ନାରାୟଣପାଟଣା, ୨୯/୯: କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍ ସଦର ପଞ୍ଚାୟତ ଅନ୍ତର୍ଗତ ଧାଇଗୁଡ଼ା ଗାଁରେ ଅଗ୍ନିକାଣ୍ଡ ଘଟି ଦୁଇଟି ଘରର ୫ ବଖରା ପୋଡ଼ି ନଷ୍ଟ ହୋଇଯାଇଥିଲା । ଫଳରେ ଦୁଇଟି ପରିବାର ବାସହରା ହୋଇ ଏବେ ସଂପର୍କୀୟ ଘରେ ମୁଣ୍ଡ ଗୁଞ୍ଜିଥିବା ଜଣାପଡ଼ିଛି ।
ସୂଚନା ଅନୁସାରେ, ୨୬ ତାରିଖ ପୂର୍ବାହ୍ନ ପ୍ରାୟ ୧୨ଟା ସମୟରେ ଧାଇଗୁଡ଼ା ଗ୍ରାମରେ ହଠାତ୍ ନିଆଁ ଲାଗି ଯାଇଥିଲା। ଫଳରେ ଗାଁରେ ରହୁଥିବା ବର୍ଜ ମିଣିଆକା ଏବଂ ବିକୁଣୁ ମିଣିଆକାଙ୍କ ଘର ସଂପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଛି। ଆଜି ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନୀ, ଦଳୀୟ କର୍ମୀ, ଜିଲ୍ଲା ପରିଷଦ ସଭ୍ୟ ଲଳିତ ନାରାୟନ ପରିଡ଼ା, ବ୍ଲକ ସଭାପତି ଏଗୀ ନାରାୟଣ, ବିଧାୟକ ପ୍ରତିନିଧି କେ ସାୟା ରାଜୁଙ୍କ ସହ ଉକ୍ତଗ୍ରମାରେ ପହଞ୍ଚି କିଛି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ସମେତ ଚାଉଳ, ତେଲ, ଲୁଣ, ଡାଲି, ଆଳୁ, ପିଆଜ, ମହମବତି ସହ କିଛି ଆର୍ଥିକ ସାହାଯ୍ୟ କରି ଦୁଇ ପରିବାରକୁ ଶାନ୍ତ୍ବନା ଦେବା ସହ ଅତି ଶୀଘ୍ର ବିଜୁ ପକ୍କା ଘର ଯୋଗାଇ ଦେବାପାଇଁ କହି ଫେରିଥିବା ଜଣାପଡ଼ିଛି ।
from Prameya News7 https://ift.tt/3F16BTv
No comments: