ସ୍ୱାମୀ-ସ୍ତ୍ରୀ ଦୁହେଁ ଅଲଗା ହେବେ ବୋଲି ସରିଥିଲା ନିଷ୍ପତ୍ତି, ଗାଡ଼ିରେ ଲଦା ସରିଥିଲା ଜିନିଷ, ହେଲେ ସ୍ତ୍ରୀ ଯିବା ସମୟରେ ସ୍ୱାମୀ…

ବାଲିପାଟଣା, ୨୭ ।୯ : ସ୍ୱାମୀ-ସ୍ତ୍ରୀ ଦୁହେଁ ଅଲଗା ହେବେ ବୋଲି ସରିଥିଲା ନିଷ୍ପତ୍ତି, ଗାଡ଼ିରେ ଲୋଡ଼ ସରିଥିଲା ଯୌତୁକ ଜନୀତ ଆସବାବ ପତ୍ର । ହେଲେ ସ୍ତ୍ରୀ ଯିବା ସମୟରେ ଦୁହେଁ ଧରାଧରି ହୋଇ ଏପରି କାନ୍ଦିଲେ ଯେ ପରିବାର ଲୋକ ଆଉ ବୁଝାଇ ପାରିଲେନି । ତାପରେ ଯାହା ଘଟିଲା ଆପଣ ଜାଣି ମଧ୍ୟ ହତବାକ୍‌ ହୋଇଯିବେ । 

ତିନି ବର୍ଷ ପୂର୍ବରୁ ହୋଇଥିଲା ବିବାହ । ଭଲ ମନ୍ଦ ଦେଇ ସଂସାର ଗାଡି ଗଡି ଚାଲୁଥିଲା । ଉଭୟଙ୍କର ଏକ ସନ୍ତାନ ମଧ୍ୟ ଜନ୍ମ ନେଇଥିଲା । ମାତ୍ର କୌଣସି କାରଣକୁ ନେଇ ସ୍ଵାମୀ-ସ୍ତ୍ରୀ ମଧ୍ୟରେ ବିବାଦ ଦେଖା ଦେଲା । ଭଦ୍ରଲୋକ ଏହି ଘଟଣାର ସମାଧାନ ପାଇଁ ଚେଷ୍ଟା କଲେ । ମାତ୍ର ସମାଧାନର ସୂତ୍ର ବାହାରି ପାରିନଥିଲା । ଦୁଇ ପରିବାର ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସଂମ୍ପର୍କରେ ପୂର୍ଣ୍ଣଛେଦ ପଡିବା ପରି ଲାଗିଲା । ଦୁଇ ପରିବାର ଏବଂ ଭଦ୍ରଲୋକ ଆଲୋଚନା ପରେ ବିଛେଦ ପାଇଁ ନିଷ୍ପତ୍ତି ନିଆଯାଇଥିଲା ।

ଶାଶୁଘରେ ଥିବା ବୋହୁ (ସ୍ତ୍ରୀ) ଙ୍କର ସମସ୍ତ ଜିନିଷପତ୍ର ଏକ ଗାଡିରେ ଫେରାଇ ଆଣିବା ପାଇଁ ଲୋଡ ବେଳେ ସ୍ଵାମୀ-ସ୍ତ୍ରୀ ଭୋ ଭୋ ହୋଇ କାନ୍ଦିବା ସହ ଉଭୟ ଆଲିଙ୍ଗନ କରି ରହିଥିଲେ । ଏଥିରେ ଉପସ୍ଥିତ ଲୋକ ପରିସ୍ଥିତି ହୃଦୟଙ୍ଗମ କରିବା ସହ ଦୁହେଁ କ'ଣ ଚାହୁଁଛନ୍ତି ତାହା ବୁଝିଯାଇଥିଲେ । ପରେ ଗାଡିରୁ ସମସ୍ତ ଜିନିଷ ଅନଲୋଡ ହେବା ସହ ସ୍ଵାମୀ ସ୍ତ୍ରୀ ଏକାଠି ହୋଇଥିଲେ ।



from Prameya News7 https://ift.tt/2Y6wJfd
ସ୍ୱାମୀ-ସ୍ତ୍ରୀ ଦୁହେଁ ଅଲଗା ହେବେ ବୋଲି ସରିଥିଲା ନିଷ୍ପତ୍ତି, ଗାଡ଼ିରେ ଲଦା ସରିଥିଲା ଜିନିଷ, ହେଲେ ସ୍ତ୍ରୀ ଯିବା ସମୟରେ ସ୍ୱାମୀ… ସ୍ୱାମୀ-ସ୍ତ୍ରୀ ଦୁହେଁ ଅଲଗା ହେବେ ବୋଲି ସରିଥିଲା ନିଷ୍ପତ୍ତି, ଗାଡ଼ିରେ ଲଦା ସରିଥିଲା ଜିନିଷ, ହେଲେ ସ୍ତ୍ରୀ ଯିବା ସମୟରେ ସ୍ୱାମୀ… Reviewed by SUBHENDU BARAL on September 27, 2021 Rating: 5

No comments:

Powered by Blogger.