ହାତୀପଲ ଉପଦ୍ରବ: ନଷ୍ଟ କଲେ ଏକର ଏକର ଫସଲ, ମୁଣ୍ଡରେ ହାତ ଦେଇ ବସିଛି ଚାଷୀକୂଳ

ଜି.ଉଦୟଗିରି ୨୭/୧୦: ହାତୀପଲଙ୍କ ଉପଦ୍ରବରେ ଏକର ଏକର ଧାନ ଫସଲ ସବୁ ନଷ୍ଟ ହୋଇଛି। ଚାଷୀର ବର୍ଷଟା ଯାକର ଆୟ ଯେଉଁ ଫସଲ ଥିଲା ସେ ସବୁ ହାତୀପଲ ନଷ୍ଟ କରିଦେଲେ। ଏବେ ଚାଷୀର ପରିବାର କିଭଳି ଚଳିବ ସେ ଚିନ୍ତାରେ। କନ୍ଧମାଳ ଜିଲ୍ଲା ରାଇକିଆ ବ୍ଳକ କରଡ଼ା ପଞ୍ଚାୟତର ସୋନାପୋଲି ଗ୍ରାମରେ ୭ ରୁ ୮ ଟି ହାତୀ ପଲ ପଶି ୧୦ ରୁ ୧୨ ଏକର ର ଧାନ ଫସଲକୁ ନଷ୍ଟ କରିଦେଇଛନ୍ତି ।

ଚଳିତ ବର୍ଷ ଅନେକଙ୍କ ଧାନ ଫସଲ ଭଲ ହୋଇଥିବା ବେଳେ ଆଉ କିଛି ଦିନ ପରେ ଧାନ କଟାଯାଇଥାନ୍ତା। ହେଲେ ହାତୀ ପଲ ବିଲରେ ପଶି ଫସଲ ସବୁ ନଷ୍ଟ କରିଦେଲେ । ଫଳରେ ଚାଷୀ ମହଲରେ ଚିନ୍ତା ବଢ଼ିଛି । ଗ୍ରାମର ନୟନି ପ୍ରଧାନ,ସାନ୍ତନୁ ପ୍ରଧାନ, ଜୟକୃଷ୍ଣ ପ୍ରଧାନ ଓ ଶଙ୍କର ପ୍ରଧାନଙ୍କ ବିଲରେ ଗତ ୩ ଦିନ ହେଲା ହାତୀପଲ କ୍ଷତିକରିଛନ୍ତି । ଆଉ ବନ ବିଭାଗ ଏ ଖବର ପାଇ ସ୍ଥିତି ଅନୁଧ୍ୟାନ କରି ଫେରିଥିବା ବେଳେ ଚାଷୀ କ୍ଷତିପୂରଣ ଦାବି କରିଛନ୍ତି ।



from Prameya News7 https://ift.tt/3nDpMeu
ହାତୀପଲ ଉପଦ୍ରବ: ନଷ୍ଟ କଲେ ଏକର ଏକର ଫସଲ, ମୁଣ୍ଡରେ ହାତ ଦେଇ ବସିଛି ଚାଷୀକୂଳ ହାତୀପଲ ଉପଦ୍ରବ: ନଷ୍ଟ କଲେ ଏକର ଏକର ଫସଲ, ମୁଣ୍ଡରେ ହାତ ଦେଇ ବସିଛି ଚାଷୀକୂଳ Reviewed by SUBHENDU BARAL on October 26, 2021 Rating: 5

No comments:

Powered by Blogger.