ହୋଇପାରୁନି ଓଡ୍ରାଫ୍ ଯବାନ ସୀତାରାମଙ୍କ ଅନ୍ତିମ ସଂସ୍କାର, ପରିବାରର ଦାବି- ‘ସହିଦ ଘୋଷଣା କରନ୍ତୁ ସରକାର’

କରଞ୍ଜିଆ,୨୬/୦୯:  ପୈତୃକ ଗାଁରେ ପହଁଚିଲା ମୃତ ଓଡ୍ରାଫ ଯବାନ ସୀତାରାମଙ୍କ ମୃତଦେହ ।ତେବେ ସହିଦ ଘୋଷଣା ନ ହେଲା ପର୍ଯ୍ୟନ୍ତ ହୋଇପାରିବ ନାହିଁ ଅନ୍ତିମ ସଂସ୍କାର ଦାବି ରଖିଛନ୍ତି ପରିବାର ଲୋକେ ।

ମହାନଦୀର ମୁଣ୍ଡଳି ଠାରେ ଗଜ ଉଦ୍ଧାର ଅପରେସନ ବେଳେ ବୋଟ୍ ଟ୍ରାଜେଡିରେ ଓଡ୍ରାଫ ଯବାନ ସୀତାରାମ ମୁର୍ମୁଙ୍କ ପ୍ରାଣହାନୀ ଘଟିଥିଲା । ଶନିବାର ମୃତଦେହ ମିଳିବା ପରେ ତାଙ୍କ ନିଜ ଗାଁରେ ଶୋକର ଛାୟା ଖେଳି ଯାଇଥିଲା । ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଡାକଇପାଳ ଗାଁର ମୁକ୍ତାଝରି ସାହିରେ ତାଙ୍କ ଘର ହୋଇଥିବା ବେଳେ ଶନିବାର ବିଳମ୍ବିତ ରାତିରେ ତାଙ୍କ ମୃତଦେହ ଗାଁକୁ ପହଞ୍ଚିଥିଲା ।

ହେଲେ ରବିବାର ସକାଳେ ସୀତାରାମଙ୍କ ପରିବାର ଲୋକେ ତାଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ଓ ଶେଷକୃତ୍ୟ ସମ୍ପନ୍ନ କରିବା ସହ ସୀତାରାମଙ୍କୁ ସହିଦ ଘୋଷଣା ନକଲା ପର୍ଯ୍ୟନ୍ତ ତାଙ୍କର ଅନ୍ତିମ ସଂସ୍କାର କରାଇ ଦେବେନାହିଁ ବୋଲି କହିଛନ୍ତି ପରିବାର ଲୋକେ । ସେପଟେ ତାଙ୍କ ସ୍ତ୍ରୀ କହିଛନ୍ତି କି, ସରକାର ତାଙ୍କୁ ତୁରନ୍ତ ଅନୁକମ୍ପା ରାଶି ପ୍ରଦାନ କରିବା ସହ ପିଲାଙ୍କ ପାଠପଢା ଖର୍ଚ୍ଚ ବହନ କରନ୍ତୁ ଓ ତାଙ୍କୁ ସରକାରୀ ଚାକିରୀ ମିଳୁ ବୋଲି ସେ ଅଡ଼ି ବସିଛନ୍ତି ।



from Prameya News7 https://ift.tt/3EUt9oU
ହୋଇପାରୁନି ଓଡ୍ରାଫ୍ ଯବାନ ସୀତାରାମଙ୍କ ଅନ୍ତିମ ସଂସ୍କାର, ପରିବାରର ଦାବି- ‘ସହିଦ ଘୋଷଣା କରନ୍ତୁ ସରକାର’ ହୋଇପାରୁନି ଓଡ୍ରାଫ୍ ଯବାନ ସୀତାରାମଙ୍କ ଅନ୍ତିମ ସଂସ୍କାର, ପରିବାରର ଦାବି- ‘ସହିଦ ଘୋଷଣା କରନ୍ତୁ ସରକାର’ Reviewed by SUBHENDU BARAL on September 25, 2021 Rating: 5

No comments:

Powered by Blogger.