କଫି ପିଇବାକୁ ଘରକୁ ଡାକିଲେ, ଜବରଦସ୍ତି କରି ଚାଲିଲେ କିସ୍ : ସାଂସଦଙ୍କ ବିରୋଧରେ ଅଭିଯୋଗ ଆଣିଲେ ହିଲାରୀ କ୍ଲିଣ୍ଟନଙ୍କ ସହଯୋଗୀ ହୁମା
ୱାଶିଂଟନ୍ ୩୦।୧୦ : ଆମେରିକାର ପୂର୍ବତନ ବୈଦେଶିକ ସଚିବ ହିଲାରୀ କ୍ଲିଣ୍ଟନଙ୍କ ସହଯୋଗୀ ହୁମା ଆବଦିନ ଏକ ସମ୍ବେଦନଶୀଳ ଅଭିଯୋଗ ଆଣିଛନ୍ତି। ଅଭିଯୋଗରେ ହୁମା କହିଛନ୍ତି ଯେ ଜଣେ ସାଂସଦ ବିନା ଅନୁମତିରେ ତାଙ୍କୁ 'କିସ୍ କରିଛନ୍ତି'। ବାସ୍ତବରେ ହୁମା ଆବେଦିନ୍ ଏକ ପୁସ୍ତକ ଲେଖିଛନ୍ତି, ଯେଉଁଥିରେ ସେ ତାଙ୍କ ସହିତ ଘଟିଥିବା ଏହି ଘଟଣା ବିଷୟରେ ଉଲ୍ଲେଖ କରିଛନ୍ତି । ହେଲେ ସେ ଆମେରିକାର ସାଂସଦଙ୍କ ନାମ କହିନାହାଁନ୍ତି, ସେ କହିଛନ୍ତି ଯେ ଏହି ଘଟଣା ପରେ ସେ ଭୟଭୀତ ହୋଇ ପଡ଼ିଛନ୍ତି।
ରିପୋର୍ଟ ଅନୁଯାୟୀ ହୁମା ଏହି ପୁସ୍ତକ ଲେଖିଛନ୍ତି ଯେଉଁଥିରେ ସେ ଆମେରିକାର ସାଂସଦଙ୍କ କାର୍ଯ୍ୟକଳାପ ବିଷୟରେ କହିଛନ୍ତି। ସାଂସଦଙ୍କ ଆଚରଣରେ ହୁମା ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହା ସହ ସେ କହିଥିଲେ କି 'ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଯେ ସାଂସଦ ମୋତେ କିସ୍ କରିଥିଲେ। ସେ ଡିନର ପରେ ରାଜନେତାଙ୍କ ସହ ବାହାରକୁ ଯାଇଥିଲେ ଏବଂ ସାଂସଦ ତାଙ୍କ ଘର ସାମ୍ନାକୁ ଆସିବା ପରେ କଫି ପିଇବାକୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଏହି ଘଟଣା ପରେ ସେ ସାଂସଦଙ୍କୁ ଠେଲି ଦେଇ ସେଠାରୁ ପଳାଇ ଯାଇଥିଲେ। ମୁଁ ସେହି ପରିସ୍ଥିତିରେ ବହୁତ ନିଜକୁ ଅସହଜ ମନେ କଲି , ମୁଁ ଏଭଳି ଘଟଣାକୁ କିପରି ପରିଚାଳନା କରିବି ଜାଣି ନଥିଲି । ଏହି ଘଟଣାରେ ହୁମା ଖୁବ୍ ଶୀଘ୍ର ସାଂସଦଙ୍କ ଘରୁ ବାହାରି ଆସିଥିଲେ। ଏହା ୨୦୦୦ ମସିହାରେ ଏହି ଘଟଣା ଘଟିଥିଲା । ଏହାରି ମଧ୍ୟରେ ହୁମା ସାଂସଦଙ୍କ ନାମ ପ୍ରକାଶ କରି ନାହାଁନ୍ତି।
ଡେମୋକ୍ରାଟିକ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଥିବା ହିଲାରୀ କ୍ଲିଣ୍ଟନ୍ ହୁମାଙ୍କୁ ଏତେ ବିଶ୍ୱାସ କରୁଥିଲେ ଯେ ଥରେ ସେ ହୁମାଙ୍କୁ ତାଙ୍କର ଦ୍ୱିତୀୟ ଝିଅ ମଧ୍ୟ କହିଥିଲେ। ତେବେ ୪୫ ବର୍ଷିୟ ହୁମା ମଧ୍ୟ ଏକ ସାକ୍ଷାତକାରରେ ଏହି ଘଟଣା ବିଷୟରେ ଉଲ୍ଲେଖ କରିଛନ୍ତି।ଏନେଇ ହିଲାରୀ କ୍ଲିଣ୍ଟନଙ୍କ ସହଯୋଗୀ କହିଛନ୍ତି, 'ମୁଁ ଏହି ଘଟଣାକୁ ଚପାଇ ଦେଇଥିଲି। ତେବେ ଘଟଣା ପରେ ସେହି ସାଂସଦ ଦୀର୍ଘ ସମୟ ଧରି କ୍ଷମା ମାଗିଥିଲେ ଏବଂ ମୁଁ ଭଲ ଅଛି କି ନାହିଁ ନିଶ୍ଚିତ କରିବାକୁ ଚେଷ୍ଟା କରିଥିଲେ। ପରେ ଆମ ମଧ୍ୟରେ ସମ୍ପର୍କ ପୁଣି ଭଲ ହୋଇଗଲା
from Prameya News7 https://ift.tt/3vWyWWW
No comments: