ରାଜ୍ୟରେ କମୁଛି କରୋନା ସଂକ୍ରମଣ, ହେଲେ ମୃତ୍ୟୁହାରରେ ଲାଗୁନି ବ୍ରେକ୍‌ Rajalaxmi Sahoo

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଧୀରେଧୀରେ କମୁଥିବା ଦେଖିବାକୁ ମିଳିଛି। ଗତକାଲି ୨,୯୧୭ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ୨,୮୭୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଗତ ୨୪ ଘଣ୍ଟାରେ ଆଉ ୪୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୪,୧୯୬ରେ ପହଞ୍ଚିଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍‌ରୁ ୧,୬୫୨ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କଣ୍ଟାକସ୍‌ ୧,୨୧୮ ରହିଛି। ଆଜି କଟକରୁ ସର୍ବାଧିକ ୪୪୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ଖୋର୍ଦ୍ଧାରୁ ସର୍ବାଧିକ ୫୪୯ ପଜିଟିଭ ଚିହ୍ନଟ ହୋଇଥିଲେ। 

 

ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୯,୨୧,୮୯୬ରେ ପହଞ୍ଚି ଥିବାବେଳେ ୮,୮୭,୪୨୦ ଜଣ ସୁସ୍ଥ ହୋଇଛନ୍ତି। ତେବେ ଆକ୍ଟିଭ୍‌ କେସ୍‌-୩୦,୨୨୭ ରହିଛି। ଗତକାଲି ରାଜ୍ୟରେ ୨,୯୧୭  ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୫ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିଲା

 

The post ରାଜ୍ୟରେ କମୁଛି କରୋନା ସଂକ୍ରମଣ, ହେଲେ ମୃତ୍ୟୁହାରରେ ଲାଗୁନି ବ୍ରେକ୍‌ appeared first on OTV Khabar..



from OTV Khabar. https://ift.tt/3qIUdkv
ରାଜ୍ୟରେ କମୁଛି କରୋନା ସଂକ୍ରମଣ, ହେଲେ ମୃତ୍ୟୁହାରରେ ଲାଗୁନି ବ୍ରେକ୍‌ Rajalaxmi Sahoo ରାଜ୍ୟରେ କମୁଛି କରୋନା ସଂକ୍ରମଣ, ହେଲେ ମୃତ୍ୟୁହାରରେ ଲାଗୁନି ବ୍ରେକ୍‌ Rajalaxmi Sahoo Reviewed by SUBHENDU BARAL on July 03, 2021 Rating: 5

No comments:

Powered by Blogger.