ବାଲେଶ୍ୱରରେ ଭାରତ ବନ୍ଦର ପ୍ରଭାବ : ଜନଜୀବନ ପ୍ରଭାବିତ, ଷ୍ଟେସନରେ ଘଣ୍ଟା ଘଣ୍ଟା ଧରି ଅଟକି ରହିଛି ଟ୍ରେନ୍

ବାଲେଶ୍ୱର, ୨୭।୦୯ :   କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନ ପ୍ରତ୍ୟାହାର ଦାବିରେ ଅଖିଳ ଭାରତ ସଂଯୁକ୍ତ କିଶାନ ମୋର୍ଚ୍ଚା ତରଫରୁ ଭାରତ ବନ୍ଦ ଡାକରା । ସମଗ୍ର ଦେଶରେ ୧୦ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଥିବା ବେଳେ ଅନୁରୂପ ଭାବେ ବାଲେଶ୍ୱରରେ ବନ୍ଦ ଯୋଗୁଁ ସାଧାରଣ ଜନଜୀବନ ବେଶ ପ୍ରଭାବିତ ହୋଇଥିବା ନଜର ଆସିଛି ।

ଏହି ପରିପ୍ରେକ୍ଷୀରେ ବାଲେଶ୍ୱରରେ ସକାଳ ୬ଟାରୁ ଶାନ୍ତି ଶୃଙ୍ଖଳାର ସହ ବନ୍ଦ ପାଳନ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି । ସହରରେ ପ୍ରାୟ ୧୦ଟି କୃଷକ ସଂଗଠନ ସହ କଂଗ୍ରେସ  ଆନ୍ଦୋଳନକୁ ସମର୍ଥନ କରି ସକାଳେ ପ୍ରଥମେ ରେଳ ରୋକ କରିଥିଲା। ପ୍ରଥମେ ବାଙ୍ଗିରିପୋଷି -ଭୁବନେଶ୍ୱର ଏକ୍ସପ୍ରେସ ଟ୍ରେନ୍‌କୁ ଦୀର୍ଘ ସମୟ ଧରି ବାଲେଶ୍ୱର ଷ୍ଟେସନରେ ଅଟକିବାକୁ ପଡ଼ିଥିଲା ।

ସେହିଭଳି ଜିଲ୍ଲାର ଅନ୍ୟାନ୍ୟ ଷ୍ଟେସନଗୁଡ଼ିକରେ ମଧ୍ୟ ଏକାଧିକ ଟ୍ରେନ୍ ଅଟକି ରହିଛି । ଫଳରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।



from Prameya News7 https://ift.tt/3CN1Mv3
ବାଲେଶ୍ୱରରେ ଭାରତ ବନ୍ଦର ପ୍ରଭାବ : ଜନଜୀବନ ପ୍ରଭାବିତ, ଷ୍ଟେସନରେ ଘଣ୍ଟା ଘଣ୍ଟା ଧରି ଅଟକି ରହିଛି ଟ୍ରେନ୍ ବାଲେଶ୍ୱରରେ ଭାରତ ବନ୍ଦର ପ୍ରଭାବ : ଜନଜୀବନ ପ୍ରଭାବିତ, ଷ୍ଟେସନରେ ଘଣ୍ଟା ଘଣ୍ଟା ଧରି ଅଟକି ରହିଛି ଟ୍ରେନ୍ Reviewed by SUBHENDU BARAL on September 26, 2021 Rating: 5

No comments:

Powered by Blogger.