ଭୁବନେଶ୍ୱର ୨୭।୦୯: ଆଜି ଭାରତ ବନ୍ଦ। ସକାଳ ୬ଟାରୁ ସଂଧ୍ୟା ୪ଟା ପ୍ରଯନ୍ତ ୧୦ ଘଣ୍ଟିଆ ବନ୍ଦ ଡାକରା ଦେଇଛି ସଂଯୁକ୍ତ କିଶାନ ମୋର୍ଚ୍ଚା। ଗତ ବର୍ଷ ସେପ୍ଟେମ୍ବର ୨୭ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତିନି କୃଷି ଆଇନକୁ ମଂଜୁରୀ ପ୍ରଦାନ କରିଥିଲେ। ଏହି ଘଟଣାର ବର୍ଷ ପୂର୍ତ୍ତି ଅବସରରେ ବନ୍ଦ ଡାକରା ଦେଇଛି ସଂଯୁକ୍ତ କିଶାନ ମୋର୍ଚ୍ଚା।
ତେବେ ଗତ ୧୦ ମାସରେ ହେଲା ତିନି ନୂଆ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ଜାରି ରହିଛି। ତେବେ ଆଜି ବନ୍ଦ ଡାକରା ବେଳେ ଶାନ୍ତିପୂର୍ଣ୍ଣ ଭାବେ ବିରୋଧ ପ୍ରଦର୍ଶନ କରାଯିବ ବୋଲି ମୋର୍ଚ୍ଚା ପକ୍ଷରୁ କୁହାଯାଇଛି। ସାଧାରଣ ଲୋକେ ଯେପରି ଅସୁବିଧାରେ ନ ପଡିବେ, ସେଥିପାଇଂ ଧ୍ୟାନ ଦିଆଯିବ। କିନ୍ତୁ ବନ୍ଦ ପାଳନ ବେଳେ ଗାଡି ମଟର ଚଳାଚଳ, ଦୋକାନ ବଜାର, ମାର୍କେଟ, ସ୍କୁଲ, କଲେଜ, ଅନ୍ୟ ଶିକ୍ଷା ଅନୁଷ୍ଠାନକୁ ଅନୁମତି ଦିଆଯିବ ନି ବୋଲି ମୋର୍ଚ୍ଚା ପକ୍ଷୁ କୁହାଯାଇଛି। କିନ୍ତୁ ଜରୁରୀକାଳିନ ସେବାକୁ ଅନୁମତି ଦିଆଯିବ। ଓଡ଼ିଶାରେ ଏହାକୁ କଂଗ୍ରେସ, ବାମ ଦଳ ସମେତ ବିଭିନ୍ନ ରାଜନୈତିକ ଦଳ, କୃଷକ ସଂଗଠନ, ସାମାଜିକ ସଂଗଠନ ସମର୍ଥନ ଦେଇଇଛନ୍ତି। ଲୋକସେବା ଭବନ, ରାଜୀବ ଭବନ, ଖାରବେଳ ଭବନରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ପୂର୍ବାହ୍ନ ୯ଟା ୩୦ ସୁଦ୍ଧା କାର୍ଯ୍ୟାଳୟରେ ପହଞ୍ଚିବାକୁ କୁହାଯାଇଛି।
from Prameya News7 https://ift.tt/3kH3k3v
No comments: