‘କାଶ୍ମୀରରେ ଶାନ୍ତି ଅଛି, ପାକ୍ ସେନା ଓ ଆଇଏସଆଇ ଆମକୁ ମିଛ କହୁଛନ୍ତି’ : ପାକିସ୍ତାନର ମୁଖା ଖୋଲିଲା ଗିରଫ ଆତଙ୍କବାଦୀ
ଶ୍ରୀନଗର, ୩୦|୦୯: କାଶ୍ମୀରରେ ଶାନ୍ତି ଅଛି । ପାକିସ୍ତାନ କାଶ୍ମୀରକୁ ଅଶାନ୍ତ କରିବାକୁ ଚାହୁଁଛି । ଭାରତୀୟ ସେନା ବିରୋଧରେ ମିଛ କହୁଛି ପାକିସ୍ତାନ । କିଛି ଏପରି କହିଛି ସେନା ହାତରେ ଧରା ପଡିଥିବା ଆତଙ୍କବାଦୀ । ଗିରଫ ଆତଙ୍କବାଦୀ ହେଲା ୧୯ ବର୍ଷୀୟ ପାକିସ୍ତାନୀ ଅଳ୍ଲୀ ବାବର ପାତ୍ରା । ବୁଧବାର ସେନା ତାକୁ ଗିରଫ କରିବା ପରେ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛି ବାବର ।
ବାବର କିପରି ଆତଙ୍କବାଦୀ ସଙ୍ଗଠନରେ ଯୋଗଦେଲା । କିପରି ତାକୁ ଭାରତୀୟ ସେନା ବିରୋଧରେ ମିଛ କୁହାଗଲା ଓ ସେ ତା ମାଆଙ୍କ ଚିକିତ୍ସା ପାଇଁ ୨୫ ହଜାର ଟଙ୍କା ଲୋଭରେ ବନ୍ଧୁକ ଧରିଲା, ସବୁ କାହାଣୀ କହିଛି ବାବର । ବାବର କହିଛି ଯେ, ତାକୁ କୁହାଗଲା କାଶ୍ମୀରରେ ଭାରତୀୟ ସେନା ରକ୍ତପାତ କରୁଛି । କିନ୍ତୁ ପ୍ରକୃତରେ କାଶ୍ମୀରରେ ଶାନ୍ତି ଅଛି । ପାକିସ୍ତାନରେ ଆତଙ୍କୀ ସଂଗଠନ କିପରି ତାକୁ ଟ୍ରେନିଂ ଦେଇଥିଲେ। ପାକ ସେନା କିପରି ସହଯୋଗ କରିଥିଲେ ସବୁ ବାବର କହିଛି।
ସେ ଆହୁରି କହିଛି ଯେ, ପାକିସ୍ତାନର ୫ରୁ ୬ ଯୁବକଙ୍କୁ ବାଛିଥିଲେ ଆତଙ୍କବାଦୀ। ସେଥିରେ ଥିଲା ବାବର୍। ଗୁଳି ଗୁଳା, ବନ୍ଧୁକ ଚାଲଣା, ଅନୁପ୍ରବେଶ କରିବା ଭଳି ଏକାଧିକ ଗୁଇନ୍ଦାଗିରି ସମ୍ପର୍କରେ ତାକୁ ଟ୍ରେନିଂ ଦିଆଯାଇଥିଲା। ବାବରକୁ ୨୦ ହଜାର ଦିଆଯାଇଥିବା ବେଳେ ପରେ ତାକୁ ୩୦ ହଜାର ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲା। ଉରୀ ସେକ୍ଟରରେ ଅତଙ୍କୀ ଆକ୍ରମଣର ଷଡ଼ଯନ୍ତ୍ର କରି ସେ ଭାରତ ସୀମାରେ ପ୍ରବେଶ କରିଥିଲା। ତେବେ ସେ ଯଦି କେବେ ମାଆଙ୍କୁ ଦେଖାକରେ ଭାରତୀୟ ସେନା ଭଲ ବ୍ୟବହାର କରିଥିବା କହିବ । ପାକିସ୍ତାନ ସେନା ଓ ଆଇଏସଆଇର ବିନା ସହଯୋଗରେ କୌଣସି ପାକିସ୍ତାନୀ ସୀମା ଅତିକ୍ରମ କରିପାରିବେ ନାହିଁ । ଆତଙ୍କବାଦୀ ପଛରେ ପାକିସ୍ତାନ ସେନାର ହାତ ରହିଛି ।
19 year-old captured terrorist Ali Babar confessed that he was trained by Pakistan Army and ISI. He revealed that he was given Rs 25,000 for his mother's medical treatment. Earlier, he had said that the Pakistan army was helping terrorists infiltrate Jammu and Kashmir. #AliBabar pic.twitter.com/nSIlfeO5ZG
— TEAM BHARAT (@TeamBharat_) September 29, 2021
ସେ ଆହୁରି ମଧ୍ୟ କହିଛି ଯେ, ଧରା ପଡିବା ପରେ ସେ ଦୈନିକ ୫ ଥର ଆଜାନ ଶୁଣିଛି । ଅର୍ଥାତ କାଶ୍ମୀରରେ ଶାନ୍ତି ଅଛି । କୌଣସି ଅସହିଷ୍ଣୁତା ନାହିଁ ବୋଲି ସେ କହିଛି । ତେବେ ସାମ୍ବାଦିକ ସମ୍ମିଳନୀରେ ଅଲି ବାବରକୁ ଗ୍ଲାସରେ ଚା ଦିଆଯାଇଥିଲା। ଏହି ଆତଙ୍କବାଦୀଙ୍କୁ କପେ ନୁହେଁ ପୂରା ଗିଲାସେ ଚା ଦିଆଯାଇଥିଲା। ତେବେ ଏହି ଚା ସହିତ ରହିଛି ଗୁଢ଼ ରହସ୍ୟ। ଫିଲ୍ମ ଉରିରେ ଆତଙ୍କବାଦୀକୁ ଚା ପିଆଇ ସତ ଉଗାଳିବାର ସିନ୍ ପରେ କଥାଟା ବାହାରିଥିଲା। ଯେତେବେଳେ ବାୟୁସେନା ବୀର ଅଭିନନ୍ଦନଙ୍କୁ ପାକିସ୍ତାନ ସେନା ଧରିଥିଲା ତାଙ୍କୁ ୧ କପ ଚା ପିଇବାକୁ ଦେଇ ଜେରା କରିଥିବାର ଭିଡିଓ ଜାରି କରିଥିଲା। ଏମିତି କରି ଭାରତକୁ ଛିଗୁଲାଇବାରୁ ଚାହିଁଥିଲା ପାକିସ୍ତାନ, ଯାହାର ଆପତ୍ତି ବି କରିଥିଲା ଭାରତ। ଆଉ ଏବେ ଅଲି ବାବର ପେଟରେ କପେ ଚା ନୁହେଁ ପୂରା ଗିଲାସେ ଚା ପଡ଼ିବା ପରେ ସେ ସାମ୍ବାଦିକ ସମ୍ମିଳନୀରେ କେମିତି ସତ କହୁଛି ତାହା ଭାରତୀୟ ସେନା ଜଣାଇ ଦେଇଛି।
ସୂଚନାଯୋଗ୍ୟ, ୬ ଜଣ ଆତଙ୍କବାଦୀ ଭାରତ ସୀମାରେ ପ୍ରବେଶ କରିଥିଲେ। ତେବେ ସେନାର ଅପରେସନର ତାର ଜଣେ ସାଥୀ ପ୍ରାଣ ହରାଇଥିବା ବେଳେ ୧୯ ବର୍ଷିୟ ଅଲି ବାବର ଆତ୍ମସମର୍ପଣ କରିଥିଲା। ଆନ୍ତର୍ଜାତିକ ସ୍ତରରେ ପାକିସ୍ତାନୀର ଆତଙ୍କବାଦୀ ଛବିର ପ୍ରମାଣ ଭାରତ ଦେଖାଇଛି ।
from Prameya News7 https://ift.tt/3AYon7I
No comments: