କମଳା ହାରିସଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ । ଲୋକତନ୍ତ୍ର ଉପରେ ଦୁଇଦେଶ କାମ କରିବା ଉପରେ ନେଲେ ନିଷ୍ପତ୍ତି Kanak News

କନକ ବ୍ୟୁରୋ : ହ୍ୱାଇଟହାଉସରେ ଆମେରିକାର ଉପରାଷ୍ଟ୍ରପତି କମଳା ହାରିସଙ୍କୁ ସାକ୍ଷାତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଥମ ଥର ପାଇଁ କୌଣସି ଭାରତୀୟ ବଂଶୋଭବ ଉପରାଷ୍ଟ୍ରପତି ଭାରତର ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଛନ୍ତି । ଉଭୟ ନେତାଙ୍କ ମଧ୍ୟରେ ବିଭିନ୍ନ ଦ୍ୱି-ପାକ୍ଷିକ ଓ ଅନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । ସାକ୍ଷାତବେଳେ ପ୍ରଧାନମନ୍ତ୍ରୀ କହିଥିଲେ, କମଳା ହାରିଶ ବିଶ୍ୱସମୁଦାୟ ପାଇଁ ପ୍ରେରଣାର ଉତ୍ସ । ଏହି ଅବସରରେ ସେ ତାଙ୍କୁ ଭାରତ ଆସିବାକୁ ଆମନ୍ତ୍ରଣ କରିଥିଲେ ।

ଲୋକତନ୍ତ୍ର ଉପରେ ଦୁଇଦେଶ କାମ କରିବାକୁ ନିଷ୍ପତ୍ତି ନେଇଛନ୍ତି । କମଳା ହାରିଶ କହିଥିଲେ, ଭାରତ ହେଉଛି ଆମେରିକାର ବଡ ଅଂଶୀଦାର । ସେହିଭଳି କୋଭିଡ ଟିକା ରପ୍ତାନୀ ପାଇଁ ଭାରତର ନିଷ୍ପତ୍ତିକୁ କମଳା ହାରିସ ସ୍ୱାଗତ କରିଥିଲେ । ଆତଙ୍କବାଦ ସମେତ ଉଭୟ ନେତା ବିଭିନ୍ନ ଅନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ବି ଆଲୋଚନା କରିଛନ୍ତି । ଭାରତର କୋଭିଡ ପରିଚାଳନାକୁ କମଳା ହାରିସ ପ୍ରଂଶସା କରିଥିଲେ ।

The post କମଳା ହାରିସଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ । ଲୋକତନ୍ତ୍ର ଉପରେ ଦୁଇଦେଶ କାମ କରିବା ଉପରେ ନେଲେ ନିଷ୍ପତ୍ତି first appeared on Kanak News.



from Kanak News https://ift.tt/3i4UBXc https://ift.tt/39y8Ejx
କମଳା ହାରିସଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ । ଲୋକତନ୍ତ୍ର ଉପରେ ଦୁଇଦେଶ କାମ କରିବା ଉପରେ ନେଲେ ନିଷ୍ପତ୍ତି Kanak News କମଳା ହାରିସଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ । ଲୋକତନ୍ତ୍ର ଉପରେ ଦୁଇଦେଶ କାମ କରିବା ଉପରେ ନେଲେ ନିଷ୍ପତ୍ତି Kanak News Reviewed by SUBHENDU BARAL on September 23, 2021 Rating: 5

No comments:

Powered by Blogger.