‘ଗୁଲାବ’ ପଛେ ପଛେ ଆଉ ଏକ ଲଘୁଚାପ, ସେପ୍ଟେମ୍ବର ଶେଷରେ ଭିଜିବ ଓଡିଶା

ଭୁବନେଶ୍ୱର, ୨୭|୦୯:  ବାତ୍ୟା ‘ଗୁଲାବ୍ ’ ପଛେ ପଛେ ଆଉ ଏକ ଲଘୁଚାପ ଆସୁଛି । ସମ୍ଭାବ୍ୟ ଲଘୁଚାପ ଓଡ଼ିଶା ଆସିବ ବୋଲି ସ୍କାଏମେଟ ଆକଳନ କରିଛି । ବର୍ତ୍ତମାନର ବାତ୍ୟା ଯିବା ପରେ ବି ସେପ୍ଟେମ୍ବର ଶେଷବେଳକୁ ରାଜ୍ୟରେ ଆହୁରି ବର୍ଷା ସମ୍ଭାବନା ଅଛି ।

ଦକ୍ଷିଣ ଚୀନ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଡିଆଁମୁ’ର ଏହା ଅଂଶ ବିଶେଷ ହେବ । ଡିଆଁମୁ କ୍ରମଶଃ ଦୁର୍ବଳ ହେବା ସହ ଭିଏତନାମ, ଥାଇଲାଣ୍ଡ ଅତିକ୍ରମ କରିବା ପରେ ଏବେ ମିଆଁମାର ଉପରେ ରହିଛି ଲଘୁଚାପ ଅବସ୍ଥାରେ ।

ଏହା ଆହୁରି ଦୁର୍ବଳ ହୋଇ ଘୂର୍ଣ୍ଣିବଳୟ ରୂପ ନେଇ ବଙ୍ଗୋପସାଗରକୁ ପଶିଛି । ପରେ ଘନୀଭୂତ ହୋଇ ଲଘୁଚାପ ରୂପ ନେବ । ଆଉ ମୁହାଁଇବ ଓଡ଼ିଶା ଉପକୂଳ ଆଡ଼କୁ । ଏହା ପ୍ରଭାବରେ ସେପ୍ଟେମ୍ବର ଶେଷରେ ଓଡ଼ିଶାରେ ବର୍ଷା ଲାଗି ରହିବ । ସେପ୍ଟେମ୍ବର ମାସରେ ଏହା ରାଜ୍ୟର ପଞ୍ଚମ ଲଘୁଚାପ ହେବ ।



from Prameya News7 https://ift.tt/3EUcYbq
‘ଗୁଲାବ’ ପଛେ ପଛେ ଆଉ ଏକ ଲଘୁଚାପ, ସେପ୍ଟେମ୍ବର ଶେଷରେ ଭିଜିବ ଓଡିଶା ‘ଗୁଲାବ’ ପଛେ ପଛେ ଆଉ ଏକ ଲଘୁଚାପ, ସେପ୍ଟେମ୍ବର ଶେଷରେ ଭିଜିବ ଓଡିଶା Reviewed by SUBHENDU BARAL on September 26, 2021 Rating: 5

No comments:

Powered by Blogger.