷଣ ପରେ ହତ୍ୟା କରାଯାଇଥିବା ସନ୍ଦେହ ବୁଦା ଭିତରୁ ମହିଳାଙ୍କ ଉଲଗ୍ନ ମୃତ ଦେହ ଉଦ୍ଧାର, ଧର୍ଷଣ ପରେ ହତ୍ୟା କରାଯାଇଥିବା ସନ୍ଦେହ Reviewed by SUBHENDU BARAL on October 02, 2021 Rating: 5

No comments:

Powered by Blogger.