ନୂଆଦିଲ୍ଲୀ ୨୪/୦୯: କଥାରେ ଅଛି କଷ୍ଟ କଲେ କୃଷ୍ଣ ମିଳେ। ନିଷ୍ଠା ଏବଂ ପରିଶ୍ରମ ବଳରେ ହିଁ କୌଣସି ଲକ୍ଷ୍ୟ ସାଧନ ହୋଇପାରେ। ତାହାର ଏକ ଜ୍ବଳନ୍ତ ଉଦାହରଣ ହେଉଛନ୍ତି ବିହାରର ଶୁଭମ କୁମାର। ଯିଏକି ୟୁପିଏସସି ସିଭିଲ ସର୍ଭିସ୍ ପରୀକ୍ଷାରେ ଟପ୍ପର ହୋଇଛନ୍ତି। ସର୍ବଭାରତୀୟ ସ୍ତରରେ ଏକ ନମ୍ବର ସ୍ଥାନ ଅଧିକାର କରିଥିବା ଶୁଭମ ନିଜର ସଫଳତା ପାଇଁ ଖୁସି ଜାହିର କରିଥିବା ବେଳେ ସେ ଏବେ ଦେଶର ଯୁବପିଢ଼ିଙ୍କ ପାଇଁ ଉଦାହରଣ ସାଜିଛନ୍ତି।
ଶୁଭମ କଟିହାର ଜିଲ୍ଲାର ମୂଳବାସିନ୍ଦା ହୋଇଥିବା ବେଳେ ଏବେ ସେ ପୁଣେରେ ଇଣ୍ଡିଆନ୍ ଡିଫେନ୍ସ ଆକାଉଣ୍ଟ ସର୍ଭିସେସ୍ର ଟ୍ରେନିଂ ନେଉଛନ୍ତି। ଗତବର୍ଷ ୟୁପିଏସସି ପରୀକ୍ଷାରେ ଶୁଭମ ୨୯୦ ରାଙ୍କ ରଖିଥିଲେ। ଏହା ପରେ ସେ ଇଣ୍ଡିଆାନ୍ ଡିଫେନ୍ସ ଆକାଉଣ୍ଟ ସର୍ଭିସେସ୍ ସେବା ପାଇଁ ଚୟନ ହୋଇଥିଲେ ଏବଂ ସେ ବର୍ତ୍ତମାନ ପୁଣେରେ ଟ୍ରେନିଂ ମଧ୍ୟ ନେଉଛନ୍ତି। ଶୁଭମଙ୍କୁ ୨୪ ବର୍ଷ ବୟସ ହୋଇଥିବା ବେଳେ ତୃତୀୟ ଆଟେମ୍ପଟ୍ରେ ୟୁପିଏସସି ସିଏସଇ ପରୀକ୍ଷାରେ ଟପ୍ପର ହୋଇଛନ୍ତି।
ଆଜତକ୍କୁ ଦେଇଥିବା ସାକ୍ଷାତକାରରେ ଶୁଭମ କହିଛନ୍ତି, ୟୁପିଏସସି ପାଇଁ ସେ ୨୦୧୮ରୁ ପ୍ରସ୍ତୁତି ଆରମ୍ଭ କରିଥିଲେ । ସେ ଆଇଆଇଟି ବମ୍ବେରୁ ୨୦୧୮ରେ ସିଭିଲ ଇଞ୍ଜିନିୟରିଂରେ ବିଟେକ ଡିଗ୍ରି ହାସଲ କରିଛନ୍ତି। ୨୦୧୮ରେ ସିଭିଲ୍ ସର୍ଭିସ୍ ପରୀକ୍ଷା ଦେଇଥିଲେ ହେଁ ଅକୃତକାର୍ଯ୍ୟ ହୋଇଥିଲେ ଶୁଭମ। ପୁଣି ଥରେ ୨୦୧୯ରେ ପରୀକ୍ଷା ଦେଇ ୨୯୦ ରାଙ୍କ ହାସଲ କରିଥିଲେ ଏବଂ ଡିଫେନ୍ସ ଆକାଉଣ୍ଟସ୍ ସେବା ପାଇଁ ଚୟନ ହୋଇଥିଲେ। ତାଙ୍କର ୟୁପିଏସସି ମେନ୍ସରେ ଆନ୍ଥ୍ରପୋଲୋଜି ଅପ୍ସନାଲ ଥିଲା।
UPSC सिविल सेवा परीक्षा में प्रथम स्थान हासिल करने पर बिहार के श्री शुभम कुमार को बधाई एवं शुभकामनाएं। उनके उज्ज्वल भविष्य की कामना है। बिहार के विकास आयुक्त, श्री आमिर सुबहानी जी ने भी पूर्व में प्रथम स्थान प्राप्त किया था।
— Nitish Kumar (@NitishKumar) September 24, 2021
ଶୁଭମ ଟପ୍ପର ହେବା ପରେ ତାଙ୍କୁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଶୁଭେଚ୍ଛା ଜଣାଇଛନ୍ତି। ପରିବାର ସମ୍ପର୍କରେ ଶୁଭମ କହିଛନ୍ତି, ତାଙ୍କର ବାପା-ମା ଏବଂ ଜଣେ ଭଉଣୀ ଅଛନ୍ତି ଯିଏକି କଟିହାରରେ ରହୁଛନ୍ତି। ତାଙ୍କ ବାପା ବିହାରର ଗ୍ରମୀଣ ବ୍ୟାଙ୍କରେ ମ୍ୟାନେଜର ଅଛନ୍ତି। ସେ କେବେ ୟୁପିଏସସି ପରୀକ୍ଷାରେ ଟପ୍ପର ହେବେ ବୋଲି ଭାବିନଥିଲେ କି ଲିଷ୍ଟରେ ନାଁ ଆସିବ ବୋଲି ଆଶା ରଖିନଥିଲେ ବୋଲି ଶୁଭମ କହିଛନ୍ତି। କିନ୍ତୁ ଭଗବାନ ଏବଂ ପରିବାରର ଆଶୀର୍ବାଦ ଯୋଗୁଁ ସେ ଏହି ସଫଳତା ହାସଲ କରିଛନ୍ତି ବୋଲି କହିଛନ୍ତି।
from Prameya News7 https://ift.tt/3CNSdwb
No comments: