ଢାକା ୨୯/୦୯ : ଜଣେ ମା ପାଇଁ, ତାଙ୍କ ସନ୍ତାନ ତା ପାଇଁ ସବୁକିଛି । କିଛି ସମୟ ପାଇଁ ଯଦି ମାଆ ଆଖିରୁ ତା ପଲା ଦୂରେଇ ଯାଏ ମାଆର ମନ ବୁଝି ନଥାଏ । କିନ୍ତୁ ଯଦି ଆମେ କୁହାଯାଏ ଯେ ଜଣେ ମା ନିଜ ପୁଅକୁ ଦେଖିବା ପାଇଁ ୭୦ ବର୍ଷ ଲାଗିଗଲା, ତେବେ ବିଶ୍ୱାସ କରିବା କଷ୍ଟକର ହେବ, କିନ୍ତୁ ଏହି କଥା ସତ ଅଟେ । ସୋସିଆଲ ମିଡିଆ ମାଧ୍ୟମରେ ୭୦ ବର୍ଷ ପରେ ସାକ୍ଷାତ ହେବା ସମ୍ଭବ ହେଲା । ବର୍ତ୍ତମାନ ମାଆର ବୟସ ପ୍ରାୟ ୧୦୦ ବର୍ଷ ହୋଇଥିବାବେଳେ ପୁଅର ବୟସ ୮୨ ବର୍ଷ।
ତେବେ ଏକ ସାକ୍ଷାତକାରରେ ଅବଦୁଲ କହିଥିଲେ କି "ମୋ ମାଙ୍କୁ ଭେଟିବା ପରେ ମୁଁ ବହୁତ ଖୁସି ହୋଇଥିଲି। ମା ବର୍ତ୍ତମାନ ବୃଦ୍ଧ, ସେ କମ୍ ଦେଖି ପାରିବେ, କିନ୍ତୁ ମୋତେ ଚିହ୍ନିବା ପରେ ଆଖିରେ ଲୁହ ଆସିଯାଇଥିଲା।" ତାଙ୍କ କାହାଣୀ ବର୍ଣ୍ଣନା କରି ଅବଦୁଲ କହିଛନ୍ତି ଯେ ୧୯୪୯ ମସିହାରେ ସେ ତାଙ୍କ ଦାଦାଙ୍କ ସହ ବାହାରକୁ ଯାଇଥିଲେ। ତା’ପରେ କିଛି ସମୟ ପରେ ତାଙ୍କ ଦାଦା ସେଠାରୁ କେଉଁ ଆଡେ ପଳାଇଥିଲେ। ଯେଉଁଠାରେ ଦୁଇ ଭଉଣୀ ତାଙ୍କୁ ଗ୍ରହଣ କରିଥିଲେ । ଏହା ସହ ପାଳନ ପୋଷଣ କରିଥିଲେ ।
ତେବେ ସୂଚନା ଅନୁଯାୟୀ ଏହି ଘଟଣାଟି ବାଂଲାଦେଶର ବ୍ରାହ୍ମଣବରିଆ ଜିଲ୍ଲା ଅଟେ। ଅବଦୁଲ କୁଡୁସ ମୁନ୍ସି,ଙ୍କ ବୟସ ୮୨, ତାଙ୍କ ମା ମଙ୍ଗୋଲା ନେସାଙ୍କ ଠାରୁ ୧୯୪୯ ମସିହାରେ ୧୦ ବର୍ଷ ବୟସରେ ଅଲଗା ହୋଇ ଯାଇଥିଲେ। କିନ୍ତୁ ଏପ୍ରିଲ ମାସରେ ଜଣେ ବ୍ୟକ୍ତି ଅବଦୁଲଙ୍କ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥିଲେ। ଯେଉଁଥିରେ ଅବଦୁଲ ତାଙ୍କ ମାଙ୍କୁ ଭେଟିବା ପାଇଁ ଲୋକଙ୍କ ସାହାଯ୍ୟ ଲୋଡି ଥିଲେ। ଅବଦୁଲଙ୍କ ଭିଡିଓ ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ମା’ଙ୍କ ନିକଟରେ ପହଞ୍ଚିଥିଲା ଏବଂ ତା’ପରେ ଉଭୟଙ୍କ ସାକ୍ଷାତ ସମ୍ଭବ ହେଲା।
ବର୍ତ୍ତମାନ, ଆଠଟି ସନ୍ତାନର ପିତା ଅବଦୁଲଙ୍କୁ ୮୨ ବର୍ଷ ଏବଂ ତାଙ୍କ ମାଙ୍କୁ ପ୍ରାୟ ୧୦୦ ବର୍ଷ ବୟସ । ୭୦ବର୍ଷ ପରେ ଦୁହେଁ ସାକ୍ଷାତ ହୋଇଛନ୍ତି।| ସୋସିଆଲ ମିଡିଆରେ ସେମାନଙ୍କ ସାକ୍ଷାତର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି।
from Prameya News7 https://ift.tt/3kWxG2t
No comments: