କନକ ବ୍ୟୁରୋ : ଆଜି ୱାର୍ଲଡ ହାର୍ଟ ଡେ’ ବା ବିଶ୍ୱ ହୃଦୟ ଦିବସ । ସାରା ବିଶ୍ୱରେ ବର୍ଷକୁ ପ୍ରାୟ ୧ କୋଟି ୮୦ ଲକ୍ଷ ଲୋକଙ୍କର ଏହି ରୋଗରେ ମୃତ୍ୟୁ ଘଟୁଛି । ମାନସିକ ଚାପ ରହିଲେ ହୃଦରୋଗ ବଢିବାର ଆଶଙ୍କା ଅଧିକ ରହିଛି ବୋଲି ଜଣାପଡିଛି । କେବଳ ଜଣେ ୫୦ ବର୍ଷର ଲୋକଙ୍କ ପାଖରେ ଏହି ରୋଗ ହେଉଛି ତା ନୁହେଁ ବରଂ ୨୦ ବର୍ଷର ଯୁବକଙ୍କ ପାଖରେ ମଧ୍ୟ ଏହି ରୋଗ ଦେଖାଯାଉଛି । କେବଳ ବୟସ୍କ ନୁହେଁ, ଯୁବକ ଅବସ୍ଥାରେ ବି ହୃଦଘାତ ହେଉଛି । ମୁଖ୍ୟତଃ ତୃଟିପୂର୍ଣ୍ଣ ଜୀବନଶୈଳୀ, ବ୍ୟାୟାମର ଅଭାବ, ଅସ୍ୱାସ୍ଥ୍ୟକର ଖାଦ୍ୟ ଯୋଗୁଁ ଯୁବକମାନେ ହୃଦରୋଗରେ ଶିକାର ହେଉଛନ୍ତି ବୋଲି କହିଛନ୍ତି ବିଶେଷଜ୍ଞ ଡାକ୍ତର । ଅତ୍ୟଧିକ ଧୂମପାନ ଓ ମଦ୍ୟପାନ ଭଳି ବଦଭ୍ୟାସ, ଯୁବକ ଅବସ୍ଥାରେ ହୃଦଘାତର ଆଶଙ୍କାକୁ ବଢ଼ାଇ ଦେଉଛି । ଏହାସହ ଅତ୍ୟଧିକ ମାନସିକ ଚାପ ମଧ୍ୟ ହୃଦଘାତର କାରଣ ପାଲଟୁଛି । କର୍ମ କ୍ଷେତ୍ରରେ ଅତ୍ୟଧିକ ଚାପ, ନିଶା ସେବନ, ମେଦ ବହୁଳତା, ହୃଦଘାତର କାରଣ ହୋଇପାରେ ବୋଲି କହିଛନ୍ତି ବିଶେଷଜ୍ଞ ।
The post ଆଜି ବିଶ୍ୱ ହୃଦୟ ଦିବସ : ତ୍ରୁଟିପୂଣ୍ଣ ଜୀବନଶୈଳୀ ଯୋଗୁଁ ଯୁବକଙ୍କଠାରେ ଦେଖାଦେଉଛି ହୃଦୟଜନିତ ସମସ୍ୟା first appeared on Kanak News.
from Kanak News https://ift.tt/3iih6rP https://ift.tt/3ETsqV0
No comments: