ମୁଖ୍ୟ ଚିକିତ୍ସାଳୟରେ ଆଶାକର୍ମୀଙ୍କୁ ମହିଳା ଡାକ୍ତରଙ୍କ ମାଡ, ଆପୋଷ ବୁଝାମଣା ପାଇଁ ଉଦ୍ୟମ

କଳାହାଣ୍ଡି, ୩୦।୯: ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଆଶାକର୍ମୀଙ୍କୁ ମହିଳା ଡାକ୍ତରଙ୍କ ମାଡ ଅଭିଯୋଗ। ଆଶାକର୍ମୀଙ୍କ ସିଡିଏମଓ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ସ୍ତ୍ରୀ ଓ ପ୍ରସୂତି ଡାକ୍ତର ହେମାଙ୍ଗିନୀ ମେହେରଙ୍କ ଥୁଆମୁଳ-ରାମପୁର ବ୍ଲକ ବୁନ୍ଦାବଗର ଆଶାକର୍ମୀ ସଂଗୀତା ନାଏକଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । ଡାକ୍ତରଙ୍କ ପ୍ରତିକ୍ରିୟା ମିଳି ନଥିବା ବେଳେ ଆଶା କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଆପୋଷ ବୁଝାମଣା ପାଇଁ ହସ୍ପିଟାଲ କତୃପକ୍ଷଙ୍କ ଉଦ୍ୟମ ଆରମ୍ଭ ହୋଇଥିବା ଜଣାପଡ଼ିଛି । ପୁର୍ବରୁ ମଧ୍ୟ ମହିଳା ଡାକ୍ତରଙ୍କ ବିରୋଧରେ ରୋଗୀଙ୍କୁ ଦୁର୍ବବ୍ୟବହାର ପ୍ରଦର୍ଶନ ଅଭିଯୋଗ ରହିଛି ।



from Prameya News7 https://ift.tt/3us76B4
ମୁଖ୍ୟ ଚିକିତ୍ସାଳୟରେ ଆଶାକର୍ମୀଙ୍କୁ ମହିଳା ଡାକ୍ତରଙ୍କ ମାଡ, ଆପୋଷ ବୁଝାମଣା ପାଇଁ ଉଦ୍ୟମ ମୁଖ୍ୟ ଚିକିତ୍ସାଳୟରେ ଆଶାକର୍ମୀଙ୍କୁ ମହିଳା ଡାକ୍ତରଙ୍କ ମାଡ, ଆପୋଷ ବୁଝାମଣା ପାଇଁ ଉଦ୍ୟମ Reviewed by SUBHENDU BARAL on September 30, 2021 Rating: 5

No comments:

Powered by Blogger.